Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Trump vs Musk: ଟ୍ରମ୍ପଙ୍କ ସବ୍‌ସିଡି କାଟ୍ ଧମକକୁ ଭୟ କରିଗଲେ କି ମସ୍କ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Trump vs Musk: ଟ୍ରମ୍ପଙ୍କ ସବ୍‌ସିଡି କାଟ୍ ଧମକକୁ ଭୟ କରିଗଲେ କି ମସ୍କ ?

Key Points

ବୁଧବାର ସକାଳେ ନ୍ୟୁୟର୍କ ପୋଷ୍ଟ ସହିତ ଏକ ଫୋନ୍ ସାକ୍ଷାତକାରରେ ଟ୍ରମ୍ପ ଖୋଲିଥିଲେ ମୁହଁ ।

ମସ୍କଙ୍କ କ୍ଷମା ପ୍ରାର୍ଥନା ଉପରେ ମନ୍ତବ୍ୟ ଦେଇଥିଲେ ।

ବିଗ୍ ବିଉଟିଫୁଲ୍ ବିଲ୍‌କୁ ନେଇ ମସ୍କ କରିଥିବା ସମାଲୋଚନା ପାଇଁ ତାଙ୍କୁ ଦାୟୀ କରୁନାହାନ୍ତି ବୋଲି କହିଛନ୍ତି ଟ୍ରମ୍ଫ ।

ଟ୍ରମ୍ଫ ମସ୍କଙ୍କ ଭିତରେ ଶେଷ ଏକ ସପ୍ତାହ ଧରି ଚାଲିଥିବା ବିବାଦର ଶେଷରେ ଅନ୍ତ ଘଟିଛି । ଏଲନ୍ ମସ୍କ ସୋସିଆଲ ମିଡିଆରେ ଟ୍ରମ୍ଫଙ୍କୁ କ୍ଷମା ମାଗିବା ପରେ ପରିସ୍ଥିତି ଥଣ୍ଡା ପଡିଛି । ମସ୍କ ଏକ୍ସ ପୋଷ୍ଟ ମାଧ୍ୟମରେ ତାଙ୍କ ପୋଷ୍ଟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ଗତ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ଶେୟାର କରାଯାଇଥିବା କିଛି ପୋଷ୍ଟ ପାଇଁ ମୁଁ ଦୁଃଖିତ । ଆମ ଭିତରେ କିଛି କଥା ବହୁତ ଆଗକୁ ବଢ଼ିଯାଇଥିଲା ବୋଲି ଲେଖିଛନ୍ତି ମସ୍କ । ମସ୍କଙ୍କ ଆପୋଲୋଜି ପରେ ଟ୍ରମ୍ପ କହିଛନ୍ତି 'ଜଦିଓ ମସ୍କ ନିରାଶ କରିଛନ୍ତି କିନ୍ତୁ ତାଙ୍କ ପ୍ରତି କୌଣସି କଠୋର ଭାବନା ମୋର ନାହିଁ ।'

ବୁଧବାର ସକାଳେ ନ୍ୟୁୟର୍କ ପୋଷ୍ଟ ସହିତ ଏକ ଫୋନ୍ ସାକ୍ଷାତକାରରେ ଟ୍ରମ୍ପ, ମସ୍କଙ୍କ କ୍ଷମା ପ୍ରାର୍ଥନା ଉପରେ ମନ୍ତବ୍ୟ ଦେଇଥିଲେ । ବିଗ୍ ବିଉଟିଫୁଲ୍ ବିଲ୍‌କୁ ନେଇ ମସ୍କ କରିଥିବା ସମାଲୋଚନା ପାଇଁ ତାଙ୍କୁ ଦାୟୀ କରୁନାହାନ୍ତି ବୋଲି କହିଛନ୍ତି ଟ୍ରମ୍ଫ । ମସ୍କ ଗତ ସପ୍ତାହରେ ଟ୍ରମ୍ଫଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରି ଅନେକ ପୋଷ୍ଟ ଶେୟାର କରିଥିଲେ । ଏପରିକି ତାଙ୍କ ବିନା ଟ୍ରମ୍ପ ନିର୍ବାଚନ ହାରି ଯାଇଥାନ୍ତେ ବୋଲି ସୋସିଆଲ ମିଡିଆରେ ଗମ୍ଭୀର ଅଭିଯୋଗ ମଧ୍ୟ କରିଥିଲେ ମସ୍କ । ଯାହା ପରେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା । ତେବେ ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଶୁକ୍ରବାର ଦିନ ମସ୍କ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ହ୍ୱାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ସୁସି ୱାଇଲ୍ସଙ୍କ ସହ ବ୍ୟକ୍ତିଗତ ଭାବରେ କଥା ହେବା ପରେ କ୍ଷମା ପ୍ରାର୍ଥନା କରାଯାଇଥିଲା ।

ଏକ ସପ୍ତାହ ଧରି ତୀବ୍ର ବାକ୍ ଯୁଦ୍ଧ ପରେ ମସ୍କଙ୍କ କ୍ଷମା ପ୍ରାର୍ଥନା ଯୋଗୁଁ ଦୁଇ ଜଣଙ୍କ ମଧ୍ୟରେ ଏବେ ଉତ୍ତେଜନା କମିପାରେ । ଟ୍ରମ୍ପଙ୍କ ବିଗ୍ ବିଉଟିଫୁଲ୍ ବିଲ୍‌କୁ ନେଇ ଅସନ୍ତୁଷ୍ଟ ମସ୍କ, ଟ୍ରମ୍ପ ପ୍ରଶାସନ ଛାଡିବା ଦିନଠାରୁ ଦୁଇ ଜଣଙ୍କ ମଧଯରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ କେବଳ ଆମେରିକା ନୁହେଁ ପୁରା ବିଶ୍ବ ଅବାକ୍ ହୋଇଥିଲା । ରାଷ୍ଟ୍ରପତି ଟ୍ରମ୍ପ ଏବଂ ଟେସଲାର ସିଇଓ ଏଲନ ମସ୍କ ପରସ୍ପର ବିରୋଧରେ ବିଷ ଓଗାଳିବା ଆରମ୍ଭ କରିଥିଲେ । ଏପରିକି ରାଷ୍ଟ୍ରପତି ଟ୍ରମ୍ପ, ମସ୍କଙ୍କ କମ୍ପାନୀଗୁଡ଼ିକୁ ଦିଆଯାଇଥିବା ସବସିଡି ଏବଂ ସରକାରୀ ଚୁକ୍ତିନାମା ବାତିଲ କରିବାକୁ ଧମକ ଦେଇଥିଲେ ।

ମସ୍କ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରିଥିଲେ, କିନ୍ତୁ ଏବେ ସେ କ୍ଷମା ପ୍ରାର୍ଥନା କରିବା ପରେ ଦୁହିଙ୍କ ମଧ୍ୟରେ ଚାଲିଥିବା ବିବାଦରେ ପୂର୍ଣଛେଦ ପଡିବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump vs Musk: Was Musk scared by Trump's subsidy cut threat? | Argus News