Ukraine / ୟୁକ୍ରେନ୍ କହିଲା ରୁଷକୁ ଛାଡ଼ିବୁନି, ଅଣ୍ଡରୱାଟର୍ ଡ୍ରୋନରେ କରିଛୁ ଆକ୍ରମଣ...
·9 months ago·3 min read

Key Points
ରୁଷର ସାଡୋ ଫ୍ଲିଟରେ ବିସ୍ଫୋରଣ
ୟୁକ୍ରେନ୍ କହିଲା-ଅଣ୍ଡରୱାଟର୍ ଡ୍ରୋନରେ କରିଛୁ ଆକ୍ରମଣ

ଗତ ଦୁଇ ବର୍ଷ ମଧ୍ୟରେ ଋଷ-ୟୁକ୍ରେନ ଯୁଦ୍ଧ ବିଶ୍ୱ ଅର୍ଥନୀତି ଏବଂ ଯୋଗାଣ ଶୃଙ୍ଖଳାକୁ ଧ୍ୱଂସ କରିଛି। ଶସ୍ୟ ଅଭାବ, ଶକ୍ତି ସଙ୍କଟ ଏବଂ ମାଲ ପରିବହନରେ ବାଧା ବିଶ୍ୱକୁ ଉଚ୍ଚ ମୂଲ୍ୟ ସହିତ ସଂଘର୍ଷ କରିବାକୁ ବାଧ୍ୟ କରୁଛି। ସାରା ବିଶ୍ୱ ଏବେ ରୁଷ-ୟୁକ୍ରେନ ଯୁଦ୍ଧର ସମ୍ଭାବ୍ୟ ଫଳାଫଳ ଉପରେ ଧ୍ୟାନ ଦେଇଛି। ଏହା କେବଳ ଏକ ଯୁଦ୍ଧର ଅନ୍ତ ହେବ ନାହିଁ, ବରଂ ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ସମ୍ପୂର୍ଣ୍ଣ ଭାବରେ ପୁନଃଆକୃତି ମଧ୍ୟ ଦେଇପାରେ। ତେଲ, ଗ୍ୟାସ, ଶସ୍ୟ ଏବଂ ବିଭିନ୍ନ କଞ୍ଚାମାଲର ମୂଲ୍ୟଠାରୁ ଆରମ୍ଭ କରି ରପ୍ତାନି-ଆମଦାନୀ ନେଟୱାର୍କ ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହେଉଛି । କିନ୍ତୁ ଏହା ଭିତରେ ପୁଣି ଯୁଦ୍ଧ ହୋଇଥିବା ଦେଖିବାକୁ ମିଳିଛି।
ରୁଷରେ ପୁଣି ହେଲା ବିସ୍ଫୋରଣ। ରୁଷର ଦୁଇ ଜାହାଜକୁ ଅଣ୍ଡରୱାଟର ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଥିବା ୟୁକ୍ରେନ ଦାବି କରିଛି । ୟୁକ୍ରେନର ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଏସବିୟୁ ଏବଂ ନୌସେନାର ମିଳିତ ଅପରେସନରେ ସି ବେବି ସାମୁଦ୍ରିକ ଡ୍ରୋନ ବ୍ୟବହାର କରାଯାଇଥିଲା । ଏହା ପୂର୍ବରୁ ତୁର୍କୀ ଅଧିକାରୀ ବୟାନ ଦେଇ କହିଥିଲେ ତୁର୍କୀ ଉପକୂଳରେ ରୁଷିଆର ସାଡୋ ଫ୍ଲିଟ୍ ସହିତ ଜଡିତ ଏକ ଟ୍ୟାଙ୍କର ଉପରେ ପାଇଲଟ୍ ନଥିବା ଜାହାଜ ଆକ୍ରମଣ କରିଛି । ପୁଣି ରୁଷ ୟୁକ୍ରେନ ଯୁଦ୍ଧ ହେଲା ଭୟାନକ। ଏହି ଯୁଦ୍ଧ ଥମିବାର ନାଁ ଧରୁନି। ଦିନକୁ ଦିନ ଏହା ଭୟାନକ ରୂପ ନେଉଛି।
କୃଷ୍ଣସାଗରରେ ରୁଷର ସାଡୋ ଫ୍ଲିଟ୍ (ଗୁପ୍ତ ନୌବାହିନୀ)ର ଅଂଶ ଥିବା ଦୁଇ ତେଲ ଟ୍ୟାଙ୍କରରେ ଅଗ୍ନିକାଣ୍ଡ ଘଟଣା ଉପରେ ୟୁକ୍ରେନ ବଡ଼ ଦାବି କରିଛି । ଶୁକ୍ରବାର ସନ୍ଧ୍ୟାରେ ତେଲ ଟ୍ୟାଙ୍କର କାଇରୋସ୍ ଏବଂ ବିରାଟରେ କିଛି ମିନିଟ୍ ମଧ୍ୟରେ ନିଆଁ ଲାଗିଯାଇଥିଲା । ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉଭୟ ଜାହାଜରେ ଥିବା ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି । ତୁର୍କୀର ପରିବହନ ମନ୍ତ୍ରୀ ଅବଦୁଲକାଦିର ଉରାଲୋଗଲୁ କହିଥିଲେ, କାଇରୋସ୍ କୌଣସି ବାରୁଦ ସୁଡ଼ଙ୍ଗ ସହ ଧକ୍କା ହୋଇଥାଇପାରେ । ଏହାର କିଛି ସମୟ ପରେ ବିରାଟରେ ବିସ୍ଫୋରଣ ହୋଇଥିବା ରିପୋର୍ଟ ଆସିଥିଲା ।
ଏଥିସହ ପଢ଼ନ୍ତୁ: ହଂ କଂ ଅଗ୍ନିକାଣ୍ଡ: ଚାଲିଗଲା ୧୨୮ ଜଣଙ୍କ ଜୀବନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାଡୋ ଫ୍ଲଟ୍ ଟ୍ୟାଙ୍କର୍ କଟକଣାକୁ ଏଡାଇବା ପାଇଁ ନିଜ ପରିଚୟ ଲୁଚାଇ ତୃତୀୟ ଦେଶର ପତାକା ବ୍ୟବହାର କରିଥାଏ । ୱେବସାଇଟ୍ ଅନୁଯାୟୀ, ଏହି ଛାୟା ନୌବାହିନୀ ପାଶ୍ଚାତ୍ୟ ଆର୍ଥିକ ପ୍ରତିବନ୍ଧକ ମଧ୍ୟରେ ରୁଷ ପାଇଁ କୋଟି କୋଟି ଡଲାର ରାଜସ୍ୱ ସୃଷ୍ଟି କରିଚାଲିଛି । କିନ୍ତୁ ଏହା ପରିବେଶ ପ୍ରତି ଏକ ଗମ୍ଭୀର ବିପଦ ସୃଷ୍ଟି କରେ ।୨୦୧୮ ମସିହାରେ ନିର୍ମିତ ବିରାଟ୍ ଅନିୟମିତ ଏବଂ ବିପଦପୂର୍ଣ୍ଣ ପରିବହନ ପଦ୍ଧତି ବ୍ୟବହାର କରୁଛି । ପୂର୍ବରୁ ଏହା ବାରବାଡୋସ୍, କୋମୋରୋସ୍, ଲାଇବେରିଆ ଏବଂ ପାନାମାର ପତାକା ତଳେ ପରିବହନ କରିଥିଲା । ସେହିପରି ୨୦୦୨ରେ ନିର୍ମିତ କାଇରୋସ୍ ପୂର୍ବରୁ ପାନାମା, ଗ୍ରୀସ୍ ଏବଂ ଲାଇବେରିଆର ପତାକା ତଳେ ପଞ୍ଜୀକୃତ ହୋଇଥିଲା ।
ତୁର୍କୀର ପରିବହନ ମନ୍ତ୍ରଣାଳୟ କହିଥିଲା ଯେ ଆକ୍ରମଣ ପରେ ଜାହାଜକୁ ସାମାନ୍ୟ କ୍ଷତି ହୋଇଛି ଏବଂ କ୍ରୁ ସଦସ୍ୟ ସୁସ୍ଥ ଅଛନ୍ତି । ମନ୍ତ୍ରଣାଳୟ କହିଥିଲା, ବିରାଟ୍ ଉପରେ କୃଷ୍ଣସାଗରର ଉପକୂଳରୁ ପ୍ରାୟ ୩୫ ମାଇଲ ଦୂରରେ ପାଇଲଟ୍ ନଥିବା ଜାହାଜ ଦ୍ୱାରା ଆକ୍ରମଣ କରାଯାଇଥିଲା । ଆଜି ସକାଳେ ମଧ୍ୟ ଏହା ଉପରେ ପାଇଲଟ୍ ନଥିବା ଜାହାଜ ଦ୍ୱାରା ଆକ୍ରମଣ କରାଯାଇଥିଲା । ବିରାଟକୁ ଜଳରେଖା ଉପରେ ଏହାର ଷ୍ଟାରବୋର୍ଡ ପାର୍ଶ୍ୱରେ କ୍ଷତି ପହଞ୍ଚିଛି । ଆମେରିକା ଚଳିତ ବର୍ଷ ଜାନୁଆରୀରେ ବିରାଟ୍ ଟ୍ୟାଙ୍କର୍ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହା ପରେ ୟୁରୋପୀୟ ସଂଘ, ସ୍ୱିଜରଲ୍ୟାଣ୍ଡ, ୟୁକେ ଏବଂ କାନାଡା ମଧ୍ୟ କଟକଣା ଲଗାଇଥିଲେ । ଜୁଲାଇରେ ୟୁରୋପୀୟ ୟୁନିୟନ, ବ୍ରିଟେନ ଏବଂ ସ୍ୱିଜାରଲାଣ୍ଡ କାଇରୋସ୍ ଉପରେ କଟକଣା ଲଗାଇଥିଲେ ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories