ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଟ୍ରମ୍ପଙ୍କ ଚେତାବନୀ

Key Points
ୟୁକ୍ରେନକୁ ଟ୍ରମ୍ପଙ୍କ ଚେତାବନୀ
`ନିର୍ବାଚନ ନକରି ତାନାଶାହ ସାଜିଛନ୍ତି ଜେଲେନସ୍କି'
ମାମୁଲି କମେଡିଆନ କହି ଜେଲେନସ୍କିଙ୍କୁ ଟ୍ରମ୍ପଙ୍କ କଟାକ୍ଷ
ଆମେରିକାରେ ଟ୍ରମ୍ପ ଶାସନ ପରେ ବଦଳୁଛି ଯୁଦ୍ଧ ସମୀକରଣ
ଶାନ୍ତି ଚୁକ୍ତିକୁ ନେଇ ଖୁବଶୀଘ୍ର ପୁଟିନ-ଟ୍ରମ୍ପ ସାକ୍ଷାତ
ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ କଠୋର ହେଲେ ଟ୍ରମ୍ପ । ଯୁଦ୍ଧ ସମାପ୍ତ ପରାମର୍ଶ ଗ୍ରହଣ କରିନଥିବାରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମାମୁଲି କମେଡିଆନ୍ କହି ତୀବ୍ର କଟାକ୍ଷ କରିଛନ୍ତି ଟ୍ରମ୍ପ । ଆମେରିକାରେ ଦ୍ବିତୀୟ ପାଳି ଟ୍ରମ୍ପ ଶାସନ ଆରମ୍ଭ ଦିନଠାରୁ ସାରା ବିଶ୍ୱରେ ଯୁଦ୍ଧ ସମୀକରଣ ବଦଳିବା ଆରମ୍ଭ ହୋଇଛି। ଆମେରିକାରେ ବାଇଡେନ ଶାସନ କାଳ ଯାଏ ୟୁକ୍ରେନକୁ ଆମେରିକା ଶକ୍ତି ଯୋଗାଉଥିବାବେଳେ ଏବେ ଟ୍ରମ୍ପ ଶାସନରେ ବଦଳୁଛି ଚିତ୍ର । ଜେଲେନସ୍କି ନିର୍ବାଚନ ନକରି ତାନାଶାହ ସାଜିଥିବା ଏକ୍ସ ପୋଷ୍ଟରେ ଉଲ୍ଲେଖ କରିବା ସହ ଶୁଣାଇଛନ୍ତି କଡ଼ା ଚେତାବନୀ ।
ଜାନୁଆରୀ ୨୦ରେ ଆମେରିକା ଶାସନଭାର ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ଜେଲେନସ୍କିଙ୍କୁ ଯୁଦ୍ଧ ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଜେଲେନକ୍ସି ଯୁଦ୍ଧ ବନ୍ଦ କରିବା ପରିବର୍ତ୍ତେ ଆମେରିକାକୁ ୩୫୦ ବିଲିୟନ୍ ଡଲାର୍ ସହାୟତା ମାଗିଥିଲେ । ଯାହାକୁ ନେଇ ଟ୍ରମ୍ପ, ଜେଲେନସ୍କିଙ୍କୁ ଟାର୍ଗେଟ୍ କରିଛନ୍ତି । ଜେଲେନସ୍କିଙ୍କୁ ‘ଏକଛତ୍ରବାଦୀ’ କହିବା ସହ ୟୁକ୍ରେନର ରାଷ୍ଟ୍ରପତି ଭାବରେ ତାଙ୍କର ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି ଟ୍ରମ୍ପ । ଦେଶରେ ନିର୍ବାଚନ ଉପରେ ରୋକ ଲଗାଇ ଜେଲେନସ୍କି ଏକ ଭୟଙ୍କର କାମ କରିଥିବା ଏକ୍ସ ପୋଷ୍ଟରେ ଲେଖିଛନ୍ତି ଆମେରିକା ରାଷ୍ଟ୍ରପତି ।
ଚଳିତ ମାସରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିପାରନ୍ତି ଟ୍ରମ୍ପ । ଯାହା ୟୁକ୍ରେନ ପାଇଁ ସଙ୍ଗୀସ ସ୍ଥିତି ସୃଷ୍ଟି କରିବା ଆଶଙ୍କା ବଢ଼ାଇଛି । ୨୦୨୨ ରେ ରୁଷ ଆକ୍ରମଣ ପାଇଁ ୟୁକ୍ରେନକୁ ଦାୟୀ କରିବା ସହିତ, ଜେଲେନସ୍କି ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ କରିପାରିଥାନ୍ତେ ବୋଲି କହିଛନ୍ତି ଟ୍ରମ୍ପ। ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ସାଉଦି ଆରବରେ ଆମେରିକା-ରୁଷ ଆଲୋଚନା ଚାଲିଥିବା ବେଳେ ମାର୍-ଏ-ଲାଗୋରେ ଏପରି ମନ୍ତବ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଫେବ୍ରୁଆରୀ ୧୮ ରେ ରିଆଧରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ରୁବିରୋ ରୁଷ ବୈଦେଶିକ ମନ୍ତ୍ରୀ ଲାଭରେୋଭ ଙ୍କ ସହ ସାକ୍ଷାତ କରି ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
📱 Get Argus News App
✨
ଟ୍ରମ୍ପ ଯୁଦ୍ଧ ଉପରେ ଆମେରିକାର ନୀତିକୁ ପରିବର୍ତ୍ତନ କରିବା ସହ ମସ୍କୋ ସହିତ ଆଲୋଚନା ଆରମ୍ଭ କରିଛନ୍ତି । ୨୦୨୨ ରେ ରୁଷର ପୂର୍ଣ୍ଣ-ମାତ୍ରାରେ ଆକ୍ରମଣ ପରଠାରୁ ଆମେରିକା ୟୁକ୍ରେନକୁ ସାମରିକ ସହାୟତାର ଏକ ପ୍ରମୁଖ ଯୁଦ୍ଧାସ୍ତ୍ର ଯୋଗାଣକାରୀ ଥିଲା। ୨୦୧୯ରେ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ଜେଲେନସ୍କି ସାମରିକ ଆଇନ ଅଧୀନରେ ଏବେବି ପଦବୀରେ ରହିଛନ୍ତି । ଯୁଦ୍ଧ ସମୟରେ ୟୁକ୍ରେନୀୟ ଆଇନ ଏହାକୁ ଅନୁମତି ଦେଉଥିଲେବି ଏବେ ଦେଶରେ ଜେଲେନସ୍କିଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ଜନମତ ସର୍ଭେ ରିପୋର୍ଟ ସାମ୍ନାକୁ ଆସୁଛି ।