Two Fighter Jets Collide / ଆମେରିକା ଏୟାର ଶୋ’ରେ ଅଘଟଣ, ଦୁଇଟି ଫାଇଟର ଜେଟ୍ ମଧ୍ୟରେ ମୁହାଁମୁହିଁ ଧକ୍କା
·1 day ago·2 min read

Key Points
ଆମେରିକା ଏୟାର ଶୋ’ରେ ଅଘଟଣ
ଦୁଇଟି ଜେଟ୍ ମଧ୍ୟରେ ମଝି ଆକାଶରେ ମୁହାଁମୁହିଁ ଧକ୍କା
ଉଭୟ ଜେଟ୍ରେ ଥିବା ସମସ୍ତ ଚାରିଜଣ କ୍ରୁ ସଦସ୍ୟ ସୁରକ୍ଷିତ
ଦୁର୍ଘଟଣା ପରେ ସାମରିକ ବେସ୍କୁ କରାଗଲା ଲକ୍ଡାଉନ୍
ଏୟାର ଶୋ’ର ଅବଶିଷ୍ଟ ପ୍ରଦର୍ଶନ କରାଗଲା ବାତିଲ

ୱାଶିଂଟନ,୧୮/୦୫: ଆମେରିକାରେ ଏୟାର ଶୋ’ରେ ଘଟିଲା ବଡ଼ ଅଘଟଣ। ଦୁଇଟି ଜେଟ୍ ମଧ୍ୟରେ ମଝି ଆକାଶରେ ମୁହାଁମୁହିଁ ଧକ୍କା ହୋଇଥିଲେ। ଦୁଇଟି ଫାଇଟର ଜେଟ ସଂପୁର୍ଣ୍ଣ ଜଳି ଯାଇଛି। କିନ୍ତୁ ଉଭୟ ଜେଟ୍ରେ ଥିବା ସମସ୍ତ ଚାରିଜଣ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣା ପରେ ସାମରିକ ବେସ୍କୁ ଲକ୍ଡାଉନ୍ କରାଯାଇଛି। ଏହାସହ ଏୟାର ଶୋ’ର ଅବଶିଷ୍ଟ ପ୍ରଦର୍ଶନକୁ ବାତିଲ କରାଯାଇଛି।
ଆମେରିକାର ଆଇଡାହୋ ସ୍ଥିତ ମାଉଣ୍ଟେନ୍ ହୋମ୍ ଏୟାରଫୋର୍ସ ବେସ୍ରେ ଚାଲିଥିବା ଏକ ଏୟାର ଶୋ’ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆକାଶରେ ରଣ କୌଶଳ ପ୍ରଦର୍ଶନ କରୁଥିବା ସମୟରେ ଆମେରିକା ନୌସେନାର ଦୁଇଟି ‘ଇଏ-୧୮ଜି ଗ୍ରୋଲର୍’ଯୁଦ୍ଧ ବିମାନ ମଝି ଆକାଶରେ ପରସ୍ପର ସହ ଧକ୍କା ହୋଇଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଓଆସ୍ୱସ୍ତିର ବିଷୟ ହେଉଛି, ଦୁର୍ଘଟଣାର ମାତ୍ର କେଇ ସେକେଣ୍ଡ ପୂର୍ବରୁ ବିମାନରେ ଥିବା ସମସ୍ତ ୪ ଜଣ କ୍ରୁ ମେମ୍ବର ସୁରକ୍ଷିତ ଭାବେ ବାହାରକୁ ଆସିବାରେ ସଫଳ ହୋଇଛନ୍ତି।
ଆକାଶରେ ଛନ୍ଦି ହୋଇଗଲେ ଯୁଦ୍ଧ ବିମାନ
ମାଉଣ୍ଟେନ୍ ହୋମ୍ ଏୟାରଫୋର୍ସ ବେସରେ ‘ଗନ୍ଫାଇଟର୍ସ ସ୍କାଇଜ୍ ଏୟାର ଶୋ’ ଚାଲିଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨:୩୦ରେ ଏହି ଦୁର୍ଘଟଣା ଘଟିଥିଲା। ଦୁଇଟି ଯୁଦ୍ଧ ବିମାନ ଅତି ନିକଟତର ହୋଇ ଉଡ଼ୁଥିବା ବେଳେ ହଠାତ୍ ପରସ୍ପର ସହ ଛନ୍ଦି ହୋଇଯାଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ବିମାନ ଦୁଇଟି ପିଟି ହେବା ମାତ୍ରେ ସେଥିରୁ ନିଆଁର ସ୍କୁଲିଙ୍ଗ ବାହାରିଥିଲା ଏବଂ ତାହା ମାଟି ଆଡ଼କୁ ଖସିବାକୁ ଲାଗିଥିଲା। ଘଟଣାସ୍ଥଳରୁ ପ୍ରାୟ ୨ ମାଇଲ୍ ଦୂରରେ ଏକ ବିରାଟ ନିଆଁର ପିଣ୍ଡୁଳା ସହ କଳା ଧୂଆଁର ଆସ୍ତରଣ ଆକାଶକୁ ଆଚ୍ଛାଦିତ କରିଦେଇଥିଲା।
ମଞ୍ଚରୁ ଘୋଷଣା ହେଲା- "୪ଟି ଯାକ ପାରାଚୁଟ୍ ସୁରକ୍ଷିତ ଅଛି"
ବିମାନ ଦୁଇଟି ଧ୍ୱଂସ ହୋଇ ସେହି ସ୍ଥାନରେ ହିଁ ବ୍ଲାଷ୍ଟ ହୋଇଯାଇଥିଲା। ଏୟାର ଶୋ’ ଦେଖୁଥିବା ହଜାର ହଜାର ଦର୍ଶକ ଏହି ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ। ଏହି ସମୟରେ ଆନାଉନ୍ସର ମଞ୍ଚରୁ ଲୋକଙ୍କୁ ଆଶ୍ୱାସନା ଦେଇ କହିଥିଲେ, "ଆମ ପାଇଁ ଭଲ ଖବର ଯେ, ଆମେ ଆକାଶରେ ୪ଟି ଯାକ ପାରାଚୁଟ୍ ସୁରକ୍ଷିତ ଭାବେ ଖୋଲିଥିବାର ଦେଖିଛୁ। ସମସ୍ତ କ୍ରୁ ମେମ୍ବର ସଫଳତାର ସହ ଇଜେକ୍ଟ କରିଛନ୍ତି ଏବଂ ସେମାନେ ଧୂଆଁ ବାହାରୁଥିବା ସ୍ଥାନରୁ ଏକ ମାଇଲ୍ ଦୂରରେ ଓହ୍ଲାଇଛନ୍ତି।" ପରବର୍ତ୍ତୀ ସମୟରେ ଆମେରିକା ନୌସେନା ମଧ୍ୟ ସମସ୍ତ ୪ ଜଣ ସାମରିକ ଅଧିକାରୀ ସୁରକ୍ଷିତ ଥିବା ନେଇ ସ୍ପଷ୍ଟ କରିଛି।
ପଢନ୍ତୁ ଏହି ଖବର: ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ; ହଠାତ୍ ହୁତୁହୁତୁ ହୋଇ ଜଳିଲା ବଗି
୮ ବର୍ଷ ପରେ ଆୟୋଜନ, ପୁଣି ବନ୍ଦ ହେଲା ଶୋ’
ଏହି ଦୁର୍ଘଟଣା ପରେ ସମଗ୍ର ସାମରିକ ଘାଟିକୁ କିଛି ସମୟ ପାଇଁ 'ଲକ୍ଡାଉନ୍' କରାଯାଇଥିଲା ଏବଂ ରବିବାର ହେବାକୁ ଥିବା ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି। ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଏହି ଏୟାର ଶୋ’ ପୁଣି ଆରମ୍ଭ ହୋଇଥିଲା। ପୂର୍ବରୁ ୨୦୧୮ ମସିହାରେ ଏହି ଉତ୍ସବ ସମୟରେ ଜଣେ ହ୍ୟାଙ୍ଗ୍ ଗ୍ଲାଇଡର୍ ପାଇଲଟ୍ଙ୍କ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଏହାକୁ ବନ୍ଦ ରଖାଯାଇଥିଲା। ସେହିପରି ୨୦୦୩ରେ ମଧ୍ୟ ଏଠାରେ ଏକ ପ୍ରସିଦ୍ଧ ‘ଥଣ୍ଡରବାର୍ଡ’ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବର୍ତ୍ତମାନ ଏହି ଭୟଙ୍କର ମିଡ୍-ଏୟାର କଲିଜନ ବା ଆକାଶ ମାର୍ଗରେ ଧକ୍କାର କାରଣ ଜାଣିବା ପାଇଁ ଆମେରିକା ସେନା ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories