Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୋଦିଙ୍କ ପ୍ରତି ଟ୍ରମ୍ପଙ୍କ ସମ୍ମାନ ପ୍ରତ୍ୟେକ ଭାରତୀୟଙ୍କୁ କଲା ଗର୍ବିତ

International

ମୋଦିଙ୍କ ପ୍ରତି ଟ୍ରମ୍ପଙ୍କ ସମ୍ମାନ ପ୍ରତ୍ୟେକ ଭାରତୀୟଙ୍କୁ କଲା ଗର୍ବିତ

Rashmita Mishra
Browse all articles by Rashmita Mishra
·1 year ago·2 min read
ମୋଦିଙ୍କ ପ୍ରତି ଟ୍ରମ୍ପଙ୍କ ସମ୍ମାନ ପ୍ରତ୍ୟେକ ଭାରତୀୟଙ୍କୁ କଲା ଗର୍ବିତ

Key Points

ମୋଦିଙ୍କ ପ୍ରତି ଟ୍ରମ୍ପଙ୍କ ସମ୍ମାନ ପ୍ରତ୍ୟେକ ଭାରତୀୟଙ୍କୁ କଲା ଗର୍ବିତ
ପ୍ରଧାନମନ୍ତ୍ରୀଙ୍କ ପାଇଁ ୧୪୦ କୋଟି ଭାରତୀୟଙ୍କ ଛାତି କୁଣ୍ଢେମୋଟ
ଟ୍ରମ୍ପ କହିଲେ ମୋଦି ଜଣେ ମହାନ ବନ୍ଧୁ ଓ ଗ୍ରେଟ୍ ଲିଡର
ପିଏମଙ୍କୁ ସଫଳ ବୈଦେଶିକ ନୀତିର ହେଉଛି ଜୟ ଜୟକାର
୨୦୩୦ ସୁଦ୍ଧା ଦୁଇ ଦେଶର ବାଣିଜ୍ୟ କାରବାର ୨ ଗୁଣ କରିବାକୁ ଲକ୍ଷ୍ୟ
ଭାରତକୁ ଏଫ-୩୫ ଲାଇଟନିଂ-୨ ଲଢ଼ୁଆ ବିମାନ ଦେବାକୁ ଟ୍ରମ୍ପଙ୍କ ପ୍ରସ୍ତାବ

ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ରାଷ୍ଟ୍ରପତି ଟ୍ରମ୍ପଙ୍କ ସୌଜନ୍ୟତାକୁ ନେଇ ସବୁଠି ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ଆତିଥେୟତା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଉପସ୍ଥିତ ରହି ମୋଦିଙ୍କୁ ସ୍ବାଗତ କରିଥିଲେ। ଏଥିସହ ତାଙ୍କ ପାଇଁ ଚୌକି ପକାଇ ଦେଇଥିଲେ। ହ୍ବାଇଟ ହାଉସ୍ ଅତିଥି ପୁସ୍ତିକାରେ ମୋଦି ଦସ୍ତଖତ କରିବା ପରେ ଟ୍ରମ୍ପ ସୌଜନ୍ୟତାର ସହ ଚୌକିକୁ ପଛକୁ ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଟ୍ରମ୍ପ ତାଙ୍କୁ ଜଣେ ମହାନ ବନ୍ଧୁ ଏବଂ ଜଣେ ଚମତ୍କାର ବ୍ୟକ୍ତି ବୋଲି କହିଛନ୍ତି। ବୈଠକରେ ବାଣିଜ୍ୟ, ଆତଙ୍କବାଦ ଏବଂ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ସହ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ମଜବୁତ କରିବାର ଏକ ସୁଯୋଗ ମଧ୍ୟ ଥିଲା।

ଟ୍ରମ୍ପଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କ ସ୍ଲୋଗାନ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ’ ପରି ‘ମେକ୍ ଇଣ୍ଡିଆ ଗ୍ରେଟ୍ ଏଗେନ’ ସ୍ଲୋଗାନ ଉଲ୍ଲେଖ କରିଥିଲେ।

ଭାରତ- ଆମେରିକା ସମ୍ପର୍କ ଆହୁରି ଦୃଢ ପାଇଁ ଆହ୍ୱାନ ଦେଇଛନ୍ତି ମୋଦି। ଭାରତ–ଆମେରିକା ସମ୍ପର୍କ ଅତୁଟ। ଭାରତର ସ୍ବାର୍ଥ ପ୍ରଥମେ, ତାପରେ ଯାହା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଦୁଇ ନେତାଙ୍କ ଆଲୋଚନାରେ ସ୍ଥାନ ପାଇଛି ଋଷ– ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ। ବର୍ତ୍ତମାନ ଯୁଗ ଯୁଦ୍ଧର ସମୟ ନୁହଁ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ କହିଛନ୍ତି ମୋଦି। ଭାରତ ସାରା ବିଶ୍ୱରେ ଶାନ୍ତି କାମନା କରେ। ଏହାରି ମଧ୍ୟରେ ଟ୍ରମ୍ପ କହିଛନ୍ତି ଯୁଦ୍ଧ ସମାପ୍ତ କରିବା ଲାଗି ଆଗକୁ ବଢିଛୁ। ବାଣିଜ୍ୟ ଶୁଳ୍କ ପ୍ରସଙ୍ଗରେ ବି ଟ୍ରମ୍ପ-ମୋଦିଙ୍କ ମଧ୍ୟରେ ହୋଇଛି ଆଲୋଚନା। ୨୦୩୦ ସୁଦ୍ଧା ଆମେରିକା-ଭାରତ ବାଣିଜ୍ୟ କାରବାର ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ ବୈଠକ ସମୟରେ ଭାରତକୁ ଏଫ-୩୫ ଲାଇଟନିଂ-୨ ଲଢ଼ୁଆ ବିମାନ ଯୋଗାଇବା ପାଇଁ ଏକ ଐତିହାସିକ ପ୍ରସ୍ତାବ ଦେଇଛନ୍ତି।

ସେହିପରି ବହୁ ଚର୍ଚ୍ଚିତ ବେଆଇନ ପ୍ରବାସୀଙ୍କ ସମ୍ପର୍କରେ ମୋଦି କହିଛନ୍ତି, କୌଣସି ଦେଶରେ ବେଆଇନ ଭାବେ କେହି ରହିପାରିବେନି। ଯଦି କୌଣସି ଭାରତୀୟ ଏପରି ଭାବେ ଆମେରିକାରେ ରହୁଛନ୍ତି, ସେମାନଙ୍କୁ ଆମେ ଗ୍ରହଣ କରିବାକୁ ପ୍ରସ୍ତୁତ।

ବୈଠକରେ ପରେ ଟ୍ରମ୍ପ ଏକ ପୁସ୍ତକ ମୋଦିଙ୍କୁ ଉପହାର ଭାବେ ଦେଇଥିଲେ। ପୁସ୍ତକର ନାମ ହେଉଛି – ଆଓ୍ବାର ଜର୍ନିଂ ଟୁଗେଦର। ପୁସ୍ତକରେ ହାଉଡି ମୋଦି ଏବଂ ନମସ୍ତେ ଟ୍ରମ୍ପଙ୍କ ଫଟୋ ରହିଛି। ପୁସ୍ତକରେ ସ୍ବାକ୍ଷର କରିବା ସମୟରେ ଟ୍ରମ୍ପ ଲେଖିଛନ୍ତି, ମିଷ୍ଟର ପ୍ରାଇ ମିନିଷ୍ଟର, ୟୁ ଆର ଗ୍ରେଟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump's respect for Modi made every Indian proud | Argus News