Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Russia vs Ukraine / ପୁଟିନଙ୍କ ଘର ଉପରେ ଆକ୍ରମଣ କରିନି ୟୁକ୍ରେନ!

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·3 min read
ପୁଟିନଙ୍କ ଘର ଉପରେ ଆକ୍ରମଣ କରିନି ୟୁକ୍ରେନ!
Vladimir Putin

Key Points

ୟୁକ୍ରେନର ଟାର୍ଗେଟ୍ ଥିଲା ସାମରିକ ଘାଟି, ପୁଟିନଙ୍କ ଘରଠାରୁ ୧୫୦ କିମି ଦୂର ।

ନୂଆ ବର୍ଷରେ ନୂଆ ବିବାଦ । ପୁଟିନଙ୍କ ଘର ଉପରେ ୟୁକ୍ରେନ୍ ଆକ୍ରମଣ କରିନଥିବା CIAର ଖୁଲାସା ପରେ ବଦଳିଲା ଯୁଦ୍ଧର ସମୀକରଣ । ସମର୍ଥନର ଗୋଟିଏ ଦିନ ପରେ ପୁଟିନଙ୍କୁ ଟ୍ରମ୍ପଙ୍କ ଆଟାକ୍ । କହିଲେ ଶାନ୍ତିର ଶତ୍ରୁ ରୁଷ । ଜେଲେନସ୍କିଙ୍କ ଜିଦ୍ ଓ ପୁଟିନଙ୍କ ମିଛକୁ ନେଇ ବଢ଼ିଲା ବିବାଦ । ୨୦୨୬ରେ ଶାନ୍ତି ନୁହେଁ ମହାଯୁଦ୍ଧର ସ୍ପଷ୍ଟ ସଙ୍କେତ ।

ନୂଆ ବର୍ଷ ୨୦୨୬ ଆରମ୍ଭରେ ରୁଷ-ୟୁକ୍ରେନ ଯୁଦ୍ଧ ଏକ ନାଟକୀୟ ମୋଡ଼ ନେଇଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାଲଡାଇ ବାସଭବନ ଉପରେ ୟୁକ୍ରେନ ଆକ୍ରମଣ କରିଥିବା ନେଇ ଯେଉଁ ସାଂଘାତିକ ଅଭିଯୋଗ ହୋଇଥିଲା, ତାହାକୁ ଆମେରିକାର ଗୁପ୍ତଚର ସଂସ୍ଥା CIA ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିବା ସହିତ ତାହା ସମ୍ପୂର୍ଣ୍ଣ ମିଛ ବୋଲି CIA କହିଛି । CIA ରିପୋର୍ଟ ଅନୁସାରେ ପୁଟିନଙ୍କ ଭାଲଡାଇ ବାସଭବନ ଉପରେ ୟୁକ୍ରେନ କୌଣସି ଆକ୍ରମଣ କରିନାହିଁ।

ୟୁକ୍ରେନ ନୋଭଗୋରୋଡ୍‌ର ଏକ ସାମରିକ ଘାଟିକୁ ଟାର୍ଗେଟ୍ କରିଥିଲା, ଯାହା ପୁଟିନଙ୍କ ଘରଠାରୁ ୧୫୦ କିମି ଦୂର। ପ୍ରଥମେ ପୁଟିନଙ୍କ ସହ ଫୋନ୍ ଯୋଗେ କଥା ହେବା ପରେ ଟ୍ରମ୍ପ ଏହି ଆକ୍ରମଣ ଖବର ଶୁଣି ୟୁକ୍ରେନ ଉପରେ ରାଗି ଯାଇଥିଲେ। କିନ୍ତୁ CIA ତଥ୍ୟ ସାମ୍ନାକୁ ଆସିବା ପରେ ସେ ରୁଷ ବିରୋଧରେ କଡ଼ା ଟିପ୍ପଣୀ ଦେଇଛନ୍ତି। ପୁଟିନଙ୍କ ଆକ୍ରମଣ ଅଭିଯୋଗ ଏକ ମିଥ୍ୟା ନାଟକ, ଯାହା ଶାନ୍ତି ପ୍ରକ୍ରିୟାରେ ରୁଷ ହିଁ ବାଧା ସୃଷ୍ଟି କରୁଥିବା ପ୍ରମାଣିତ କରୁଛି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଟ୍ରମ୍ପ ।

ଅନପଟେ ନୂଆ ବର୍ଷର ମଧ୍ୟରାତ୍ରିରେ ଦୁଇ ନେତାଙ୍କ ସ୍ୱରରେ ଥିଲା ଆକାଶ ପାତାଳ ତଫାତ୍। ଭ୍ଲାଦିମିର ପୁଟିନ ନିଜ ସୈନ୍ୟମାନଙ୍କୁ 'ହିରୋ' ବୋଲି କହିବା ସହ ବିଜୟ ନିଶ୍ଚିତ ବୋଲି ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି ଯେ ରୁଷ ନିଜର ସାର୍ବଭୌମତ୍ୱ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବ।

ଭୋଲୋଡିମିର ଜେଲେନସ୍କି କହିଛନ୍ତି, ଆମକୁ ଶାନ୍ତି ଦରକାର, କିନ୍ତୁ ୟୁକ୍ରେନର ବିନାଶ ମୂଲ୍ୟରେ ନୁହେଁ। ଶାନ୍ତି ଚୁକ୍ତି ୯୦% ପ୍ରସ୍ତୁତ। କିନ୍ତୁ ବାକି ୧୦% ଯାହା ୟୁକ୍ରେନର ମାଟି ସମ୍ବନ୍ଧୀୟ, ସେଥିରେ ସେ ସାଲିସ୍ କରିବେ ନାହିଁ। ଆମେ ଶାନ୍ତି ଚାହୁଁ, କିନ୍ତୁ ଆତ୍ମସମର୍ପଣ ନୁହେଁ । ୩ ଦିନ ପୂର୍ବରୁ ସହ ଶାନ୍ତି ଆଲୋଚନା ଫଳପ୍ରଦ ହୋଇଥିଲା । ଯାହାକି ଟ୍ରମ୍ପ ଓ ଜେଲନସ୍କିଙ୍କ ପକ୍ଷରୁ କୁହାଯାଇଥିଲା । କିନ୍ତୁ ପୁଟିନ୍‌ଙ୍କ ଘର ଉପରେ ଆଟାକ୍ ଖବର ସାମ୍ନାକୁ ଆସିବା ପରେ ସବୁ କିଛି ପୁଣି ଓଲଟି ଯାଇଥିଲା । ୨୦୨୬ ନୂଆ ବର୍ଷର ସମ୍ବୋଧନରେ ଉଭୟ ପୁଟିନ ଏବଂ ଜେଲେନସ୍କି ଯୁଦ୍ଧ ଜାରି ରଖିବାର ଘୋଷଣା କରିଛନ୍ତି । ଯାହା ଫଳରେ ଶାନ୍ତି ଚୁକ୍ତିର କୌଣସି ମାଇନା ରହୁନାହିଁ ।

ସିଆଇଏ ନିର୍ଦ୍ଦେଶକ ଜନ୍ ରଟକ୍ଲିଫ୍‌ଙ୍କ ତଥ୍ୟ ଅନୁଯାୟୀ, ରୁଷ ଜାଣିଶୁଣି ଏକ ମିଥ୍ୟା ମ୍ୟାପ୍ ଏବଂ ଭିଡିଓ ପ୍ରସ୍ତୁତ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ୟୁକ୍ରେନର ସରକାରୀ ବିଲ୍ଡିଂ ଏବଂ ସାଧାରଣ ନାଗରିକଙ୍କ ଉପରେ ଏକ ବଡ଼ ଧରଣର ପ୍ରତିଶୋଧମୂଳକ ଆକ୍ରମଣ କରିବା । CIA ର ଏହି ଖୁଲାସା ପରେ ୟୁରୋପୀୟ ଦେଶଗୁଡ଼ିକ ଏବେ ୟୁକ୍ରେନ ସପକ୍ଷରେ ଅଧିକ ସ୍ୱର ଉତ୍ତୋଳନ କରୁଛନ୍ତି । ଏପରି ସ୍ଥିତିରେ ଟ୍ରମ୍ପଙ୍କ ପିସ୍ ଡିଲ୍ ଫେଲ୍ ମାରିବା ନେଇ ଆକଳନ କରାଯାଉଛି ।

ଟ୍ରମ୍ପଙ୍କ ଶାନ୍ତି ଯୋଜନାରେ କୁହାଯାଇଥିଲା ଯେ ଯେଉଁଠି ଯୁଦ୍ଧ ଚାଲିଛି ସେଇଠି ସୀମା ନିର୍ଦ୍ଧାରଣ ହେଉ। କିନ୍ତୁ ଜେଲେନସ୍କି ନୂଆ ବର୍ଷର ଭାଷଣରେ ସ୍ପଷ୍ଟ କରିଛନ୍ତି ଯେ, ୟୁକ୍ରେନର ନିଜସ୍ୱ ଭୂଖଣ୍ଡ Donbas ରୁଷକୁ ଦେବା ଅର୍ଥ ହେଉଛି ପରାଜୟ ସ୍ୱୀକାର କରିବା। ଅନ୍ୟପଟେ ପୁଟିନ ରୁଷର ଆଧିପତ୍ୟ ବିନା କୌଣସି କଥା ହେବାକୁ ପ୍ରସ୍ତୁତ ନୁହଁନ୍ତି।CIA ତଥ୍ୟ ପରେ ବି ଆଟାକ୍ ପଛରେ ଯୁକ୍ରେନ୍ର ହାତ ରହିଛି ବୋଲି ରୁଷ୍ ର ଏଯାର ଡିଫେନ୍ସ ପକ୍ଷରୁ ଦାବା କରାଜାଇଛି ।

ଏହା ଅର୍ଥ ୨୦୨୬ରେ ଯୁଦ୍ଧ ବନ୍ଦ ନୁହେଁ ବରଂ ଏକ ନୂଆ ମୋଡ଼ ନେଇପାରେ । ୨୦୨୬ ବର୍ଷଟି ଯୁଦ୍ଧ ଇତିହାସରେ ଏକ 'ନିର୍ଣ୍ଣାୟକ ବର୍ଷ' ହେବାକୁ ଯାଉଛି।ରୁଷ ନିଜର ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭାବେ 'ଯୁଦ୍ଧ ବଜେଟ୍‌'ରେ ପରିଣତ କରିଛି। CIA ରିପୋର୍ଟ ପରେ ଟ୍ରମ୍ପ ୟୁକ୍ରେନକୁ ଦିଆଯାଉଥିବା ସାମରିକ ସହାୟତା ବୃଦ୍ଧି କରିପାରନ୍ତି, ଯାହା ପୁଟିନଙ୍କ ପାଇଁ ଚିନ୍ତାର ବିଷୟ ହେବ। ଯଦି ରୁଷ କୌଣସି ବଡ଼ ସଫଳତା ନପାଏ, ତେବେ ପୁଟିନ ପୁଣି ଥରେ ପରମାଣୁ ଅସ୍ତ୍ରର ଭୟ ଦେଖାଇବା ଆରମ୍ଭ କରିପାରନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Russia vs Ukraine | 'Turn up the heat': Trump shares editorial critical of Putin; move amid failing Russia-Ukraine talks | Argus News