Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆକ୍ରମଣ ପରେ ଟ୍ରମ୍ପଙ୍କ ପ୍ରତିକ୍ରିୟା: ଆମେରିକା ସଫଳତାର ସହ କ୍ଷେପଣାସ୍ତ୍ର ଆକ୍ରମଣକୁ ବିଫଳ କରିଛି

Rashmita Mishra
Browse all articles by Rashmita Mishra
·1 year ago·2 min read
ଆକ୍ରମଣ ପରେ ଟ୍ରମ୍ପଙ୍କ ପ୍ରତିକ୍ରିୟା: ଆମେରିକା ସଫଳତାର ସହ କ୍ଷେପଣାସ୍ତ୍ର ଆକ୍ରମଣକୁ ବିଫଳ କରିଛି

Key Points

ଆକ୍ରମଣ ପରେ ଟ୍ରମ୍ପଙ୍କ ପ୍ରତିକ୍ରିୟା
ଇରାନର ପ୍ରତିଆକ୍ରମଣକୁ ଦୁର୍ବଳ ବୋଲି କରିଛନ୍ତି ଟ୍ରମ୍ପ
'ଆମେରିକା ସଫଳତାର ସହ କ୍ଷେପଣାସ୍ତ୍ର ଆକ୍ରମଣକୁ ବିଫଳ କରିଛି'
`ସେମାନେ ମୋଟ ୧୪ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲେ'
`୧୩ ଟିକୁ ନଷ୍ଟ କରାଯାଇଥିଲା, ଗୋଟିଏ ଛାଡି ଦିଆଯାଇଥିଲା'
`ଆକ୍ରମଣରେ କୌଣସି ଆମେରିକୀୟଙ୍କ କ୍ଷତି ହୋଇନାହିଁ '

ଆମେରିକାକୁ ଇରାନର କଡ଼ା ଜବାବ । କତାରରେ ଆମେରିକା ଏୟାର ବେସ୍‌ ଉପରେ ମିସାଇଲ ଆକ୍ରମଣ । କତାରରେ ଥିବା ଆମେରିକାର ସାମରିକ ବେସ୍‌ ଉପରେ ଆକ୍ରମଣ କରିଛି ଇରାନ । ଆକ୍ରମଣ ପରେ ଇରାନ କହିଛି ଯେ ଆମେ ଆମର ପ୍ରତିଶୋଧ ନେଇଛୁ । ଆମେରିକାର ବାୟୁସେନା ଘାଟି ଉପରେ ଆକ୍ରମଣ ପରେ ଖାମେନି ଟ୍ୟୁଇଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି । ଆମେ କାହାକୁ କ୍ଷତି ପହଞ୍ଚାଇ ନାହୁଁ । ଆମେ କୌଣସି ପରିସ୍ଥିତିରେ ଆମ ଉପରେ ଆକ୍ରମଣକୁ ଗ୍ରହଣ କରିବୁ ନାହିଁ । ଆମେ କାହା ଆଗରେ ମୁଣ୍ଡ ନୁଆଁଇବୁ ନାହିଁ ।


ସେପଟେ ଇରାନର ଆକ୍ରମଣ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଟ୍ରମ୍ପ ଇରାନର ପ୍ରତିଆକ୍ରମଣକୁ ଦୁର୍ବଳ ବୋଲି ବର୍ଣ୍ଣନା କରିଛନ୍ତି । 'ଆମେରିକା ସଫଳତାର ସହ ଇରାନର କ୍ଷେପଣାସ୍ତ୍ର ଆକ୍ରମଣକୁ ବିଫଳ କରିଛି । ସେମାନେ ମୋଟ 14ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲେ । ଯେଉଁଥିରୁ 13ଟିକୁ ନଷ୍ଟ କରାଯାଇଥିଲା । ଗୋଟିଏ କ୍ଷେପଣାସ୍ତ୍ର ଛାଡି ଦିଆଯାଇଥିଲା କାରଣ ଏହା ଲକ୍ଷ୍ୟ ସ୍ଥଳକୁ ନଥିଲା । ଏହି ଆକ୍ରମଣରେ କୌଣସି ଆମେରିକୀୟଙ୍କ କ୍ଷତି ହୋଇନାହିଁ । ଆମେ ଆଶା କରୁଛୁ ଯେ ଭବିଷ୍ୟତରେ ଏଭଳି କୌଣସି ଘୃଣ୍ୟ କାର୍ଯ୍ୟ କରାଯିବ ନାହିଁ । ଇରାନକୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେ ଆକ୍ରମଣ ପୂର୍ବରୁ ସୂଚନା ଦେଇଥିବାରୁ । ଯାହା ଫଳରେ କୌଣସି ଜୀବନହାନି ହୋଇନାହିଁ । ଇରାନ ଏବେ ଶାନ୍ତି ଆଡକୁ ଅଗ୍ରସର ହେବା ଆବଶ୍ୟକ । ମୁଁ ଇସ୍ରାଏଲଠାରୁ ମଧ୍ୟ ସମାନ ଆଶା କରୁଛି । ଯାହାଦ୍ୱାରା ମଧ୍ୟପ୍ରାଛ୍ୟରେ ଶାନ୍ତି ଫେରିବ ।


ଆମେରିକା ଉପରେ ଇରାନ ଆକ୍ରମଣ ପରେ ତେହେରାନରେ ଉତ୍ସବ, ଲୋକମାନେ ପତାକା ଧରି ରାସ୍ତାକୁ ବାହାରି ଆସିଥିଲେ । ଅଲ-ଉଦେଦ ଏୟାରବେସ୍ ମଧ୍ୟପ୍ରାଚ୍ୟରେ ଥିବା ସବୁଠାରୁ ବଡ଼ ଆମେରିକୀୟ ସାମରିକ ଘାଟି ମଧ୍ୟରୁ ଗୋଟିଏ । ସାଧାରଣତଃ ଏଠାରେ ୧୦ ରୁ ୧୧ ହଜାର ସୈନିକ ସବୁସମୟରେ ରୁହନ୍ତି । ଦୋହାରେ ଆମେରିକାର ଦୁଇଟି ସାମରିକ ଘାଟି ଅଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
todays-horoscope-people-of-this-zodiac-sign-will-get-relief-from-financial-problems | Argus News