Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୭ ଦିନିଆ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
୭ ଦିନିଆ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଶିକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ୭ ଦିନିଆ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ ଗଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅକ୍ଟୋବର ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଓ ଅଷ୍ଟ୍ରେଲିଆରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।ସିଙ୍ଗାପୁରର ପ୍ରଧାନମନ୍ତ୍ରୀ, ଉପପ୍ରଧାନମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ। ଏସିଆର ଏକ ନମ୍ବର ସ୍ଥାନରେ ଥିବା ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟି ପରିଦର୍ଶନ କରିବେ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷାବିତ୍, ଆଇଆଇଟି ଓ ଆଇଆଇଏମର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଭେଟି ଉଭୟ ଦେଶର ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଚର୍ଚ୍ଚା କରିବେ । ଶିକ୍ଷା କ୍ଷେତ୍ରରେ ଦ୍ବିପାକ୍ଷିକ ସ୍ବାର୍ଥର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଏବଂ ସମନ୍ବୟକୁ ପ୍ରୋତ୍ସାହିତ କରିବା ପାଇଁ ସେ ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସେ ଭିକ୍ଟୋରିଆର ପ୍ରଧାନମନ୍ତ୍ରୀ ଜାକିଣ୍ଟା ଆଲାନଙ୍କୁ ଭେଟିବେ । ମୋନାଶ ବିଶ୍ବବିଦ୍ୟାଳୟର ଇନୋଭେସନ ଲ୍ୟାବ୍ ଏବଂ ସେଣ୍ଟର ଫର୍ ନାନୋ-ଫେବ୍ରିକେସନ୍ ପରିଦର୍ଶନ କରିବେ। ଅଷ୍ଟ୍ରେଲିଆରେ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀକୁ ସମ୍ବୋଧିତ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ବିଭିନ୍ନ ପ୍ରମୁଖ ବିଶ୍ବବିଦ୍ୟାଳୟ, ଟେକ୍ନୋଲୋଜି ଏବଂ ଶିଳ୍ପ ଅନୁଷ୍ଠାନ ପରିଦର୍ଶନ କରିବେ। ମେଡଟେକ୍ ପ୍ରୋଟୋଟାଇପିଂ ଏବଂ ବିନିର୍ମାଣ କ୍ଷେତ୍ରରେ ଜଣାଶୁଣା ଆରଏମଆଇଟି ବିଶ୍ବବିଦ୍ୟାଳୟର 'ଡିସ୍କଭରୀ ଟୁ ଡିଭାଇସ୍' ପରିଦର୍ଶନ କରିବେ ଧର୍ମେନ୍ଦ୍ର ପ୍ରଧାନ। ଏହି ଗସ୍ତ ମେଡିକାଲ ଟେକ୍ନୋଲୋଜିର ବାଣିଜ୍ୟିକ ଏବଂ ଡ୍ରାଇଭିଂ ଇନୋଭେସନରେ ଶିଳ୍ପ-ଏକାଡେମୀ ଲିଙ୍କେଜର ଭୂମିକା ପାଇଁ ସହଯୋଗୀ ଆଭିମୁଖ୍ୟକୁ ଅନ୍ବେଷଣ କରିବ। 
ଅଷ୍ଟ୍ରେଲିଆରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ସହ ଭାରତୀୟ ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା ଓ ଗବେଷଣା ସମ୍ପର୍କରେ ମଧ୍ୟ ଆଲୋଚନା କରିବେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ଶିକ୍ଷା କ୍ଷେତ୍ରରେ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ସହଯୋଗ, ଭାଗିଦାରୀ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Education Minister on a 7-day visit to Singapore and Australia | Argus News