Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବିଜୟ ପକ୍କା ହେବା ପରେ ସମର୍ଥକଙ୍କ ଗହଣରେ ଟ୍ରମ୍ପଙ୍କ ହୁଙ୍କାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଜୟ ପକ୍କା ହେବା ପରେ ସମର୍ଥକଙ୍କ ଗହଣରେ  ଟ୍ରମ୍ପଙ୍କ ହୁଙ୍କାର

ଅର୍ଗସ ବ୍ୟୁରୋ:  ଆମେରିକାରେ ଚାଲିବ ଟ୍ରମ୍ଫ ଶାସନ.. ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରତିଦ୍ବନ୍ଦୀ କମଲା ହାରିସଙ୍କୁ ହରାଇଛନ୍ତି।  ଟ୍ରମ୍ଫ ପାଇଛନ୍ତି 277 ଇଲକ୍ରୋରାଲ ଭୋଟ ପାଇଥିବା ବେଳେ କମଳା ହ୍ୟାରିସ ପାଇଛନ୍ତି 224 ଇଲୋକ୍ଟ୍ରୋରାଲ ଭୋଟ..ଦୀତୀୟ ଥର  ପାଇଁ ଆମେରିକାର ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ୍ । ଟ୍ରମ୍ଫକୁ ଏବେ ସୁଦ୍ଦା 51 ପ୍ରତିଶତ ବା 7 କୋଟି ଭୋଟ  ମିଳିଥିବା ବେଳେ କମଳା ହ୍ୟାରିସଙ୍କୁ 47.4 ପ୍ରତିଶତ ବା  6 . 57 ଭୋଟ ମିଳିଛି...
ନିଜ ବିଜୟକୁ ଐତିହାସିକ ଓ ଅବିଶ୍ବସନୀୟ କହିଛନ୍ତି ଟ୍ରମ୍ପ। ` ନିଜ ସମର୍ଥକଙ୍କ ଗହଣରେ ହୁଙ୍କାର ଦେଇ ଟ୍ରମ୍ପ କହିଛନ୍ତି ଆମେରିକାର ଭବିଷ୍ୟତ ଲାଗି କାମ କରିବି। ଏହା ସହ ଏକ ଆମେରିକା - ଗ୍ରେଟ ଆମେରିକାର ନାରା ଦେଇଛନ୍ତି ଟ୍ରମ୍ଫ ।

ବିଜୟ ପକ୍କା ପରେ ଟ୍ରମ୍ଫଙ୍କୁ  ହୃଦୟରୁ ବଧେଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି..  ମୋଦି ନିଜ ଏକ୍ସ ହ୍ୟାଣ୍ଡଲରେ ଲେଖିଛନ୍ତି ଟ୍ରମ୍ଫଙ୍କ ଏହି  ଐତିହାସିକ ବିଜୟ ପରେ ଭାରତ - ଆମେରିକାର   ସଂପର୍କ ଅଧିକ ମଜବୁତ ହେବ..  ଦୁହେଁ ମିଶି ବିଶ୍ବ ଶାନ୍ତି , ସ୍ଥିରତା ଓ ସମୃଦ୍ଦି ପାଇଁ କାମ କରିବେ...  .. ..2019ରେ  ଆମେରିକା ହାଉଡି ମୋଡି କାର୍ଯ୍ୟକ୍ରମ  ହେଉ କି  2020 ରେ ମୋଟେରା ଷ୍ଟାଡିୟମରେ ନମେସ୍ତେ ଟ୍ରମ୍ଫ କାର୍ଯ୍ୟକ୍ରମ ହେଉ ,ମୋଦି- ଟ୍ରମ୍ଫଙ୍କ ସଂପର୍କର ଝଳକ  ଦେଖିଥିଲା  ସାରା ଦୁନିଆ... ରିପବ୍ଲକିନା ପାର୍ଟିକୁ ପ୍ରୋ- ହିନ୍ଦୁ- ପ୍ରୋ ଭାରତ ଭାବେ ଗ୍ରହଣ କରାଯାଏ.. ତେଣୁ ଟ୍ରମ୍ଫଙ୍କ ବିଜୟ ଭାରତ - ଆମେରିକା ସଂପର୍କରେ ନୂଆ ଅଧ୍ୟାୟ ଯୋଡିବ ବୋଲି ବିଶେଷଜ୍ଞଙ୍କ ମତ ।

ତେବେ ଭାରତ ପଡୋଶୀ ଦେଶ  କିନ୍ତୁ ଟ୍ରମ୍ଫଙ୍କ ବିଜୟରେ ଖୁସ୍ ନାହାଁନ୍ତି .... ବିଶେଷ କରି ଆତଙ୍କ ବାଦ ବିରୋଧରେ ଲଢିବାକୁ ବିଭିନ୍ନ ସମୟରେ ଆହ୍ବାନ ଦେଇଥିବା ଟ୍ରମ୍ଫଙ୍କ ବିଜୟରେ ଅଧିକ ଦୁଃଖୀ ହୋଇଛନ୍ତି ପାକିସ୍ତାନ, ବାଂଲାଦେଶ ଓ ଚୀନ...ଆମେରିକାର ସାହାସରେ କିଛି ଦିନ ପୂୁର୍ବରୁ ଭାରତକୁ  ନାଲିଆଖି ଦେଖାଇବାକୁ ସାହସ କରୁଥିବା ବାଂଲାଦେଶ ଟ୍ରମ୍ଫଙ୍କ ବିଜୟରେ ବେଶୀ ଦୁଃଖୀ ବୋଲି କୁହାଯାଉଛି । ସେହିପରି ଇରାନ ଓ ୟୁକ୍ରେନ ବି ଟ୍ରମ୍ଫଙ୍କ ବିଜୟରେ ଖୁସି ନାହାଁନ୍ତି... ଆମେରିକାର ସହାୟତାରେ ରୁଷ ସହିତ ଢେର ଦିନ ହେବ ଯୁଦ୍ଦ କରୁଥିବା ୟୁକ୍ରେନକୁ ଟ୍ରମ୍ପଙ୍କ ବିଜୟ ବେଶୀ ଦୁଃଖୀ କରିଛି.. ସେହିପରି ଇସ୍ରାଏଲ ସହ ଯୁଦ୍ଦ କରୁଥିବା ଇରାନର କାମ୍ ତମାମ୍ ହେବ ବୋଲି ଆକଳନ କରୁଛନ୍ତ ବୈଦଶିକ ବ୍ୟାପାର ବିଶେଷଜ୍ଞ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ଆସନ୍କୁ ନଜର ପକାଇବା ଟ୍ରମ୍ଫଙ୍କ ବିଜୟ ଭାରତ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଉପରେ କି କି ପ୍ରଭାବ ପକାଇବ... ବିଶେଷଜ୍ଞଙ୍କ ଆକଳନ, କାରବାର କ୍ଷେତ୍ରରୁ ଆରମ୍ଭ କରି ଶକ୍ତି, ସୁରକ୍ଷା, ବୈଷୟିକ କ୍ଷେତ୍ରରେ ଭାରତ ଫାଇଦା ପାଇବ
1-   ଅଧିକ ମଜବୁତ ହେବ ଭାରତ- ଆମେରିକା ସଂପର୍କ
 2-ଏକ୍ଶପୋର୍ଟ କ୍ଷେତ୍ରରେ ମିଳିବ ଫାଇଦା 
3- ମ୍ୟାନୁଫ୍ୟାକଚର, ରକ୍ଷା କ୍ଷେତ୍ରରେ ବି ହେବ ଲାଭ
4-ବାଣିଜ୍ୟିକ ପରିବେଶ ପାଇଁ ସହାୟ 
4-  ସେୟାର ବଜାରରେ ତୁରନ୍ତ ଉତ୍ସାହ ଦେଖାଇଯାଇଥିଲେ ବି ପରେ ଟ୍ରମ୍ଫଙ୍କ ନୀତି ଉପରେ ଏହା ନିର୍ଭର କରିବ.. ସେପଟେ ଭାରତ ପାଇଁ କଣ ନକରାତ୍ମକ ପ୍ରଭାବ ପଡିବ ସେ ନେଇ ବିଶେଷଜ୍ଞଙ୍କ ଆକଳନ  ୟୁଏସ ଡଲାର ମଜବୁଚ ହେବ...ଭାରତର ଟଙ୍କା, ଡଲାର ତୁଳନାରେ ତଳକୁ ଯିବ..ଟ୍ରମ୍ପଙ୍କ ପୂର୍ବ ନୀତି କାଏମ ରହିଲେଭାରତୀୟ ଆଇଟି କମ୍ପାନୀଙ୍କ ପାଇଁ ଆମେରିକୀୟ ଭିସା ଅଡୁଆ କରିବ। 2023-24ରେ  ଆମେରିକାରୁ 42.2 ଅରବ ଡଲାର ବା 42 ଶହ କୋଟିର ଆମଦାନୀ ହୋଇଥିବା ବେଳେ 77.52 ଅରବ ଡଲାରର ସାମଗ୍ରୀ ରପ୍ତାନୀ ହୋଇଥିଲା ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Sponsored
Trump's cheers to the crowd of supporters after the victory was assured | Argus News