Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକରେ ଯୁକ୍ରେନ ରାଜଧାନୀ ଛାରଖାର

International

ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକରେ ଯୁକ୍ରେନ ରାଜଧାନୀ ଛାରଖାର

Ritu Das
Browse all articles by Ritu Das
·1 year ago·2 min read
ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକରେ ଯୁକ୍ରେନ ରାଜଧାନୀ ଛାରଖାର

Key Points

ୟୁକ୍ରେନ୍‌ ଉପରେ ରୁଷିଆର ପ୍ରଚଣ୍ଡ ଆକ୍ରମଣ
ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକରେ ଯୁକ୍ରେନ ରାଜଧାନୀ ଛାରଖାର
ବିଳମ୍ବିତ ରାତିରେ ୩୬୭ରୁ ଅଧିକ ଡ୍ରୋନ୍ ଓ ମିସାଇଲ୍ ମାଡ଼
ଆକ୍ରମଣରେ ୩ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ, ଶତାଧିକ ଆହତ

ରୁଷିଆ ୟୁକ୍ରେନ ଅସ୍ତ୍ରବିରତି ସହମତି ଚର୍ଚ୍ଚା ମଧ୍ୟରେ ପୁଣି ଭୟଙ୍କର ହୋଇଛି ଯୁଦ୍ଧ । ଏଥର ସିଧାସଳଖ ୟୁକ୍ରେନ ରାଜଧାନୀ କିବ୍ କୁ ଟାର୍ଗେଟ୍ କରିଛନ୍ତି ପୁଟିନ ସେନା । ରବିବାର ବିଳମ୍ବିତ ରାତିରେ ରୁଷିଆର ପ୍ରଚଣ୍ଡ ଆକ୍ରମଣରେ ଛାରଖାର ହୋଇଛି କିବ୍ ସହର । ରାଜଧାନୀ କିବ୍‌ ସମେତ ୨୦ରୁ ଅଧିକ ସ୍ଥାନରେ ରୁଷିଆ ସେନା ୩୬୭ରୁ ଅଧିକ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରି ରଚିଛି ଧ୍ବଂସଲୀଳା । ଏହି ଆକ୍ରମଣକୁ ବର୍ତ୍ତମାନ ଯାଏ ୟୁକ୍ରେନ ଉପରେ ରୁଷିଆର ସବୁଠାରୁ ବଡ଼ ଆଟାକ ବୋଲି କୁହାଯାଉଛି । ପ୍ରଥମ ଥର ପାଇଁ କିବ୍‌କୁ ଡ୍ରୋନ୍ ଓ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରେ ରୁଷିଆ ଟାର୍ଗେଟ କରିଛି । ରୁଷିଆର ସବୁଠାରୁ ବଡ଼ ଆକାଶମାର୍ଗ ଆକ୍ରମଣରେ ରାଜଧାନୀ କିବ୍ ର ଶତାଧିକ ପ୍ରତିଷ୍ଠାନ ଧ୍ବଂସ ହୋଇଥିବା ବେଳେ ୩ ଜଣ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଚଣ୍ଡ ମିସାଇଲ ମାଡ଼ରେ କିବ୍‌ ସମେତ ଖାରକିଭ୍, ମାଇକୋଲାଇଭ ଆଦି ସହରରେ ଘଟିଛି ବ୍ୟାପକ କ୍ଷୟକ୍ଷତି।


ଶତାଧିକ ଲୋକ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପ୍ରଚଣ୍ଡ ଆକ୍ରମଣରେ ଅନେକ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଛି । ଏହି ଆକ୍ରମଣରେ ୟୁକ୍ରେନର ଭିତ୍ତିଭୂମି ଗୁରୁତର ପ୍ରଭାବିତ ହୋଇଥିବା ରୁଷିଆ ସେନା ଦାବି କରିଥିବା ବେଳେ ୟୁକ୍ରେନ ବାୟୁସେନା ୨୬୬ଟି ଡ୍ରୋନ୍ ଓ ୪୫ଟି କ୍ଷେପଣାସ୍ତ୍ର ଖସାଇ ଦେଇଥିବ ଦାବି କରିଛି । ରୁଷିଆର ଏହି ଆକ୍ରମଣ ଯୁଦ୍ଧବିରତି ପାଇଁ ଆମେରିକାର ପ୍ରୟାସକୁ ବଡ଼ ଝଟ୍‌କା ଦେଇଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଟେଲିଗ୍ରାମ ପୋଷ୍ଟରେ ପୁଟିନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଏହାସହିତ ସ୍ଥିତିକୁ ନେଇ ଆମେରିକାର ନୀରବତା ଏବଂ ବିଶ୍ୱର ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ର ଚୁପ୍‌ ରହିବା ପରୋକ୍ଷରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଉତ୍ସାହିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ରୁଷିଆର ଏଭଳି ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ପୁଟିନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏକ୍ସ ପୋଷ୍ଟରେ ପୁଟିନଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିବା ଲେଖିବା ସହ ଏବେ ପୁଟିନ ପାଗଳ ଭଳି କାର୍ଯ୍ୟ କରୁଥିବା ଲେଖିଛନ୍ତି । ଗତ ୨ ଦିନ ମଧ୍ୟରେ କଏଦୀ ଅଦଳବଦଳ ଚୁକ୍ତି ଅନୁଯାୟୀ ଦୁଇ ଦେଶ, ବନ୍ଧକ ଥିବା ହଜାରେ ଲେଖାଏଁ ସୈନିକ ଏବଂ ନାଗରିକଙ୍କୁ ମୁକ୍ତ କରିଥିଲେ । ଟ୍ରମ୍ପ ଏକାଧିକ ଥର ରୁଷିଆ ଓ ଯୁକ୍ରେନ ପ୍ରତିନିଧିଙ୍କୁ ଏକାଠି କରି ଆଲୋଚନା କରିଥିଲେ ବି ୟୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଭୟଙ୍କର ହୋଇଛି । ଏପରି ସ୍ଥିତିରେ NSA ଅଜିତ ଡୋଭାଲଙ୍କ ୩ ଦିନିଆ ଋଷିଆ ଗସ୍ତ ବାତିଲ ହୋଇଛି। ୨୦ ଫେବ୍ରୁଆରୀ ୨୦୧୪ରୁ ରୁଷିଆ - ୟୁକ୍ରେନ ୟୁଦ୍ଧ ଆରମ୍ଭ ହେବା ପରଠାରୁ ଏକାଧିକ ଥର ପ୍ରଧାନମନ୍ତ୍ରୀ ମୋଦି ବିଶ୍ବମଞ୍ଚରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଅପିଲ୍ କରିଆସୁଛନ୍ତି ।

Argus Whatsapp Channel Mobile Top
Sponsored
ukraines-capital-hit-by-russias-largest-airstrike | Argus News