JD Usha Vance / କାହିଁକି ଭାଙ୍ଗିଗଲା ଜେଡି ଏବଂ ଉଷା ଭାନ୍ସଙ୍କ ସମ୍ପର୍କ ?
·9 months ago·2 min read

Key Points
ଭାଙ୍ଗିଗଲା କି ଜେଡି ଭାନ୍ସ-ଉଷାଙ୍କ ସମ୍ପର୍କ?
ଉଷାଙ୍କ ହାତରୁ ଗାୟବ ମ୍ୟାରେଜ୍ ରିଙ୍ଗ
ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଷ୍ଟ
ଉଷାଙ୍କ ହାତରୁ ଗାୟବ ମ୍ୟାରେଜ୍ ରିଙ୍ଗ
ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଷ୍ଟ
ପୁଣି ଚର୍ଚ୍ଚାରେ ଆମେରିକାର ଚର୍ଚ୍ଚିତ ରାଜନୈତିକ ଯୋଡି ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ତାଙ୍କ ପତ୍ନୀ ଉଷା ଭାନ୍ସ । ଉଭୟଙ୍କ ମଧ୍ୟରେ ହେବାକୁ ଯାଉଛି ଛାଡ଼ପତ୍ର । ଲାଗୁଛି ଉଭୟ ପତି ପତ୍ନୀଙ୍କ ଭିତରେ କିଛି ଠିକ୍ ଚାଲିନି । ଏକଥା ଏଥିପାଇଁ ଉଠୁଛି ଆମେରିକାର ଦ୍ୱିତୀୟ ମହିଳା ଉଷା ଭାନ୍ସ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କ ସହ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖାଦେଇଥିଲେ। ଏହି ସମୟରେ ଉଷା ଭାନ୍ସ ବିବାହ ମୁଦି ପିନ୍ଧି ନଥିଲେ। ବୁଧବାର ଦିନ, ଉଷା ଭାନ୍ସ-ମେଲାନିଆ ଟ୍ରମ୍ପ ଉତ୍ତର କାରୋଲିନାର କ୍ୟାମ୍ପ ଲେଜୁନ୍-ନୌସେନା ଏୟାର ଷ୍ଟେସନ୍ ନ୍ୟୁ ରିଭର ପରିଦର୍ଶନ କରିଥିଲେ। ହ୍ୱାଇଟ୍ ହାଉସ୍ କହିଛି ଯେ ସେଠାରେ ସେ ଉଭୟ ସାମରିକ ଘାଟିର ଛାତ୍ର, ଶିକ୍ଷକ, ସାମରିକ ପରିବାର ଓ ସୈନିକଙ୍କ ସହ ସାକ୍ଷାତ କରିଥିଲେ ।
ଏହି ଘଟଣାର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ଉଷା ଭାନ୍ସଙ୍କ ହାତରେ ମୁଦି ଦେଖାଯାଉନଥିଲା।ଏହି ଫଟୋଗୁଡ଼ିକ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଅନେକ ଲୋକ ଲକ୍ଷ୍ୟ କରିଥିଲେ ଯେ ଉଷା ଭାନ୍ସଙ୍କ ବିବାହ ମୁଦି ହାତରେ ନାହିଁ । ତେବେ କଣ ଦୁହେଁ ଅଲଗା ହେବାକୁ ଯାଉଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି।ଏହା ପୂର୍ବରୁ ମଧ୍ୟ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ବିବାଦରେ ଥିଲେ । କୌଣସି ରାଜନୀତି ବା ପଦ ପାଇଁ ନୁହେଁ ବରଂ ପତ୍ନୀଙ୍କ ଧର୍ମକୁ ନେଇ ଜେଡି ଦେଇଥିବା ଟିପ୍ପଣୀ ପାଇଁ ବିବାଦକୁ ଆସିଥିଲେ। କହିଥିଲେ ଯେ, ମୋ ପତ୍ନୀ ଉଷା ଜଣେ ହିନ୍ଦୁ । ଧର୍ମ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ । ସେ ହିନ୍ଦୁ ବୋଲି ମୋର କୌଣସି ଆପତ୍ତି ନ ଥିଲା, ନା ଅଛି ନା ରହିବ ।
ଏଥିସହ ପଢ଼ନ୍ତୁ: ଜେଡି ଭାନ୍ସଙ୍କ ଟିପ୍ପଣୀକୁ ନେଇ ବିବାଦ, କହିଲେ 'ମୋର ଇଚ୍ଛା ମୋ ସ୍ତ୍ରୀ ଖ୍ରୀଷ୍ଟିଆନ ହେଇଯାଉ'...
ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଏହି ସଫେଇ ସେହି ସମୟରେ ଆସିଥିଲା ଯେବେ ତାଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଜେଡି ଭାନ୍ସ ଆମେରିକା ନିର୍ବାଚନ ଲଢ଼ିବା ପୂର୍ବରୁ ରିପ୍ଲବ୍ଲିକାନ ପାର୍ଟିର କିଛି ନେତାଙ୍କ ଟାର୍ଗେଟକୁ ଆସିଥିଲେ । ହିନ୍ଦୁ ମହିଳାଙ୍କୁ ବିବାହ କରିବାକୁ ନେଇ ତାଙ୍କୁ ବିରୋଧ କରିଥିଲେ ଦଳର ଅନେକ ନେତା । ସେପଟେ ମୃତ ରିପବ୍ଲିକାନ ନେତା ଚାର୍ଲି କର୍କଙ୍କ ପତ୍ନୀ ଏରିକାଙ୍କ ସହ ଜେଡିଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ପତ୍ନୀ ଉଷାଙ୍କଠୁ ଜେଡି ବିବାହ ବିଚ୍ଛେଦ କରିବାକୁ ଚାହୁଁଥିବା ଖବର ମଧ୍ୟରେ ଧର୍ମକୁ ନେଇ ତାଙ୍କର ଏଭଳି ବୟାନ ବିବାଦକୁ ଖୋରାକ ଯୋଗାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆମେରିକା ଉପରାଷ୍ଟ୍ରପତି କହିଥିଲେ, ଦିନେ ନା ଦିନେ ତାଙ୍କ ପତ୍ନୀ ଉଷା ଇସାଇ ଧର୍ମ ଗ୍ରହଣ କରିବେ । ସେ ହିନ୍ଦୁ ହୋଇଥିଲେ ମଧ୍ୟ ସବୁବେଳେ ଚର୍ଚ୍ଚକୁ ଯାଆନ୍ତି । ଆମ ସନ୍ତାନ ଇସାଇ । ଜେଡିଙ୍କ ଏହି ବୟାନ ସୋସିଆଲ ମିଡିଆରେ ତାଙ୍କୁ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ସୋସିଆଲ ମିଡିଆ ୟୁଜର୍ସ ଜେଡିଙ୍କୁ ଆକ୍ଷେପ କରିବା ସହ ପତ୍ନୀଙ୍କ ଧର୍ମକୁ ଅପମାନ କରୁଥିବା ଅଭିଯୋଗ ହୋଇଛି । ଦୁହିଁଙ୍କ ସମ୍ପର୍କ କି ମୋଡ ନେଉଛି ଦୁହେଁ ଏକାଠି ରହୁଛନ୍ତି ନା ଅଲଗା ହେବାକୁ କିଛି ନିଷ୍ପତ୍ତି ନେଉଛନ୍ତି ତାହା ଆଗାମୀ ସମୟରେ ଜଣାପଡ଼ିବ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories