Donald Trump / ରାତାରାତି ବଦଳିଗଲା ଟ୍ରମ୍ପଙ୍କ ସ୍ୱର ! ସିଂହ ଭଳି ରଡ଼ି କରୁଥିଲେ, ଏବେ ଶାନ୍ତ ପଡ଼ିଲେ...
·7 months ago·2 min read

Key Points
ଡେନମାର୍କଠାରୁ ଆର୍କଟିକ ଦ୍ୱୀପକୁ ଛଡ଼ାଇ ନେବା ପାଇଁ ଏହାର ବ୍ୟବହାର କରିବ ନାହିଁ। ଆମେ ବଳ ପ୍ରୟୋଗ କରିବାକୁ ଚାହୁଁନୁ।
ଗ୍ରିନ୍ଲାଣ୍ଡ ଠାରୁ ଆରମ୍ଭ କରି ଶୁଳ୍କ ଓ ଅର୍ଥନୀତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ୟୁରୋପକୁ ସମାଲୋଚନା କରି ଟ୍ରମ୍ପ କହିଥିଲେ, ଏହା ଠିକ୍ ଦିଗରେ ଗତି କରୁନାହିଁ। ତେବେ ଗ୍ରିନ୍ଲାଣ୍ଡକୁ ନେଇ ରାତାରାତି ଟ୍ରମ୍ପଙ୍କ ଆଭିମୁଖ୍ୟ କିପରି ବଦଳିଗଲା ଓ ସେ ବଳ ପ୍ରୟୋଗ କରିବା ନେଇ ପଛକୁ ହଟିଲେ ତାହାକୁ ନେଇ ପ୍ରଶ୍ନବାଚୀ ଉଠିବାରେ ଲାଗିଛି। ଟ୍ରମ୍ପଙ୍କ ମନ୍ତବ୍ୟରୁ ବାଘର ଫାଗକୁ ଭୟ ସଙ୍କେତ ମିଳୁଥିବା କୁହାଯାଉଛି। ତାଙ୍କ ବିରୋଧରେ ବୃଦ୍ଧି ପାଉଥିବା ଅସନ୍ତୋଷ ଏହାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ କଠୋର ସ୍ବରରେ ଭାଷଣ ଦେଇଛନ୍ତି। ସେ କହିଛନ୍ତି, ଗ୍ରିନ୍ଲାଣ୍ଡ ଅଧିଗ୍ରହଣ ପାଇଁ ତୁରନ୍ତ ଆଲୋଚନା ଆବଶ୍ୟକ। କିନ୍ତୁ କହିଥିଲେ ଯେ ଆମେରିକା ପାଖରେ ଶକ୍ତି ଥିଲେ ମଧ୍ୟ ଡେନମାର୍କଠାରୁ ଆର୍କଟିକ ଦ୍ୱୀପକୁ ଛଡ଼ାଇ ନେବା ପାଇଁ ଏହାର ବ୍ୟବହାର କରିବ ନାହିଁ। ଆମେ ବଳ ପ୍ରୟୋଗ କରିବାକୁ ଚାହୁଁନୁ।
ଗ୍ରିନ୍ଲାଣ୍ଡକୁ ଦଖଲ କରିବା ଜାତୀୟ ଓ ଆନ୍ତର୍ଜାତୀୟ ସୁରକ୍ଷା ପାଇଁ ଆବଶ୍ୟକ। ଏକମାତ୍ର ଯୁକ୍ତରାଷ୍ଟ୍ର ହିଁ ଏହି ବିଶାଳ ଭୂମିକୁ ତଥା ବରଫ ଖଣ୍ଡକୁ ସୁରକ୍ଷା ଦେଇପାରିବ। ସେଥିପାଇଁ ମୁଁ ପୁଣି ଥରେ ଆମେରିକା ଦ୍ୱାରା ଗ୍ରିନ୍ଲାଣ୍ଡ ଅଧିଗ୍ରହଣ ବିଷୟରେ ଆଲୋଚନା କରିବା ପାଇଁ ତୁରନ୍ତ ଆଲୋଚନା ଚାହୁଁଛି। ଡେନମାର୍କ ପାଖରେ ଏକ ବିକଳ୍ପ ଅଛି। ସେ ହଁ କହିଲେ ଆମେ କୃତଜ୍ଞ ହେବୁ। କିମ୍ବା ସେ ନା କହିଲେ, ଆମେ ଏହାକୁ ମନେ ରଖିବୁ। ଏକ ଶକ୍ତିଶାଳୀ ଓ ସୁରକ୍ଷିତ ଆମେରିକାର ଅର୍ଥ ହେଉଛି ଏକ ଶକ୍ତିଶାଳୀ ନାଟୋ।
ଟ୍ରମ୍ପ ନାଟୋ ସଦସ୍ୟ ଡେନମାର୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକକୁ ଅସ୍ୱୀକାର କରିଛନ୍ତି। ସେ ପୂର୍ବରୁ ଡେନମାର୍କକୁ କୃତଘ୍ନ କହିବା ସହ ଟ୍ରାନ୍ସଆଟଲାଣ୍ଟିକ୍ ମେଣ୍ଟକୁ ଭାଙ୍ଗିବା ପାଇଁ ଧମକ ଦେଇଥିଲେ। ମାତ୍ର ଡାଭୋସରେ ନିଜ ଆଚରଣ ନେଇ ସବୁବେଳେ ଅନିଶ୍ଚିତ ଥିବା ଟ୍ରମ୍ପ ଏପରି କହି ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ବଳ ପ୍ରୟୋଗ ନକଲେ ଆମେ ସମ୍ଭବତଃ କିଛି ପାଇବୁ ନାହିଁ। କିନ୍ତୁ ମୁଁ ତାହା କରିବି ନାହିଁ। ସମ୍ଭବତଃ ଏହା ମୁଁ ଦେଇଥିବା ସବୁଠାରୁ ବଡ଼ ବିବୃତି। ମୋତେ ବଳ ପ୍ରୟୋଗ କରିବାକୁ ପଡ଼ିବ ନାହିଁ। ମୁଁ ବଳ ପ୍ରୟୋଗ କରିବାକୁ ଚାହୁଁନାହିଁ। ମୁଁ ବଳ ପ୍ରୟୋଗ କରିବି ନାହିଁ ମଧ୍ୟ ବୋଲି ଟ୍ରମ୍ପ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଟ୍ରମ୍ପ ଇରାନ୍କୁ ସମ୍ପୂର୍ଣ୍ଣ ଧ୍ୱସ୍ତ କରିବାକୁ ଧମକ ଦେଉଥିବା ବେଳେ ଭାରତ ପ୍ରତି ଦେଖାଇଛନ୍ତି ନରମ ଭାବନା । ଭାରତ ସହ ଭଲ ସମ୍ପର୍କ ରଖିବାକୁ ନିଜ ଆଡ଼ୁ ବଢ଼ାଇଛନ୍ତି ହାତ । କେବଳ ଭାରତ ନୁହେଁ ମୋଦିଙ୍କୁ ମଧ୍ୟ ଭୁରି ଭୁରି କରିଛନ୍ତି ପ୍ରଶଂସା । ମୋଦି ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ, ସେ ଖୁବ୍ ଚାଲାଖ୍ । ଏମିତି କେତେ କ'ଣ କହି ବିଶ୍ୱ ମଞ୍ଚରେ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଟ୍ରମ୍ପ ।
Related Topics
Explore more stories