Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଟ୍ରମ୍ପଙ୍କ ଚେତାବନୀ ! ଆମେରିକା ଛାଡ଼ି ଏଲନଙ୍କୁ ଫେରିବାକୁ ପଡ଼ିପାରେ ଦକ୍ଷୀଣ ଆଫ୍ରିକା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଟ୍ରମ୍ପଙ୍କ ଚେତାବନୀ ! ଆମେରିକା ଛାଡ଼ି ଏଲନଙ୍କୁ ଫେରିବାକୁ ପଡ଼ିପାରେ ଦକ୍ଷୀଣ ଆଫ୍ରିକା

Key Points

ଟ୍ରମ୍ପ ଇଲେକ୍ଟ୍ରୋନିକ ଯାନବାହାନର ବିରୋଧୀ ବୋଲି କୁହାଯାଉଛି ।

ବହୁଚର୍ଚ୍ଚିତ ଓ୍ୱାନ୍ ବିଗ୍, ବିୟୁଟିଫୁଲ୍ ବିଲ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରମୁଖ ନୀତି ।

ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଓ ଟେସଲା ମୁଖ୍ୟ ଏଲନ୍ ମସ୍କଙ୍କ ମଧ୍ୟରେ ବିବାଦ ପୁଣି ଉଗ୍ରରୂପ ନେଇଛି। ଏପରିକି ବ୍ୟବସାୟ ବନ୍ଦ କରିବା ସହ ମସ୍କଙ୍କୁ ପ୍ରତ୍ୟର୍ପଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଡୋନାଲଡ୍ ଟ୍ରମ୍ପ । ଏଲନ୍ ମସ୍କଙ୍କ ଫାର୍ମକୁ ଦିଆଯାଉଥିବା ସବସିଡିକୁ ପ୍ରତ୍ୟାହାର କରାଯିବ ବୋଲି କହିଛନ୍ତି । ପୂର୍ବରୁ ଏଲନ୍ ମସ୍କ ଆମେରିକା ପାର୍ଟି ନାଁରେ ଏକ ନୂଆ ଦଳ ଆରମ୍ଭ କରିବାକୁ ଚେତାବନୀ ଦେଇଥିଲେ । ଆମେରିକା ନିର୍ବାଚନରେ ଡୋନାଲଡ ଟ୍ରମ୍ପଙ୍କ ପାଇଁ ଏଲନ୍ ମସ୍କ ପ୍ରଚାର କରିଥିଲେ ମଧ୍ୟ ପରେ ସେମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏପରିକି ପରସ୍ପରକୁ ତୀବ୍ର କଟାକ୍ଷ କରିଥିଲେ ।

ଟ୍ରମ୍ପ ଇଲେକ୍ଟ୍ରୋନିକ ଯାନବାହାନର ବିରୋଧୀ ବୋଲି କୁହାଯାଉଛି । ଏକଥା ରାଷ୍ଟ୍ରପତି ନିର୍ବାଚନ ବେଳେ ସାହାଯ୍ୟ କରିବା ପୂର୍ବରୁ ମସ୍କ ଜାଣିଥିଲେ ବୋଲି ଟ୍ରମ୍ପ ଲେଖିଛନ୍ତି । ଏପରିକି ତାଙ୍କର ଏହି ଆଭିମୁଖ୍ୟ ନିର୍ବାଚନ ପ୍ରଚାରରେ ବି ସେ କହିଥିଲେ । ଇଲେକ୍ଟ୍ରୋନିକ ଯାନ କିଣିବାକୁ ସମସ୍ତଙ୍କୁ ବାଧ୍ୟ କରାଯାଇ ପାରିବନି । ଏଲନ ମସ୍କଙ୍କୁ ମାନବ ଇତିହାସରେ କୌଣସି ବ୍ୟକ୍ତିଙ୍କୁ ମିଳିଥିବା ସବସିଡିଠାରୁ ଅଧିକ ମିଳିପାରେ । ହେଲେ ବିନା ସବସିଡିରେ ହୁଏତ ମସ୍କଙ୍କୁ ଦୋକାନ ବନ୍ଦ କରି ଦକ୍ଷିଣ ଆଫ୍ରିକା ଫେରିବାକୁ ପଡିପାରେ ।

ଅଧିକ ସଂଖ୍ୟାରେ ରକେଟ୍ ଲଞ୍ଚର, ସାଟେଲାଇଟ୍ ବା ଇଲେକ୍ଟ୍ରୋନିକ ଯାନ ଉତ୍ପାଦନ ହେବନି । ଏଭଳି ସ୍ଥିତିରେ ଅର୍ଥ ବଞ୍ଚିଯିବ । ମସ୍କଙ୍କୁ ଟାର୍ଗେଟ୍ କରି ଡିଓଜିଇ ତାଙ୍କୁ ମିଳିଥିବା ସରକାରୀ ସବସିଡି ଓ କଣ୍ଟ୍ରାକ୍ଟ ଯାଞ୍ଚ କରିବା ଉଚିତ୍ ବୋଲି ଟ୍ରମ୍ପ କହିଛନ୍ତି ।

ତେବେ ବହୁଚର୍ଚ୍ଚିତ ଓ୍ବାନ୍ ବିଗ୍, ବିୟୁଟିଫୁଲ୍ ବିଲ ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରମୁଖ ନୀତି । ଏହାକୁ ଲଗାତର ସମାଲୋଚନା କରିଆସୁଛନ୍ତି ମସ୍କ । ବିଲ ପାଞ୍ଚ ଟ୍ରିଲିୟନ ଡଲାରର ରେକର୍ଡ ଋଣ ସୀମା ବଢାଇବ । ତେଣୁ ଲୋକଙ୍କ ଚିନ୍ତା କରୁଥିବା ଦଳ ଗଠନର ସମୟ ଆସି ଯାଇଥିବା ମସ୍କ କହିଛନ୍ତି । ପାଗଳାମୀଭରା ଏହି ବିଲ୍ ପାସ ହେଲେ, ତାର ପରଦିନ ଆମେରିକା ପାର୍ଟିର ଆରମ୍ଭ କରିବେ ବୋଲି ମସ୍କ ଚେତାବନୀ ଦେଇଛନ୍ତି । ଡେମୋକ୍ରାଟ୍ ଓ ରିପବ୍ଲିକାନଙ୍କର ଏହି ମିଳିତ ପାର୍ଟିର ବିକଳ୍ପ ଆବଶ୍ୟକ । ଯାହା ବାସ୍ତବରେ ଲୋକଙ୍କ ସ୍ବର ପାଲଟିବ ବୋଲି ମସ୍କ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump warns Elon may have to leave US and return to South Africa | Argus News