Videos
|
International

ରିପବ୍ଲିକାନ୍ କନଭେନସନରେ ଦଳ ପକ୍ଷରୁ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା

Ritu Das
Browse all articles by Ritu Das
·2 years ago·1 min read
ରିପବ୍ଲିକାନ୍ କନଭେନସନରେ ଦଳ ପକ୍ଷରୁ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା

ଅର୍ଗସ ବ୍ୟୁରୋ: ଡୋନାଲ୍ଡ ଟ୍ରମ୍ପ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ । ରିପବ୍ଲିକାନ୍ କନଭେନସନରେ ଦଳ ପକ୍ଷରୁ ଘୋଷଣା ହୋଇଛି। ଏହାଫଳରେ ଟ୍ରମ୍ପ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ୨୦୧୬ରେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଲାଭ କରିଥିବା ବେଳେ ୨୦୨୦ରେ ଜୋ ବାଇଡେନଙ୍କ ଠାରୁ ପରାସ୍ତ ହୋଇଥିଲେ । ଆସନ୍ତା ନଭେମ୍ବରରେ ଟ୍ରମ୍ପ ଓ ବାଇଡେନଙ୍କ ମଧ୍ୟରେ ପୁଣି ଥରେ ମୁକାବିଲା ହେବ। 

୨୦  ବର୍ଷ ବୟସର ଯୁବକ କାହିଁକି ଟ୍ରମ୍ପଙ୍କୁ ମାରିଲା ଗୁଳି ?

ଅପରପକ୍ଷେ ସିନେଟର ଜେଡି ଭେନ୍ସ ଉପରାଷ୍ଟ୍ରପତି ପ୍ରାର୍ଥୀ । ୩୯ ବର୍ଷୀୟ ଜେଡି ୨୦୦୧୬ରେ ନିଜର ସଂସ୍ମରଣ ହିଲବିଲୀ ଏଲଜେୀର ପ୍ରକାଶନକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ୨୦୨୨ରେ ତାଙ୍କୁ ସିନେଟ ସିନେଟ ଭାବେ ଚୟନ କରାଯାଇଥିଲା। ଟ୍ରମ୍ପଙ୍କୁ ଗୁଳିମାଡ ପରେ ଆମେରିକାରେ ବଢିଛି ରାଜନୈତିକ ଉଷ୍ମତା। 
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ହୋଇଥିବା ଆକ୍ରମଣ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପେନ୍ସିଲଭାନିଆରେ ରାଲି ବେଳେ ହୋଇଥିବା ଆକ୍ରମଣରେ ଡୋନାଲ୍ଡ ଟ୍ରମ୍ପ ଯଦିଓ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଏହି ଘଟଣା ଏବେ ଆମେରିକା ରାଜନୀତିରେ ଗୋଟିଏ ପ୍ରସଙ୍ଗ ତିଆରି କରିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 


 

Trump's announcement | Argus News