ବଢୁଛି ବିବାଦ, କେହି କାହାକୁ ଛାଡୁ ନାହାନ୍ତି

Key Points
ମସ୍କଙ୍କୁ ଧମକ ଦେଲେ ଟ୍ରମ୍ପ
ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଏହାର ପରିଣାମ ଭୋଗିବେ
ଟେସଲା ସେୟାରରେ ବଡ଼ ଧରଣର ହ୍ରାସ
ଆମେରିକା ରାଷ୍ଟ୍ରପତି ଡୋଦାଲ୍ଡ ଟ୍ରମ୍ପ ଓ ବିଶ୍ବର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ମଧ୍ୟରେ ବିବାଦ ଦିନକୁଦିନ ବଢିବାରେ ଲାଗିଛି। ପ୍ରତିଦିନ ଉଭୟ ଉଭୟଙ୍କୁ ସମାଲୋଚନା କରୁଛନ୍ତି। ତେବେ ଏହାରି ଭିତରେ ମସ୍କଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି ଟ୍ରମ୍ପ। ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଏହାର ପରିଣାମ ଭୋଗିବେ ବୋଲି ଟ୍ରମ୍ପ କହିଛନ୍ତି। ରିପବ୍ଲିକାନ ସାଂସଦମାନଙ୍କୁ ବିରୋଧ କରୁଥିବା ନେତାଙ୍କୁ ମସ୍କ ଆର୍ଥିକ ସହାୟତା ଯୋଗାଇଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସିଧାସିଧା ଧମକ ଦେଇଛନ୍ତି।
ଏପରି କି ଟ୍ରମ୍ପ ଏଲନ ମସ୍କଙ୍କ ବିଭିନ୍ନ କମ୍ପାନୀ ସହିତ ସରକାର କରିଥିବା ଚୁକ୍ତିଗୁଡ଼ିକୁ ରଦ୍ଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ମସ୍କ ଟିକସ ବିଲ୍ ଉପରେ ଅସନ୍ତୋଷ ପ୍ରକାଶ କରିବା ପରେ ଟ୍ରମ୍ପ ସୋସିଆଲ ମିଡ଼ିଆରେ ମସ୍କଙ୍କ ମନୋଭାବ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ଟ୍ରମ୍ପଙ୍କ ପଦକ୍ଷେପ ପାଇଁ ମସ୍କଙ୍କୁ ଲକ୍ଷାଧିକ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଟେସଲା କମ୍ପାନୀର ଶେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ହୋଇଛି। ସପ୍ତାହକ ମଧ୍ୟରେ ନିବେଶକମାନେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର ଟେସଲା ଅଂଶଧନ ବିକ୍ରି କରିସାରିଛନ୍ତି।
📱 Get Argus News App
✨ଏପଟେ ଏଲନ ମସ୍କ ଏକ ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଏହାର ନାମ ଆମେରିକା ପାର୍ଟି ରଖାଯିବ ବୋଲି ବି ସେ ସୂଚନା ଦେଇ ସାରିଛନ୍ତି। ମସ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଏକ ପୋଲ ପୋଷ୍ଟ କରିଥିଲେ। । ଯେଉଁଥିରେ ସେ ଲୋକଙ୍କ ଠାର ମତାମତ ଗ୍ରହଣ କରିବା ପାଇଁ ପଚାରିଥିଲେ ଯେ ଆମେରିକାରେ ଏକ ନୂତନ ରାଜନୈତିକ ଦଳ ଗଠନ କରାଯିବା ଉଚିତ କି । ମସ୍କଙ୍କ ଏହି ପୋଷ୍ଟରେ ୮୦ପ୍ରତିଶତ ଲୋକ ହଁ ବୋଲି ମତ ରଖିଥିଲେ। ଏପଟେ ମସ୍କଙ୍କ ଉପରେ ରଗିଥିବାରୁ ଟ୍ରମ୍ପ ଏବେ ତାଙ୍କ ଟେସଲା କାରକୁ ବିକ୍ରି କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।