ମିଆଁମାର୍ରୁ ନେଇ ଥରିଲା ଥାଇଲାଣ୍ଡ: ଆଖି ପିଛୁଳାକେ ଭୁଶୁଡ଼ିଲା ଫ୍ଲାଏ ଓଭର୍

ଶୁକ୍ରବାର ମିଆଁମାର୍ରେ ଅନୁଭୂତ ହୋଇଛି ବଡ଼ ଧରଣର ଭୂମିକମ୍ପ ଝଟ୍କା । ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଥାଇଲାଣ୍ଡର ରାଜଧାନୀ ବ୍ୟାଂକକ୍ ମଧ୍ୟ ଥରି ଉଠିଥିଲା । ଭୂମିକମ୍ପର କେନ୍ଦ୍ର ସ୍ଥଳ ମିଆଁମାରର ସାଗାଇଙ୍ଗ ବୋଲି ଜଣାପଡ଼ିଛି । ଡରାବଡ଼ି ନଦୀ ଉପରେ ଥିବା ପ୍ରସିଦ୍ଧ ଏଭା ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି ।
ନ୍ୟାସନାଲ ସେଣ୍ଟର୍ ଫର୍ ସେସମୋଲୋଜି ଅନୁସାରେ, ରିକ୍ଟର ସ୍କେଲ୍ରେ ପ୍ରଥମ ଭୂମିକମ୍ପର ତୀବ୍ରତା ୭.୭ ରହିଥିବା ବେଳେ ଦ୍ଵିତୀୟଟିର ତୀବ୍ରତା ୭.୨ ମ୍ୟାଗ୍ନିଚୁଡ୍ ରହିଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସେସ୍ ଅନୁସାରେ, ଭୂମିକମ୍ପ ଭୂ-ପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ହୋଇଛି ।
📱 Get Argus News App
✨Bangkok earthquake right now #bangkok #earthquake #bkknews #bkk #แผ่นดินไหว #deprem #myanmar
— bahisşikayet (@Bahis_sikayetim) March 28, 2025
Myanmar'da 7.7 şiddetinde deprem meydana geldi... pic.twitter.com/9TtEGNutfg
ବ୍ୟାଂକକ୍ରେ ଏକ ନିର୍ମାଣାଧୀନ ପୋଲ୍ ମଧ୍ୟ ଭୁଶୁଡ଼ି ପଡ଼ିଛି । କୋଠା ଦୋହଲିବାରୁ ସଂଖ୍ୟାଧିକ ଲୋକ ଏଣେତେଣେ ଜୀବନ ବିକଳରେ ଦୌଡ଼ୁଥିବା ଦେଖିବାକୁ ମିଳିଛି । ମିଆଁମାରର ଐତିହାସିକ ଶାହି ମହଲ ମଣ୍ଡଲେ ପ୍ୟାଲେସର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି । ସାଗାଇଙ୍ଗରେ ଏକ ବ୍ରିଜ୍ ଭୁଶୁଡ଼ି ପଡ଼ିଛି । କୋଠା ଭୁଶୁଡ଼ିବାରୁ ୪୩ରୁ ଅଧିକ ଲୋକ ନିଖୋଜ ରହିଥିବା ସୂଚନା ମିଳିଛି ।