Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

990 ଦିନର ଯୁଦ୍ଧରେ ୟୁକ୍ରେନର ଋଷ ଉପରେ ସବୁଠାରୁ ବଡ଼ ଆକ୍ରମଣ

Rashmita Mishra
Browse all articles by Rashmita Mishra
·1 year ago·3 min read
990 ଦିନର ଯୁଦ୍ଧରେ ୟୁକ୍ରେନର ଋଷ ଉପରେ ସବୁଠାରୁ ବଡ଼ ଆକ୍ରମଣ

Key Points

  • 990 ଦିନର ଯୁଦ୍ଧରେ ୟୁକ୍ରେନର ଋଷ ଉପରେ ସବୁଠାରୁ ବଡ଼ ଆକ୍ରମଣ
  • ରାଜଧାନୀ ମସ୍କୋ ଉପରେ ଘନ ଘନ ଡ୍ରୋନ୍ ଆକ୍ରମଣ
  • 3ଟି ପ୍ରମୁଖ ବିମାନ ବନ୍ଦରରୁ ଉଡ଼ାଣ ବାତିଲ କଲା ଋଷ
  • ଯୁଦ୍ଧ ବନ୍ଦ ପାଇଁ ପୁଟିନଙ୍କ ସହ କଥା ହେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି
  • ଦିନକ ତଳେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ବି କଥା ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ୍

 ଅର୍ଗସ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ସହ ହିଁ ବିଶ୍ବରେ ପରିବର୍ତ୍ତନର ପଦଧ୍ବନି ସ୍ପଷ୍ଟ ଶୁଣାଯାଉଛି। ସବୁଠି ନିଜର ଦ୍ବିତୀୟ କାର୍ଯ୍ୟକାଳରେ ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଓ ତାଙ୍କର ଆଗାମୀ ଆକ୍ସନକୁ ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ଏବେ ସମୟରେ ବିଶ୍ବର ସବୁଠାରୁ ଅଧିକ ଫୋକସ୍ ରହିଛି ଋଷ–ୟୁକ୍ରେନ୍ ଯୁଦ୍ଧ ଉପରେ ଯାହା ଗତ 990 ଦିନ ହେଲା ଲଗାତାର ଚାଲିଛି। ୟା ଭିତରେ ଋଷ ଉପରେ ସବୁଠାରୁ ବଡ଼ ଆକ୍ରମଣ କରିଛି ୟୁକ୍ରେନ୍। ଋଷ ରାଜଧାନୀ ମସ୍କୋ ଉପରେ 36ଟି ଡ୍ରୋନରେ ଆକ୍ରମଣ ହୋଇଛି। ଫଳରେ ସହରର 3ଟି ପ୍ରମୁଖ ବିମାନ ବନ୍ଦରରୁ ଉଡ଼ାଣ ବାତିଲ କରିଛି ଋଷ । ଋଷର ବାୟୁସେନା ଅନୁସାରେ ରବିବାର ପ୍ରାୟ 3 ଘଣ୍ଟା ଧରି ପଶ୍ଚିମ ଋଷର ବିଭିନ୍ନ ସ୍ଥାନରେ 36ଟି ଡ୍ରୋନକୁ ନଷ୍ଟ ବି କରିଛି । ତେବେ ବଡ଼ କଥା ହେଲା ୟୁକ୍ରେନ୍ ବିମାନ ଭଳି ପ୍ରକାରର ଡ୍ରୋନର ବ୍ୟବହାର କରିଥିଲା। ଋଷ ଟେଲିଗ୍ରାମ୍ ଚ୍ୟାନେଲରେ ପୋଷ୍ଟ କରାଯାଇଥିବା ଅନଅଫିସିଆଲ୍ ଭିଡିଓରେ ଡ୍ରୋନ୍ ଆକାଶରେ ବୁଲୁଥିବା ଦେଖାଯାଇଛି । ଗୋଟିଏ ପଟେ ଭୟଙ୍କର ହେଉଛି ଋଷ ୟୁକ୍ରେନ୍ ଯୁଦ୍ଧ ଅନ୍ୟପଟେ ପ୍ରତିଶ୍ରୁତି ମୁତାବକ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନୀ ବିଜୟ ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ ଆଲୋଚନା କରି ଟ୍ରମ୍ପ ୟୁକ୍ରେନ୍ ସ୍ଥିତି ଉପରେ ଆଲୋଚନା କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ୍ ପୁଟିନଙ୍କୁ ସଂଘର୍ଷ ଆଉ ନ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଏଯାଏଁ ଆକଳନ କରାଯାଉଥିଲା ଯେ ଟ୍ରମ୍ପ୍ ଯୁଦ୍ଧ ରୋକିବା ଦିଗରେ ଉଦ୍ୟମ କରିବେ। ସେ ମଧ୍ୟ ନିଜ ନିର୍ବାଚନ ପ୍ରଚାରରେ କହିଥିଲେ। ସେ 24 ଘଣ୍ଟା ମଧ୍ୟରେ ୟୁକ୍ରେନରେ ଶାନ୍ତି ଆଣିପାରିବେ।

ତମାମ ସମ୍ଭାବନା ଭିତରେ ଆସିଥିବା ତାଜା ଖବର ଋଷ ୟୁକ୍ରେନ୍ ଯୁଦ୍ଧକୁ ନେଇ ଚର୍ଚ୍ଚାକୁ ଅଧିକ ବଳ ଦେଇଛି। ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ଅନୁସାରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇବାକୁ ଫୋନ୍ କରିଥିଲେ । ସେହି ସମୟରେ ଏଲନ୍ ମସ୍କ ବି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଥିଲେ। ଟ୍ରମ୍ପ୍ ଫୋନ୍ ସ୍କିକରରେ ରଖିଥିଲେ। ଟ୍ରମ୍ପ୍ ଓ ମସ୍କ ଦୁହେଁ ଜେନେଲସ୍କିଙ୍କ ସହ କଥା ହେଲେ। ଏହି ଆଲୋଚନା ପ୍ରାୟ 7 ମିନିଟ ଯାଏଁ ହେଲା। ଜେଲେନସ୍କି ଋଷ ସହ ଯୁଦ୍ଧରେ ୟୁକ୍ରେନକୁ ଷ୍ଟାର୍ ଲିଙ୍କ ମାଧ୍ୟମରେ କମ୍ୟୁନିକେସନ୍ ପ୍ରଦାନ କରିବାର ସାହାଯ୍ୟ ପାଇଁ ମସ୍କଙ୍କୁ ଧନ୍ୟବାଦ ଦେଲେ। 

ଦାବି କରାଯାଉଛି ଯେ ପ୍ରାୟ 7 ମିନିଟ ଧରି ଚାଲିଥିବା କଥାବାର୍ତ୍ତା ସମୟରେ କୌଣସି ନୀତି ଉପରେ ନୁହେଁ ଆଲୋଚନା ହେଲା ନାହିଁ, କିନ୍ତୁ ଯେମିତି ଭାବେ ଟ୍ରମ୍ପ ଜେଲେନସ୍କିଙ୍କ ସହ କଥାବାର୍ତ୍ତାରେ ମସ୍କଙ୍କୁ ସାମିଲ କଲେ ତାହା ଭବିଷ୍ୟତର ସମ୍ଭାବନାର ସ୍ପଷ୍ଟ ସଙ୍କେତ। ମସ୍କ ଖୋଲାଖୋଲି ଭାବେ ଟ୍ରମ୍ପଙ୍କ ସମର୍ଥନରେ ନିର୍ବାଚନ ପ୍ରଚାର କରୁଥିଲେ। ଟ୍ରମ୍ପଙ୍କ ସହ ତାଙ୍କର ଘନିଷ୍ଠତାକୁ ବହୁ କଥା ବି ଉଠିଲା। ଆଉ ନିର୍ବାଚନ ବିଜୟ ପରେ ଏଲନ ମସ୍କଙ୍କ ସହ ଟ୍ରମ୍ପଙ୍କ ଘନିଷ୍ଠତାର ଝଲକ ତାଙ୍କ ସମ୍ବୋଧନରେ ବି ସ୍ପଷ୍ଟ ଦେଖାଗଲା। 

କିନ୍ତୁ ଏହି ହଲଚଲ ଭିତରେ ଏମିତି ପ୍ରଶ୍ନ ବି ଉଠୁଛି, ଯେଉଁ ଯୁଦ୍ଧ ଗତ ଅଢ଼େଇ ବର୍ଷ ହେଲା ସାରା ବିଶ୍ବର ନିଦ ହଜାଇ ଦେଇଛି ତାକୁ ଟ୍ରମ୍ପ୍ ଆମେରିକାର 47 ତମ ରାଷ୍ଟ୍ରପତି ହେବା ପୂର୍ବରୁ ହିଁ ଶେଷ କରିବାକୁ ଚାହୁଁଛନ୍ତି, ହେଲେ କେମିତି । ଋଷ ବିରୋଧରେ ଯୁଦ୍ଧରେ ୟୁକ୍ରେନ୍ ବିଦେଶୀ ସାମରିକ ସହାୟତା ଉପରେ ନିର୍ଭରଶୀଳ। ଖାସ୍ କରି ଆମେରିକା ଉପରେ। ଟ୍ରମ୍ପ ଋଷ ବିରୋଧୀ ଯୁଦ୍ଧରେ ୟୁକ୍ରେନକୁ ମିଳୁଥିବା ଆମେରିକୀୟ ସାମରିକ ଓ ଆର୍ଥିକ ସାହାଯ୍ୟର ସମାଲୋଚନା କରି ଆସୁଛନ୍ତି। ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥିତ୍ବ ହାସଲ କରିବା ପରେ ନିଜ ପ୍ରଥମ ସମ୍ବୋଧନରେ ଜେନେଲସ୍କିଙ୍କ ଉପରେ ଆକ୍ରମଣ କରି ଟ୍ରମ୍ପ ତାଙ୍କୁ ଚମତ୍କାର ସେଲ୍ସମ୍ୟାନ୍ ବୋଲି ବି କହିଦେଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ପ୍ରଶ୍ନ ଏମିତି ବି ଉଠୁଛି, ଯେ କଣ ଟ୍ରମ୍ପଙ୍କ ପାଖରେ ଏହି କାମ କରିବାର କୌଣସି ପ୍ଲାନ୍ ଅଛି କି । ଏହି ପ୍ରଶ୍ନ ନିର୍ବାଚନ ପୂର୍ବରୁ ବି ତାଙ୍କୁ ବାରମ୍ବାର କରାଯାଇଥିଲା। କିନ୍ତୁ ସେ ନିଜ ଯୋଜନା ସମ୍ପର୍କରେ ସ୍ପଷ୍ଟ କିଛି କହିନାହାନ୍ତି। ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ସ୍ପଷ୍ଟ। କିନ୍ତୁ ପ୍ରଶ୍ନ ହେଲା ଜେଲେନସ୍କି ଓ ପୁଟିନ୍ ଉଭୟ ଯୁଦ୍ଧ ରୋକିବା ନେଇ ଟ୍ରମ୍ପଙ୍କ ପ୍ଲାନ ଉପରେ ରାଜି ହେବେ ? ।

 ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୋଜନା ଜାନୁଆରୀ 20 ପୂର୍ବରୁ ଋଷ ୟୁକ୍ରେନ୍ ଯୁଦ୍ଧ ରୋକିବାର। ପ୍ରଶ୍ନ ହେଲା ନଭେମ୍ବର 5ରେ ଆମେରିକାରେ ନିର୍ବାଚନ ଜିତିଥିବା ଡୋନାଲ୍ଡ ଟ୍ରମ୍ପ୍ ଆଗାମୀ 75 ଦିନ ଭିତରେ ଅସମ୍ଭବ ଲାଗୁଥିବା ଲକ୍ଷ୍ୟକୁ କେମିତି ପୂରଣ କରିବେ। ଟ୍ରମ୍ପ ଆସିବା ଫଳରେ ଗୋଟିଏ ପଟେ ଆମେରିକାରେ ତ ପରିବର୍ତ୍ତନ ହେବ। ସେପଟେ ଆଶା କରାଯାଉଛି, ସେହିପରି ଆଶା ଯୁଦ୍ଧକୁ ନେଇ ବି ଅଛି। ଜେଲେନସ୍କି ଟ୍ରମ୍ପଙ୍କ ସହ ଆଲୋଚନା ପରେ ଏବେ ଏହା ଉପରେ ଚର୍ଚ୍ଚା ଜୋର ଧରିଛି। ତେବେ ଯୁଦ୍ଧ ସ୍ଥିତିକୁ ଦେଖିଲେ ଏହି ଚ୍ୟାଲେଞ୍ଜ ଏତେ ସହଜ ନୁହେଁ।

 

Sponsored
Ukraine's largest attack on Russia in the 990 Day War | Argus News