Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

କ୍ଷମତାକୁ ଆସିବା ପରେ ଟ୍ରମ୍ପଙ୍କ ବଡ଼ ଘୋଷଣା

Rashmita Mishra
Browse all articles by Rashmita Mishra
·1 year ago·1 min read
 କ୍ଷମତାକୁ ଆସିବା ପରେ ଟ୍ରମ୍ପଙ୍କ ବଡ଼ ଘୋଷଣା

ଅର୍ଗସ ବ୍ୟୁରୋ: କ୍ଷମତାକୁ ଆସିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ବଡ ଘୋଷଣା । କାନାଡା ଓ ମେକ୍ସିକୋରୁ ଆମଦାନୀ ଉପରେ ଲଗାଇଲେ ୨୫ ପ୍ରତିଶତ ଟାରିଫ୍ । ଚୀନରେ ପ୍ରସ୍ତୁତ ସାମଗ୍ରୀ ଉପରେ ଲାଗିଲା ୧୦ ପ୍ରତିଶତ ଟାରିଫ୍ । ଟ୍ରମ୍ପଙ୍କ ଅଚାନକ ପଦକ୍ଷେପ ପରେ ବାଣିଜ୍ୟିକ ଯୁଦ୍ଧର ଆଶଙ୍କା ।


କ୍ଷମତାକୁ ଆସିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ବଡ଼ ଘୋଷଣା । କାନାଡା ଓ ମେକ୍ସିକୋରୁ ଆମଦାନୀ ଉପରେ ଲଗାଇଲେ ୨୫ ପ୍ରତିଶତ ଟାରିଫ୍ । ଚୀନରେ ପ୍ରସ୍ତୁତ ସାମଗ୍ରୀ ଉପରେ ଲାଗିଲା ୧୦ ପ୍ରତିଶତ ଟାରିଫ୍ । ଟ୍ରମ୍ପଙ୍କ ଅଚାନକ ପଦକ୍ଷେପ ପରେ ବାଣିଜ୍ୟିକ ଯୁଦ୍ଧର ଆଶଙ୍କା ପ୍ରକାଶ ପାଇଛି । ତେବେ ଉପରେ ପ୍ରତିକ୍ରିୟା ରଖି ଟ୍ରମ୍ପ କହିଛନ୍ତି, ଆମେରିକୀବାସୀଙ୍କୁ ସୁରକ୍ଷା ଦେବା ଆବଶ୍ୟକ ଏବଂ ସମସ୍ତଙ୍କ ସୁରକ୍ଷା ନିଶ୍ଚିତ କରିବା ରାଷ୍ଟ୍ରପତି ଭାବରେ ମୋର କର୍ତ୍ତବ୍ୟ । ବେଆଇନ ବିଦେଶୀ ତଥା ଡ୍ରଗ୍ସ ପରିସ୍ଥିତିକୁ ରୋକିବା ପାଇଁ ମୁଁ ପ୍ରତିଶ୍ରୁତି ଦେଇଥିଲି ଏବଂ ଆମେରିକୀୟମାନେ ଏହା ସପକ୍ଷରେ ଭୋଟ୍ ଦେଇଥିଲେ। ସେପଟେ ଟ୍ରମ୍ପକୁ ଜବାବ ଦେଇଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ସେ କହିଛନ୍ତି, ଏହା ସେମାନେ ଚାହୁଁ ନାହାଁନ୍ତି, କିନ୍ତୁ କାନାଡା ଏନେଇ ପୁରା ପ୍ରସ୍ତୁତ ଅଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump's big announcement after coming to power | Argus News