Videos
|
International

ଭୟଙ୍କର ଭୂକମ୍ପ ପରେ ସୁନାମୀ ଆତଙ୍କ

Ritu Das
Browse all articles by Ritu Das
·1 year ago·1 min read
ଭୟଙ୍କର ଭୂକମ୍ପ ପରେ ସୁନାମୀ ଆତଙ୍କ

Key Points

ଭୟଙ୍କର ଭୂକମ୍ପ ପରେ ସୁନାମୀ ଆତଙ୍କ

ମାଡ଼ି ଆସିଲା ସମୁଦ୍ର

ଜାପାନର ୧୬ଟି ସ୍ଥାନରେ ଉଠୁଛି ବଡ଼ ବଡ଼ ଜୁଆର

ରୁଷରେ ଶକ୍ତିଶାଳୀ ଭୂକମ୍ପ ପରେ ଏବେ ସୁନାମୀ ଆଲର୍ଟ ଜାରି କରାଯାଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୮.୭ ରେକର୍ଡ ହୋଇଛି। ସେହିପରି ଜାପାନରେ ସୁନାମୀ ପାଇଁ ଆଗୁଆ ସର୍ତକତା ଜାରି କରାଯାଇଥିଲା। କିନ୍ତୁ ଆଲର୍ଟର କିଛି ସମୟ ପରେ ରୁଷରେ ସମୁଦ୍ରରୁ ବିରାଟ ବିରାଟ ଜୁଆର ସ୍ଥଳ ଭାଗକୁ ମାଡ଼ି ଆସୁଥିବା ଦେଖିବାକୁ ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବାରୁ ଭୟଙ୍କର ସୁନାମୀର ଆଶଙ୍କା କରାଯାଉଛି।


ରୁଷର କାମଚାଟକ ଉପକୂଳକୁ ମାଡ଼ି ଆସୁଛି ୧୩ ଫୁଟ ଉଚ୍ଚର ବଡ଼ ବଡ଼ ଜୁଆର । ତେବେ ଜୁଆର ମାଡ଼ରେ ସମୁଦ୍ର କୂଳରେ ଥିବା ବିରାଟ ବିଲ୍ଡିଙ୍ଗ ସବୁ ଭାସି ଯାଉଥିବା ଦେଖିବାକୁ ମିଳିଛି । ସେପଟେ ଶକ୍ତିଶାଳୀ ଭୂକମ୍ପରେ ରୁଷର ବଡ଼ ବଡ଼ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଭୂମିକମ୍ପ ପ୍ରଭାବରେ ଜାପାନରେ ବି ସୁନାମୀ ମାଡି ଆସିଲାଣି । ଜାପାନର ୧୬ଟି ସ୍ଥାନରେ ସୁନାମୀର ପ୍ରଭାବ ଦେଖିବାକୁ ମିଳିଲାଣି । ଜାପାନର ଉତ୍ତର ହୋକାଇଡେରେ ୧ ଫୁଟ ଉଚ୍ଚର ଜୁଆର ଉଠୁଥିବା ସୂଚନା ରହିଥିବା ବେଳେ ଆଗକୁ ଅଧିକ ଉଚ୍ଚର ଜୁଆର ଉଠିବା ନେଇ ଆଶଙ୍କା କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: