ଶାନ୍ତି ଆଲୋଚନା ପୂର୍ବରୁ ଋଷ ଉପରେ ୟୁକ୍ରେନ୍ କଲା ବଡ଼ ଆଟାକ୍, ନାଟୋ କରୁଛି ସହଯୋଗ

Key Points
ରୁଷ୍ର ପୂର୍ବ ଆଟାକ୍ ଜବାବରେ ଯୁକ୍ରେନ୍ର ଭୟଙ୍କର ଆକ୍ରମଣ ।
ଗୋଟିଏ ଥରରେ ୪୦ଟି ଲଢୁଆ ବିମାନ ଧ୍ୱସ୍ତ ।
୪ଟି ଏୟାରବେସ୍ ଉପରେ ୟୁକ୍ରେନ୍ର ବଡ ଆଟାକ୍ ।
ରୁଷ ଉପରେ ଯୁକ୍ରେନ୍ର ଭୟଙ୍କର ଆକ୍ରମଣ । ସୁପର ପାୱାର ଋଷ ଉପରେ ୟୁକ୍ରେନର ସୁପର ଆଟାକ୍ । ଅପରେସନ ସ୍ପାଇଡର WEB ଜରିଆରେ ଧ୍ବଂସ ପାଇଲା ଋଷର ୪୦ରୁ ଅଧିକ ଯୁଦ୍ଧ ବିମାନ । ବରବାଦ୍ ହେଲା ରୁଷ୍ର ୪ଟି ଏୟାରବେସ୍ । ପିସ୍ ଟକ୍ ପୂର୍ବରୁ ଆକ୍ରମଣକୁ ନେଇ ବିଶ୍ବରେ ଘନେଇଲା ତୃତୀୟ ବିଶ୍ବଯୁଦ୍ଧର ବିପଦ । ସେପଟେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଣିବାକୁ ପ୍ରୟାସ କରୁଥିବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଦାବି ଉପରେ ଉଠିଲା ବଡ଼ ପ୍ରଶ୍ନ ।
ରୁଷ୍ର ପୂର୍ବ ଆଟାକ୍ ଜବାବରେ ଯୁକ୍ରେନ୍ର ଭୟଙ୍କର ଆକ୍ରମଣ । ଗୋଟିଏ ଥରରେ ୪୦ଟି ଲଢୁଆ ବିମାନ ଧ୍ବସ୍ତ । ଅପରେସନ ସ୍ପାଇଡର୍ WEBରେ ଋଷିଆରେ ପଶି ୪ଟି ଏୟାରବେସ୍ ଉପରେ କରିଛି ବଡ ଆଟାକ୍ । ଡ୍ରୋନ୍ ଆଟାକରେ ଋଷର ୪୦ଟି ବୋମାବର୍ଷୀ ଫାଇଟର ଜେଟ୍ ଧ୍ବଂସ ହୋଇଥିବା, ୟୁକ୍ରେନର ସିକ୍ୟୁରିଟି ସର୍ଭିସ ପକ୍ଷରୁ ଦାବି କରାଯାଇଛି। ଦାବି ଅନୁସାରେ, ଋଷର ଓଲେନ୍ୟା ଓ ବେଲାୟା ଏୟାରବେସକୁ ଟାର୍ଗେଟ୍ କରାଯାଇଛି। ଯେଉଁଥିରେ ଋଷର ପ୍ରାୟ ୪୦ରୁ ଅଧିକ ବୋମା ବର୍ଷକ ଯୁଦ୍ଧ ବିମାନ ନଷ୍ଟ ହୋଇଛି। ଏହି ଆକ୍ରମଣରେ TU-95, TU-22 ବିମାନ ଏବଂ A-50 ଗୁଇନ୍ଦା ବିମାନ ମଧ୍ୟ ନଷ୍ଟ ହୋଇଛି।
ତୁର୍କୀ ର ଇସ୍ତାନବୁଲ୍ରେ ସୋମବାର ପିସ୍ ଟକ୍ ପାଇଁ ବିଷ୍ପତ୍ତି ନେବାର ଠିକ୍ ଗୋଟିଏ ଦିନ ପୂର୍ବରୁ ରୁଷ୍ରେ ଧ୍ବଂସ ଲୀଳା ରଚିଛି ଯୁକ୍ରେନ । ଗତ ମାସରେ ମଧ୍ୟ ଆମେରିକାର ମଧ୍ୟସ୍ଥତାରେ ରୁଷ୍ ଯୁକ୍ରେନର ପ୍ରତିନିଧୀ ମଣ୍ଡଳ ସ୍ଥରୀୟ ବୈଠକ ହୋଇଥିଲା କିନ୍ତୁ ପୁନର୍ବାର ରୁଷ୍ ଯୁକ୍ରେନ୍ ଉପରେ ଆଟାକ୍ କରିଥିଲା । ଯାହାକୁ କଡ଼ା ସମାଲୋଚନା କରିଥିଲେ ଟ୍ରମ୍ପ । ତେବେ ଇସ୍ତାନବୁଲ୍ରେ ଆଉ ଏକ ପିସ୍ ମିଟ୍ ପୂର୍ବରୁ ଯୁକ୍ରେନର ପ୍ରତିଶୋଧ ମୂଳକ ଆଟାକ୍ ଦୁଇ ଦେଶ ସମେତ ସମସ୍ତ ପଶ୍ଚିମ ଦେଶର ସ୍ଥିତିକୁ ବିଗାଡ଼ି ଦେଇଛି । ଆକ୍ରମଣର କିଛି ଘଣ୍ଟା ଭିତରେ ଏମର୍ଜେନ୍ସି ବୈଠକ ଡାକିଥିଲେ ପୁଟିନ୍ । ଯୁକ୍ରେନର ଆକ୍ରମଣକୁ ଟେରର୍ ଆଟାକ୍ ବୋଲି କହିଛନ୍ତି ରୁଷ୍ ସରକାର ।
ସୁପର ପାଓ୍ବାର ରୁଷ୍କୁ ସିଧା ଚ୍ୟାଲେଞ୍ଜ କରିଛି ୟୁକ୍ରେନ୍ । ୟୁକ୍ରେନ୍ ପକ୍ଷରୁ ହୋଇଥିବା ଏହି ଆକ୍ରମଣ ନାଟୋରୁ ମିଳିଥିବା ହତିଆର ଓ ଗୁଇନ୍ଦା ସୂଚନା ପାଇଁ ସମ୍ଭବ ହୋଇଥିବା କୁହାଯାଉଛି । ତେଣୁ ଏହାକୁ ପଶ୍ଚିମ ଦେଶର ହସ୍ତକ୍ଷେପ ଭାବେ ଦେଖିପାରେ ଋଷ । ବିଶେଷ ଭାବରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣକୁ ନାଟୋର ଚ୍ୟାଲେଞ୍ଜ ମନେକରି ପାରନ୍ତି ପୁଟିନ୍ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଋଷ-ୟୁକ୍ରେନ୍ ସଂଘର୍ଷ ତୃତୀୟ ବିଶ୍ବଯୁଦ୍ଧରେ ପରିଣତ ହୋଇପାରେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ତେଣୁ ୟୁକ୍ରେନର ଡ୍ରୋନ୍ ଆକ୍ରମଣ ପରେ ତୃତୀୟ ବିଶ୍ବଯୁଦ୍ଧ ବିପଦ ନେଇ ଆଶଙ୍କା ବଢିଛି ।