Donald Trump / ମୋଦୁରାଙ୍କୁ ଉଠାଇ ଭୁଲ କରିଦେଲେ ଟ୍ରମ୍ପ, ବିଶ୍ୱ ନେଇପାରେ ବଡ଼ ଆକ୍ସନ !

Key Points
ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ଏବଂ ଦୀର୍ଘ ଦିନର ଶାସକ ନିକୋଲାସ ମାଦୁରୋଙ୍କୁ କ୍ଷମତାରୁ ହଟାଇବା ପରେ ବିଶ୍ୱ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ସୋମବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଆମେରିକାର ଏହି ପଦକ୍ଷେପକୁ ଆନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ଏବଂ ଏକ ଭୟଙ୍କର ପଦକ୍ଷେପ ବୋଲି ଅଭିହିତ କରିଛନ୍ତି।
ଜାତିସଂଘରେ ଭେନେଜୁଏଲାର ରାଷ୍ଟ୍ରଦୂତ ସାମୁଏଲ ମୋନକାଡା କହିଛନ୍ତି, ଆମେରିକା ଭେନେଜୁଏଲାର ପ୍ରାକୃତିକ ସମ୍ପଦ ଏବଂ ବିଶ୍ୱର ସବୁଠାରୁ ବଡ଼ ତୈଳ ଭଣ୍ଡାର ଲୁଟିବା ପାଇଁ ଏହି ଯୁଦ୍ଧ କରୁଛି। କୌଣସି ସାର୍ବଭୌମ ଦେଶର ରାଜନୈତିକ ସ୍ୱାଧୀନତା ଉପରେ ଆକ୍ରମଣ କରି ଆମେରିକା ଜାତିସଂଘର ମୌଳିକ ନିୟମ ଭାଙ୍ଗିଛି ବୋଲି ଭେନେଜୁଏଲା ଦାବି କରିଛି। ଏପରି ଆକ୍ରମଣ କରି ଆନ୍ତର୍ଜାତୀୟ ଆଇନକୁ ଅସମ୍ମାନ କରାଜାଇଥିବାରୁ ଜାତିସଂଘ ସଚିବ ଆଣ୍ଟୋନିଓ ଗୁଟେରସ ଚିନ୍ତା ପ୍ରକାଶ କରିଛନ୍ତି ।
ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି କାର୍ଯ୍ୟ ଲାଟିନ୍ ଆମେରିକୀୟ ଦେଶଗୁଡ଼ିକରେ ଭୟ ଓ ଉତ୍ତେଜନା ବୃଦ୍ଧି କରିଛି। ଏହି ଦେଶଗୁଡ଼ିକ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନର କଡ଼ା ସମାଲୋଚନା କରିଛନ୍ତି। ସାରା ବିଶ୍ବରେ ବି ଏହି କାର୍ଯ୍ୟର ନିନ୍ଦା କରାଯାଉଛି । କିନ୍ତୁ ଏସବୁ ପ୍ରତି ଟ୍ରମ୍ପଙ୍କ କୌଣସି ପରଓ୍ବାହ ନାହିଁ । ଏବେ ସେ କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କୁ ଖୋଲାଖୋଲି ଭାବରେ ଧମକ ଦେଇଛନ୍ତି।
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାରେ ଟ୍ରମ୍ପ ପେଟ୍ରୋ ବିଷୟରେ କହିଛନ୍ତି, 'ସେ କୋକେନ୍ ଉତ୍ପାଦନ କରୁଛନ୍ତି ଏବଂ ଏହାକୁ ଆମେରିକାକୁ ପଠାଉଛନ୍ତି, ତେଣୁ ତାଙ୍କୁ ସତର୍କ ରହିବାକୁ ପଡିବ।' ସୂଚନାଯୋଗ୍ୟ ଯେ ମାଦୁରୋଙ୍କ ନାମ ନ ନେଇ କଲମ୍ବିଆର ରାଷ୍ଟ୍ରପତି ପେଟ୍ରୋ ୱାଶିଂଟନର ଆକ୍ରମଣକୁ 'ଲାଟିନ୍ ଆମେରିକାର ସାର୍ବଭୌମତ୍ୱ ଉପରେ ଆକ୍ରମଣ' ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏହା ଏକ ମାନବିକ ସଙ୍କଟ ସୃଷ୍ଟି କରିବ।
ନିକଟରେ ଟ୍ରମ୍ପ କହିଥିଲେ ଯେ ସେ ତାଙ୍କର ନିଶା ନିବାରଣ ରଣନୀତିର ଅଂଶ ଭାବରେ କଲମ୍ବିଆରେ ନିଶା ଉତ୍ପାଦନ ପ୍ରୟୋଗଶାଳା ଉପରେ ଆକ୍ରମଣକୁ ଅସ୍ୱୀକାର କରି ହେବ ନାହିଁ । ଟ୍ରମ୍ପଙ୍କ ଏକ ବିବୃତ୍ତିକୁ ଆକ୍ରମଣର ଧମକ ବୋଲି କହି ନିନ୍ଦା କରିଛି ପେଟ୍ରୋ ।
📱 Get Argus News App
✨Related Topics
Explore more stories