ବିନା ସର୍ତ୍ତରେ ଆତ୍ମସମର୍ପଣ ଲାଗି ଇରାନକୁ ଚେତାବନୀ ଦେଲେ ଟ୍ରମ୍ପ

Key Points
ଇରାନକୁ ଟ୍ରମ୍ପଙ୍କ ଚେତାବନୀ
ବିନା ସର୍ତ୍ତରେ ଆତ୍ମସମର୍ପଣ ଲାଗି ଇରାନକୁ ଦେଲେ ନିର୍ଦ୍ଦେଶ
ଖାମେନେଇଙ୍କ ଠିକଣା ଆମେରିକା ପାଖରେ ରହିଛି-ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ପ୍ଲାଟଫର୍ମରେ ଇସ୍ରାଏଲ ସହ ଯୁଦ୍ଧରେ ଇରାନକୁ ବିନା ସର୍ତ୍ତରେ ଆତ୍ମସମର୍ପଣ କରିବାକୁ କହିଛନ୍ତି। ଏହା ସହ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି, ସେ ଭଲ ଭାବରେ ଜାଣନ୍ତି ଯେ ଇରାନର ସର୍ବୋଚ୍ଚ ନେତା କେଉଁଠି ଲୁଚି ରହିଛନ୍ତି। ଟ୍ରମ୍ପ ଖାମେନେଇଙ୍କୁ ଧମକ ଦେବା ଢଙ୍ଗରେ କହିଛନ୍ତି ସେ ଆମ ପାଇଁ ଏକ ଅତି ସହଜ ଟାର୍ଗେଟ। କିନ୍ତୁ ବର୍ତ୍ତମାନ ସେ ସୁରକ୍ଷିତ କାରଣ ଆମେ ତାଙ୍କୁ ଏବେ ହତ୍ୟା କରିବାକୁ ଚାହୁଁନାହୁଁ।
ସେପଟେ ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଥମିବାର ନା ନେଉନି। ଆକ୍ରମଣ ପ୍ରତି ଆକ୍ରମଣ ମଧ୍ୟ ଜୋରଦାର ଚାଲିଛି। ଏପଟେ ଆକସ୍ମିକ ଭାବେ କାନାଡାରେ ଆୟୋଜିତ G-7 ସମ୍ମିଳନୀ ଅଧାରୁ ଛାଡ଼ି ଟ୍ରମ୍ପ ଫେରିଯିବାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି। ଇରାନକୁ କେବେ ହେଲେ ପରମାଣୁ ଶକ୍ତି ସମ୍ପନ୍ନ ହେବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ଚେତାବନୀ ଦେବାସହ ଇରାମ ସୁପ୍ରିମ ଲିଡର ଖାମନେଇଙ୍କୁ ଦେଇଛନ୍ତି ଧମକ। ସେପଟେ ଇସ୍ରାଏଲରେ ଥିବା ଦୂତାବାସକୁ ୩ ଦିନ ପାଇଁ ବନ୍ଦ କରିଛି ଆମେରିକା। ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଇରାନ ସୁପ୍ରମ ଲିଡର ଆୟତୁଲ୍ଲା ଅଲ୍ଲୀ ଖାମେନେଇ ସୋସିଆଲ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇଯାଇଛି ବୋଲି ଲେଖିଛନ୍ତି।