Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Viral Video: ଟ୍ରମ୍ପଙ୍କ ଅତି ଖାସ୍‌, କାଶ ପଟେଲଙ୍କୁ କଲେ ଅଭିନନ୍ଦନ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Viral Video: ଟ୍ରମ୍ପଙ୍କ ଅତି ଖାସ୍‌, କାଶ ପଟେଲଙ୍କୁ କଲେ ଅଭିନନ୍ଦନ !

ବଲିଉଡ୍ ଷ୍ଟାଇଲ୍‌ରେ କାଶ ପଟେଲଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଆସିଷ୍ଟାଣ୍ଟ ଏବଂ ହ୍ୱାଇଟ୍‌ ହାଉସ୍‌ ଡେପୁଟୀ ଚିଫ୍‌ଙ୍କ ଅଭିନନ୍ଦନ । ଭାଇରାଲ ହେଉଛି ଭିଡିଓ । ଆମେରିକାର ଟପ୍‌ ପୋଷ୍ଟରେ ବସିଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ଭାରତୀୟ ବଂଶୋଦ୍ଭବ କାଶ ପଟେଲ FBI ନିର୍ଦ୍ଦେଶକ ଭାବେ ନିଯୁକ୍ତ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୃଢ ସମର୍ଥକ ଏବଂ ଅତି ନିକଟତର ଭାବେ ଜଣାଶୁଣା କାଶ ପଟେଲଙ୍କ ନିଯୁକ୍ତିକୁ ୫୧-୪୯ ଭୋଟରେ ସିନେଟ୍‌ରେ ମଂଜୁରି ମିଳିଛି । କାଶ ପଟେଲେ ଏଫବିଆଇର ନବମ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବେ ।

ତେବେ ଏହାରି ଭିତରେ ଡାନ୍‌ ସ୍କାଭିନୋ, ଯିଏ କି ଟ୍ରମ୍ପଙ୍କ ଆସିଷ୍ଟାଣ୍ଟ ଏବଂ ହ୍ୱାଇଟ୍‌ ହାଉସ୍‌ ଡେପୁଟୀ ଚିଫ୍‌ ଏକ ଅଭିନବ ଢ଼ଙ୍ଗରେ କାଶ ପଟେଲଙ୍କୁ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ଏକ୍‌ଦମ୍‌ ବଲିଉଡ୍‌ ଷ୍ଟାଇଲ୍‌ରେ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଡାନ୍‌ ନିଜ ଏକ୍ସ ହାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହାକି ବଲିଉଡ୍ ଫିଲ୍ମ 'ବାଜିରାଓ ମସ୍ତାନୀ'ର ମହ୍ଲାରୀ ଗୀତର ଏକ ଛୋଟ କ୍ଲିପ୍‌ । ସେହି ଭିଡିଓରେ ରଣବୀରଙ୍କ ଚେହେରାକୁ ବଦଳାଇ କାଶ ପଟେଲଙ୍କ ଚେହେରା ଲାଗିଛି । ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଖୁବ୍‌ କମ୍‌ ସମୟ ମଧ୍ୟରେ ହଜାର ହଜାର ଲାଇକ୍‌ ସେୟାର୍‌ କମେଣ୍ଟ ସାଉଁଣ୍ଟିଛି ।



ଅନ୍ୟପଟେ କାଶ ପଟେଲ ମଧ୍ୟ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ସେଥିରେ ସେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇବେ ବୋଲି କହିଛନ୍ତି । ଏହାସହ ଆମେରିକାର ଶତ୍ରୁମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୧୯୮୦ ମସିହାରେ ନ୍ୟୁୟର୍କରେ ରହୁଥିବା ଏକ ଗୁଜୁରାଟୀ ପରିବାରରେ ଜନ୍ମ ନେଇଥିଲେ କାଶ ପଟେଲ । ଆନ୍ତର୍ଜାତିକ ଆଇନରେ ସେ ୟୁନାଇଟେଡ କିଙ୍ଗଡମର ଏକ କଲେଜରୁ ଡିଗ୍ରୀ ହାସଲ କରିଛନ୍ତି । ଏହି ନିଯୁକ୍ତିକୁ ଆମେରିକାର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ନେତୃତ୍ୱ ଗଠନରେ ଏକ ବଡ଼ ପରିବର୍ତ୍ତନ ଭାବରେ ଦେଖାଯାଉଛି। ତେବେ ଦୁଇଜଣ ରିପବ୍ଲିକାନ- ମେନର ସେନେଟର ସୁସାନ କଲିନ୍ସ ଏବଂ ଆଲାସ୍କାର ସେନେଟର ଲିସା ମୁର୍କୋସ୍କି- ସମସ୍ତ ଡେମୋକ୍ରାଟିକ୍ ଆଇନ ପ୍ରଣେତାଙ୍କ ସହିତ ଏହି ନିଯୁକ୍ତିକୁ ବିରୋଧ କରିଥିଲେ।

କାଶ ପଟେଲ ଏପରି ସମୟରେ ଏଫବିଆଇର ନେତୃତ୍ୱ ନେଉଛନ୍ତି ଯେତେବେଳେ ନ୍ୟାୟ ବିଭାଗରେ ବ୍ୟାପକ ପରିବର୍ତ୍ତନ ଘଟୁଛି। ନ୍ୟାୟ ବିଭାଗର ପ୍ରାଥମିକତାକୁ ନୂଆ ରୂପ ଦେବା ପାଇଁ ଟ୍ରମ୍ପ-ସମର୍ଥକ ଅଧିକାରୀଙ୍କ ପ୍ରୟାସର ଏକ ଅଂଶ ଭାବରେ ତାଙ୍କ ନିଯୁକ୍ତିକୁ ଅନେକ ସମାଲୋଚକ ପ୍ରଶ୍ନ କରିଛନ୍ତି। ସେନେଟର କଲିନ୍ସ ଏବଂ ମୁର୍କୋସ୍କି ଭିନ୍ନ ମତ ଦେଇ କହିଥିଲେ ଯେ ପଟେଲ ଆଇନ ପ୍ରବର୍ତ୍ତନ ନୀତି ଅପେକ୍ଷା ରାଜନୈତିକ ଆନୁଗତ୍ୟ ଆଧାରରେ FBI ପରିଚାଳନା କରିପାରନ୍ତି।


ସିନେଟ୍ ନିଶ୍ଚିତକରଣ ଶୁଣାଣି ସମୟରେ, କାଶ ପଟେଲ ଏଫବିଆଇର ରାଜନୀତିକରଣ କିମ୍ବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ଅସ୍ୱୀକାର କରିଥିଲେ। ସେ ଡେମୋକ୍ରାଟମାନଙ୍କୁ ତାଙ୍କର ପୂର୍ବ ବକ୍ତବ୍ୟର କିଛି ଅଂଶ ବିକୃତ କରିବାର ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ଅସମ୍ପୂର୍ଣ୍ଣ ସୂଚନା ପ୍ରାୟତଃ ଭ୍ରମାତ୍ମକ ହୋଇଥାଏ।

Sponsored
Trump's Aide Congratulates New FBI Director Kash Patel In Bollywood Style | Argus News