US Losses 42 Aircraft / ସଂସଦରେ ମାନିଲା ଆମେରିକା; ଇରାନ ଯୁଦ୍ଧରେ ନଷ୍ଟ ହୋଇଛି ୪୨ ଯୁଦ୍ଧ ବିମାନ
·9 hours ago·3 min read

Key Points
ଇରାନ ବିରୋଧୀ ୪୦ ଦିନିଆ ଅଭିଯାନରେ ଆମେରିକୀୟ ସେନା ୪୨ଟି ବିମାନ ହରାଇଛି କିମ୍ବା ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି । ଇରାନ ଯୁଦ୍ଧ ସମ୍ପର୍କରେ ଏବେ ସାମ୍ନାକୁ ଆସିଥିବା ଏକ ଦାବି ସମଗ୍ର ବିଶ୍ଵକୁ ଚକିତ କରି ଦେଇଛି ।
ନୂଆଦିଲ୍ଲୀ: ଭାଙ୍ଗିଲା ମୁହଁ ଫୁଟାଣି, ଦବିଗଲା ଦମ୍ଭ । ନିଜକୁ ବିଶ୍ଵର ମହାଶକ୍ତି ବୋଲାଉଥିବା ଆମେରିକା, ଇରାନ ଆଗରେ ଅସହାୟ ହୋଇ ପଡ଼ିଛି । ଇରାନ ଯୁଦ୍ଧ ସମ୍ପର୍କରେ ଏବେ ସାମ୍ନାକୁ ଆସିଥିବା ଏକ ଦାବି ସମଗ୍ର ବିଶ୍ଵକୁ ଚକିତ କରି ଦେଇଛି ।
ଆମେରିକାର ସଂସଦରେ ଉପସ୍ଥାପିତ ଏକ ରିପୋର୍ଟ ଅନୁସାରେ, ଇରାନ ସହ ୪୦ ଦିନିଆ ସଂଘର୍ଷରେ ଆମେରିକାର ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ମୋଟ ୪୨ଟି ଲଢ଼ୁଆ ବିମାନ ନଷ୍ଟ ହୋଇଛି କିମ୍ବା ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି ।
ଏଥିସହ ପଢ଼ନ୍ତୁ: ଇରାନର ମହମୁଦ ଅହମଦିନେଜାଦ କିଏ ? କାହିଁକି ପସନ୍ଦ କରନ୍ତି ଡୋନାଲ୍ଡ ଟ୍ରମ୍ପ ?
ଏହି ରିପୋର୍ଟ ହିଁ କହୁଛି- ଆମେରିକୀୟ ସେନାର ଦାବି ଅପେକ୍ଷା ବହୁତ ଅଧିକ କ୍ଷତି କରିଛି ଇରାନ । ଏହି ରିପୋର୍ଟ ଆମେରିକାର ସାମରିକ ଶକ୍ତି ଏବଂ ଯୁଦ୍ଧର ମୂଲ୍ୟ ବିଷୟରେ ଉଠାଇଛି ଅନେକ ପ୍ରଶ୍ନ । ଯାହା ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି କାଠଗଡ଼ାକୁ ଟାଣିଛି ।
ରିପୋର୍ଟରେ କ’ଣ ଅଛି?
ଆମେରିକୀୟ ସଂସଦର ଏକ ରିପୋର୍ଟ ଅନୁଯାୟୀ, ଇରାନ ବିରୋଧୀ ୪୦ ଦିନିଆ ଅଭିଯାନରେ ଆମେରିକୀୟ ସେନା ୪୨ଟି ବିମାନ ହରାଇଛି କିମ୍ବା ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି । ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ବିରୋଧରେ 'ଅପରେସନ୍ ଏପିକ୍ ଫ୍ୟୁରି' ଆରମ୍ଭ କରିଥିଲେ । ୪୦ ଦିନ ଧରି ଇରାନ ଉପରେ ବୋମାମାଡ଼ କରିଥିଲେ ।
ରିପୋର୍ଟ ଅନୁସାରେ, ନଷ୍ଟ ହୋଇଥିବା ୪୨ଟି ବିମାନ ମଧ୍ୟରେ ଲଢ଼ୁଆ ବିମାନ, ହେଲିକପ୍ଟର ଏବଂ ମାନବହୀନ ଡ୍ରୋନ୍ ରହିଛି । ସମ୍ବାଦ ସରବରାହ ସଂସ୍ଥା ANIର ଏକ ରିପୋର୍ଟ ଅନୁଯାୟୀ, ଏହି ସୂଚନା ନ୍ୟୁଜ୍ ରିପୋର୍ଟ, ପ୍ରତିରକ୍ଷା ବିଭାଗ ତଥା ଆମେରିକୀୟ କେନ୍ଦ୍ରୀୟ କମାଣ୍ଡରଙ୍କ ବିବୃତ୍ତି ଉପରେ ଆଧାରିତ ।
ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଏପ୍ରିଲରେ ଅସ୍ତ୍ରବିରତି ପରେ ଯୁଦ୍ଧ କିଛିଟା ହ୍ରାସ ପାଇଥିଲା, କିନ୍ତୁ କିଛି ସପ୍ତାହ ପରେ ଆକ୍ରମଣ ପୁଣି ଆରମ୍ଭ ହୋଇଥିଲା ଏବଂ ପରିସ୍ଥିତି ଜଟିଳ ରହିଛି । ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ପ୍ରତିରକ୍ଷା ବିଭାଗ ଏପର୍ଯ୍ୟନ୍ତ ଆକ୍ରମଣରେ ହୋଇଥିବା କ୍ଷତିର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିନାହିଁ ।
ରିପୋର୍ଟ ଅନୁଯାୟୀ, ୨୦୨୬ ମେ ୧୨ରେ ଏକ ଶୁଣାଣି ସମୟରେ, ପେଣ୍ଟାଗନର କାର୍ଯ୍ୟକାରୀ ନିୟନ୍ତ୍ରକ ଜୁଲ୍ସ ଡବ୍ଲୁ ହର୍ଷ୍ଟ ତୃତୀୟ କହିଥିଲେ ଯେ, ଇରାନରେ ଆମେରିକୀୟ ସାମରିକ ଅପରେସନର ମୂଲ୍ୟ ୨୯ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ।
୪୦ ଦିନ, ୪୨ ବିମାନ
ରିପୋର୍ଟ ଅନୁଯାୟୀ, କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ଚାରୋଟି F-15E ଷ୍ଟ୍ରାଇକ୍ ଇଗଲ୍ ଲଢ଼ୁଆ ବିମାନ, ଗୋଟିଏ F-35A ଲାଇଟନିଂ II ଲଢ଼ୁଆ ବିମାନ, ଗୋଟିଏ A-10 ଥଣ୍ଡରବୋଲ୍ଟ II ଆକ୍ରମଣ ବିମାନ, ସାତଟି KC-135 ଷ୍ଟ୍ରାଟୋଟାଙ୍କର୍ ରିଫ୍ୟୁଏଲିଂ ବିମାନ, ଗୋଟିଏ E-3 ସେଣ୍ଟ୍ରି AWACS ବିମାନ, ଦୁଇଟି MC-130J କମାଣ୍ଡୋ II ସ୍ୱତନ୍ତ୍ର ଅପରେସନ୍ ବିମାନ, ଗୋଟିଏ HH-60W ଜଲି ଗ୍ରୀନ୍ II ହେଲିକପ୍ଟର, 24 MQ-9 ରିପର ଡ୍ରୋନ୍ ଏବଂ ଗୋଟିଏ MQ-4C ଟ୍ରାଇଟନ୍ ଡ୍ରୋନ୍ ରହିଛି ।
ରିପୋର୍ଟ ପରେ ଇରାନ ଖୁସି
ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଅବାସ ଅରାଘଚି କହିଛନ୍ତି, "ଯୁଦ୍ଧ ସମୟରେ କୋଟି କୋଟି ଡଲାର ମୂଲ୍ୟର ଅନେକ ବିମାନ ନଷ୍ଟ ହୋଇଥିବା କଥା ଆମେରିକୀୟ ସଂସଦ ନିଜେ ସ୍ୱୀକାର କରିଛି ।"
ଏଥିସହ ପଢ଼ନ୍ତୁ: ଇରାନର ବଡ଼ ପ୍ଲାନ: ଦେଲା ପ୍ରସ୍ତାବ, ଟ୍ରମ୍ପଙ୍କୁ ମାରିଲେ ମିଳିବ ୫୦୦ କୋଟି...
ଅରାଘଚି ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଲେଖିଛନ୍ତି, "ଇରାନ ଉପରେ ଯୁଦ୍ଧ ଆରମ୍ଭ ହେବାର ମାସ ପରେ, ଆମେରିକୀୟ କଂଗ୍ରେସ କୋଟି କୋଟି ଡଲାର ମୂଲ୍ୟର ଏକାଧିକ ବିମାନର କ୍ଷତିକୁ ସ୍ୱୀକାର କରିଛି ।"
ଅରାଘଚି ଏହା ମଧ୍ୟ ଦାବି କରିଛନ୍ତି ଯେ, ଇରାନ ସେନା ବିଶ୍ୱରେ ପ୍ରଥମ ଥର ପାଇଁ ଏକ F-35 ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଛି। ସେ କହିଛନ୍ତି, "ଆମର ଶକ୍ତିଶାଳୀ ସେନା ପ୍ରଥମ ଥର ପାଇଁ ଏକ F-35 ଯୁଦ୍ଧ ବିମାନକୁ ଗୁଳି କରି ଖସାଇଛି। ଏହି ଯୁଦ୍ଧରୁ ଆମେ ଯେଉଁ ଶିକ୍ଷା ଏବଂ ଅଭିଜ୍ଞତା ପାଇଛୁ, ଯଦି ପୁଣି ଯୁଦ୍ଧ ହୁଏ ତେବେ ବିଶ୍ୱ ଆହୁରି ଅନେକ ଆଶ୍ଚର୍ଯ୍ୟ ଦେଖିବ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories