Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Donald Trump: 'ମୋତେ ନୋବେଲ ପୁରସ୍କାର ଦରକାର, ନହେଲେ...'

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·3 min read
Donald Trump: 'ମୋତେ ନୋବେଲ ପୁରସ୍କାର ଦରକାର, ନହେଲେ...'

Key Points

ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ସେ ଏଭଳି ଯୁଦ୍ଧ ବନ୍ଦ କରିବାର ପ୍ରହସନ ଚଳାଇଛନ୍ତି।

ଏପରିକି ଏହି ସମ୍ମାନଜନକ ପୁରସ୍କାର ହାତେଇବା ପାଇଁ ଟ୍ରମ୍ପ ଏଭଳି ସ୍ତରକୁ ଖସିଯାଇଛନ୍ତି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେନି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିଜକୁ ଏଭଳି ପ୍ରଦର୍ଶନ କରୁଛନ୍ତି, ସତେ ଯେମିତି ସେ ବିଶ୍ବର ବିଭିନ୍ନ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ବନ୍ଦ କରିବା ପାଇଁ ଭାରି ବ୍ୟାକୁଳ ଅଛନ୍ତି। ଆଉ ସତରେ ଯେମିତି ସେ ଚାହୁଁଛନ୍ତି କି ସାରା ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହେଉ। ଦିନକ ତଳେ ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ସେ ଆଲାସ୍କାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ମଧ୍ୟ ଏକ ବୈଠକ କରିଥିଲେ।

ଏହା ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଙ୍ଘର୍ଷକୁ ସେ ହିଁ ବନ୍ଦ କରିଛନ୍ତି ବୋଲି ବାରମ୍ବାର ଏକପାଖିଆ ଦାବି କରିଆସୁଛନ୍ତି। ଯେତେବେଳେ କି ଭାରତ ଏହାକୁ କଦାପି ସ୍ବୀକାର କରିନାହିଁ। ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ସବୁ ପ୍ରହସନ ପଛରେ ରହିଛି ଏକ ଭିନ୍ନ ଉଦ୍ଦେଶ୍ୟ। ପ୍ରକୃତରେ ନୋବେଲ ପୁରସ୍କାର ପାଇଁ ଟ୍ରମ୍ପଙ୍କ ପାଗଳାମି ଚରମ ସୀମାରେ ପହଞ୍ଚିଛି। ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ସେ ଏଭଳି ଯୁଦ୍ଧ ବନ୍ଦ କରିବାର ପ୍ରହସନ ଚଳାଇଛନ୍ତି। ଏପରିକି ଏହି ସମ୍ମାନଜନକ ପୁରସ୍କାର ହାତେଇବା ପାଇଁ ଟ୍ରମ୍ପ ଏଭଳି ସ୍ତରକୁ ଖସିଯାଇଛନ୍ତି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେନି।

ହଁ ଆଜ୍ଞା, ନୋବେଲ ପୁରସ୍କାର ପାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏତେ ବ୍ୟାକୁଳ ହୋଇପଡିଛନ୍ତି ଯେ ଏଥି ପାଇଁ ସେ ନରୱେର ଅର୍ଥମନ୍ତ୍ରୀଙ୍କୁ ଫୋନ୍ କରି ସିଧା ସିଧା ଧମକ ଦେବାକୁ ବି ପଛାଇନାହାଁନ୍ତି। ନରୱେର ବିଜନେସ ମାଗାଜିନ୍ ଡେଗେନ୍ସ ନେରିଂସ୍ଲିଭ୍ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି କି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦେଶର ଅର୍ଥମନ୍ତ୍ରୀ ଜେନ୍ସ ଷ୍ଟୋଲ୍ଟେନବର୍ଗଙ୍କୁ ଫୋନ୍ କଲରେ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଯଦି ତାଙ୍କୁ ନୋବେଲ ପୁରସ୍କାର ଦିଆନଯାଏ, ତେବେ ସେ ନରୱେ ଉପରେ ଅତ୍ୟଧିକ ଟ୍ୟାକ୍ସ ଲଗାଇଦେବେ।

ଗତ ମାସରେ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନରୱେର ଅର୍ଥମନ୍ତ୍ରୀ ଷ୍ଟୋଲ୍ଟେନବର୍ଗଙ୍କୁ ଟାରିଫ୍ ଉପରେ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ। ସେତେବେଳେ ମଧ୍ୟ ସେ କହିଥିଲେ ଯେ ତାଙ୍କୁ ନୋବେଲ ପୁରସ୍କାର ଦରକାର। ଆଉ ଏବେ ଟ୍ରମ୍ପ ପୁଣି ଥରେ ଷ୍ଟୋଲ୍ଟେନବର୍ଗଙ୍କୁ ଫୋନ୍ କରି ଧମକାଇଛନ୍ତି। ଡେଗେନ୍ସ ନେରିଂସ୍ଲିଭରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗତ ଗୁରୁବାର ଅର୍ଥମନ୍ତ୍ରୀ ଜେନ୍ସ ଷ୍ଟୋଲ୍ଟେନବର୍ଗ ଓସ୍ଲୋ ସହରର ରାସ୍ତାରେ ବୁଲୁଥିଲେ। ସେତେବେଳେ ତାଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ୍ କଲ୍ ଆସିଥିଲା। ସେ ପ୍ରଥମେ ଆମେରିକା ଓ ନରୱେ ମଧ୍ୟରେ ଆର୍ଥିକ ସହଯୋଗ ଓ ଟାରିଫ୍ ବିଷୟରେ କଥା ହେଲେ। କିନ୍ତୁ ହଠାତ୍ ପ୍ରସଙ୍ଗ ବଦଳାଇ ଟ୍ରମ୍ପ କହିଲେ ଯେ ସେ ଏଥର ଯେମିତି ହେଲେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଚାହୁଁଛନ୍ତି। ନହେଲେ ସେ ନରୱେ ଉପରେ ଅତ୍ୟଧିକ ଟିକସ ଲଗାଇଦେବେ।

ତେବେ ଏହା ପୂର୍ବରୁ ନରୱେରୁ ଆମଦାନୀ ସାମଗ୍ରୀ ଉପରେ ହ୍ବାଇଟ୍ ହାଉସ ପକ୍ଷରୁ୧୫% ଟାରିଫ୍ ଲଗାଇବାକୁ ଘୋଷଣା କରାଯାଇଥିଲା। ଆଉ ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ହେଲେ ଏହା ଭିତରେ ଆମେରିକା ରାଷ୍ଟ୍ରପତି ନରୱେ ଅର୍ଥମନ୍ତ୍ରୀଙ୍କୁ ଫୋନ୍ କରି ବ୍ଲାକମେଲ କରିବା ସହ ନୋବେଲ ଶାନ୍ତି ପୁରସ୍କାର ପାଇଁ ଚାପ ପକାଇଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ନୋବେଲ ପୁରସ୍କାର ପାଇଁ ନିଜ ଇଚ୍ଛା ପ୍ରକାଶ କରିଛନ୍ତି। ସେ ପୂର୍ବରୁ ମଧ୍ୟ ଦାବି କରିଥିଲେ ଯେ 'ସେ ହିଁ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ଇରାନ୍ ମଧ୍ୟରେ ଯୁଦ୍ଧ ବନ୍ଦ କରାଇଛନ୍ତି'।

ଆଉ 'ଦକ୍ଷିଣ ଏସିଆରେ ଭାରତ-ପାକିସ୍ତାନ ସଙ୍ଘର୍ଷ ବନ୍ଦ କରାଇବା ସହ କାମ୍ବୋଡିଆରେ ଶାନ୍ତି ପ୍ରତିଷ୍ଠା କରାଇବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି'। 'ଏଥିପାଇଁ ସେ ନୋବେଲ ପୁରସ୍କାର ପାଇଁ ହକଦାର'। ଟ୍ରମ୍ପଙ୍କ ଯୁକ୍ତି ହେଉଛି ଯେ 'ଆମେରିକାର ୪ ଜଣ ରାଷ୍ଟ୍ରପତିଙ୍କୁ ନୋବେଲ ପୁରସ୍କାର ମିଳିଛି'। 'ତେଣୁ ତାଙ୍କୁ ବି ଏହି ପୁରସ୍କାର ମିଳିବା ଦରକାର'। ତେବେ ଡୋନାଲ୍ଡ ଟ୍ରମ୍ପ ନିଜେ ତ ଏଭଳି ଦାବି କରୁଛନ୍ତି, ଏହା ସହ ଇସ୍ରାଏଲ, ପାକିସ୍ତାନ ଓ କାମ୍ବୋଡିଆ ଭଳି କିଛି ଦେଶ ବି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ନୋମିନେଟ୍ କରିଛନ୍ତି।

ତେଣୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୋବେଲ ପୁରସ୍କାର ପାଇବା ପାଇଁ ପ୍ରବଳ ଆଶାୟୀ ଅଛନ୍ତି। ଆଉ କଳେ ବଳେ କୌଶଳେ ସେ ନୋବେଲ ଶାନ୍ତି ପୁରସ୍କାର ହାତେଇବାକୁ ପ୍ରୟାସ ଚଳାଇଛନ୍ତି। ତେବେ ଏଠାରେ ଆମେ କହି ରଖିବାକୁ ଚାହିଁବୁ କି ଯଦିଓ ନୋବେଲ ପୁରସ୍କାର ନରୱେରୁ ଦିଆଯାଏ, କିନ୍ତୁ ଏହି ସମ୍ମାନଜନକ ପୁରସ୍କାର କାହାକୁ ମିଳିବ ତା'ର ଚୟନ ଏକ କମିଟି ଦ୍ବାରା ହୋଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump's efforts to secure a Nobel Peace Prize are Orwellian | Argus News