ଟ୍ରମ୍ପଙ୍କ ନାଲି ଟୋପିରେ ଲୁଚିଛି ବଡ ରାଜନୈତିକ ସନ୍ଦେଶ, ଆମେରିକା ପାଇଁ ଚିନ୍ତା...

Key Points
ଚର୍ଚ୍ଚାରେ ଟ୍ରମ୍ପଙ୍କ ନାଲି ଟୋପି
ଟୋପିରେ ରହିଛି ବଡ ରାଜନୈତିକ ସନ୍ଦେଶ !
ଟୋପି ମାଧ୍ୟମରେ କଣ ଇସାରା କରୁଛନ୍ତି ଟ୍ରମ୍ପ ?
ଏବେ ଟ୍ରମ୍ପଙ୍କ ଦୋମୁହାଁ ନୀତି ସାରା ବିଶ୍ଵରେ ଏକ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ସେ ପିନ୍ଧିଥିବା ନାଲି ଟୋପିକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ଲାଗି ରହିଛି । ଯେଉଁ ଟୋପି ପିନ୍ଧି ସେ ୨୦୨୬ ଫିଫା ବିଶ୍ବକପ୍ର ଘୋଷଣା କରିଥିଲେ । ଏଥିରେ ଟ୍ରମ୍ପ ଯେଉଁ ଟୋପି ପିନ୍ଧିଥିଲେ, ଏହା କେବଳ ଫ୍ୟାଶନ ନୁହେଁ, ବରଂ ଏଥିରେ ରହିଛି ଗୁଢ ରାଜନୈତିକ ସନ୍ଦେଶ।
ବର୍ତ୍ତମାନ ଟ୍ରମ୍ପ ରହିଛନ୍ତି ସମସ୍ତଙ୍କ ନଜରରେ । ତାଙ୍କର ପ୍ରତିଟି ବୟାନରେ କୌଣସି ନା କୌଣସି ରାଜନୈତିକ ସନ୍ଦେଶ ନିଜ ଦେଶ ତଥା ଅନ୍ୟ ଦେଶଙ୍କ ପାଇଁ ରହୁଛି । ଆଉ ସେ ଭିତରେ ଟ୍ରମ୍ପଙ୍କ ଟୋପି ବି କିଛି ରାଜନୈତିକ ସନ୍ଦେଶ ଦେଉଛି କି ବୋଲି ଚର୍ଚ୍ଚା ହେଉଛି । ଟ୍ରମ୍ପଙ୍କ ଟୋପିରେ ଲେଖା ଅଛି, "trump was right about everything" । ଟ୍ରମ୍ପ ସବୁଥିରେ ଠିକ ଥିଲେ । ଠିକ ସେମିତି ଆଉ ଏକ ଟୋପି ମଧ୍ୟ ପିନ୍ଧିଛନ୍ତି, ଯେଉଁଥିରେ ଲେଖା ଅଛି, ଟ୍ରମ୍ପ ୨୦୨୮ । ଯାହାକୁ ନେଇ ଚର୍ଚ୍ଚା ହେଉଛି କି , ଟ୍ରମ୍ପ ୨୦୨୮ରେ ମଧ୍ୟ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏହାର ସନ୍ଦେଶ ଦେଉଛି ସେହି ନାଲି ଟୋପି । ଟ୍ରମ୍ପଙ୍କ ୨୦୨୮ର ନିର୍ବାଚନ ଲଢିବା ଅର୍ଥ ସିଧା ଆମେରିକାର ସମ୍ବିଧାନକୁ ଚ୍ୟାଲେଞ୍ଜ କରିବା । କାରଣ ଆମେରିକାର ୨୨ ତମ ସମ୍ବିଧାନ ସଂଶୋଧନ ନିୟମ ଅନୁଯାୟୀ , ଜଣେ ବ୍ୟକ୍ତି ରାଷ୍ଟ୍ରପତି ପଦରେ ୨ ଥରରୁ ଅଧିକ ନିର୍ବାଚିତ ହୋଇପାରିବ ନାହିଁ । କିନ୍ତୁ ଟ୍ରମ୍ପଙ୍କ ଏହି ଟୋପିର ସନ୍ଦେଶ ଆମେରିକାର ସମ୍ବିଧାନକୁ ଚ୍ୟାଲେଞ୍ଜ କରୁଛି । ହୁଏତ ଯାହା ଆମେରିକା ଇତିହାସରେ ପୂର୍ବରୁ କେବେ ହୋଇନାହିଁ ତାହା ପ୍ରଥମ ଥର କରିପାରନ୍ତି ଟ୍ରମ୍ପ ।
ଏପରିକି ଟ୍ରମ୍ପଙ୍କ ଏହି ମେଡ ଇନ ଚାଇନା ଟୋପିକୁ ଆମେରିକୀୟ ମାନେ ମଧ୍ୟ ସମାଲୋଚନା କରୁଛନ୍ତି । କାରଣ ଟ୍ରମ୍ପଙ୍କ ରାଜନୀତିକୁ ଆମେରିକାର ବାସିନ୍ଦା ମଧ୍ୟ କହିଛନ୍ତି, ଆମେରିକା ଇତିହାସରେ ଏପରି ରାଷ୍ଟ୍ରପତି କେବେ ନଥିଲେ । ସେପଟେ ଗତକାଲିଠୁ ଟ୍ରମ୍ପଙ୍କ ଟାରିଫ ନୀତି ଭାରତ ଉପରେ ଲାଗୁ ହେବାକୁ ଯାଉଛି । ଯାହାକୁ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହେଲୀ ମଧ୍ୟ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି । ଭାରତ ସହ ଖରାପ ସମ୍ପର୍କ ରଖିବା ତାଙ୍କ ଉପରେ ଭାରୀ ପଡିପାରେ ବୋଲି ତାଗିଦ କରିଛନ୍ତି ।