US Airstrike / ସିରିଆର ISIS ଆଡ୍ଡା ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍

Key Points
ସିରିଆର ISIS ଆଡ୍ଡା ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍ ।
ଅପରେସନ `ହକ୍ ଆଇ’କୁ ଜୋରଦାର କଲା ଆମେରିକୀୟ ସେନା ।
ଇସଲାମିକ ଆତଙ୍କବାଦକୁ ମୂଳପୋଛ ଲକ୍ଷ୍ୟ ।
ସିରିଆ ଉପରେ ପ୍ରତିଶୋଧ ନେଉଛି ଆମେରିକା । ସିରିଆର ISIS ଆଡ୍ଡା ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍ । ଅପରେସନ `ହକ୍ ଆଇ’କୁ ଜୋରଦାର କଲା ଆମେରିକୀୟ ସେନା । ଇସଲାମିକ ଆତଙ୍କବାଦକୁ ମୂଳପୋଛ ଲକ୍ଷ୍ୟ ।
ସୂଚନାନୁଯାୟୀ ପ୍ରତିଶୋଧ ନେଲା ଆମେରିକା । ସିରିଆରେ ଥରିଲା ISIS ଆଡ୍ଡା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ସିରିଆର ଇସଲାମିକ ଷ୍ଟେଟ୍ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକୀୟ ସେନା । ଦ୍ବିତୀୟ ଥର ପାଇଁ `ହକ୍ ଆଇ’ ଷ୍ଟ୍ରାଇକ୍ ଅପରେସନ ଦ୍ବାରା ଏ ଆକ୍ରମଣ କରାଯାଇଛି । ଅପରେସନରେ ଅନେକ ଗୁଡିଏ ଫାଇଟର ଜେଟର ବ୍ୟବହାର ହୋଇଛି । ଡିସେମ୍ବର ୧୩ ତାରିଖରେ ଆମେରିକା ସେନା ଉପରେ ବଡ଼ ଧରଣର ଆକ୍ରମଣ କରିଥିଲା IS ଆତଙ୍କୀ ସଂଗଠନ । ଯାହାର ପ୍ରତିବାଦରେ ଏ ଆକ୍ରମଣ କରିଛି ଆମେରିକା ।
ଆମେରିକା କେନ୍ଦ୍ରୀୟ କମାଣ୍ଡ(ସେଣ୍ଟକମ୍) ବାହିନୀ, ସହଯୋଗୀ ବାହିନୀ ମିଳିତ ଭାବେ ଏ ଅପରେସନ କରିଛନ୍ତି । ଆମେରିକା ସମୟ ମଧ୍ୟାହ୍ନ ୧୨ଟା ସମୟରେ ଏ ଆଟାକ୍ କରାଯାଇଥିଲା । ସେଣ୍ଟକମ୍ କହିଛି, କେବଳ ସିରିଆରେ ISIS ଶିବିରଗୁଡ଼ିକ ଉପରେ ଏହି ଆଟାକ୍ କରାଯାଇଥିଲା । ଏହାଦ୍ବାରା ଆମ ସୈନ୍ୟଙ୍କ ବିରୋଧରେ ହେଉଥିବା ଇସଲାମିକ୍ ଆତଙ୍କବାଦ ମୂଳପୋଛ ହେବ । ଭବିଷ୍ୟତରେ ଆକ୍ରମଣକୁ ରୋକିବା ଏବଂ ଏହି ଅଞ୍ଚଳରେ ଆମେରିକା ଓ ସହଯୋଗୀ ବାହିନୀକୁ ସୁରକ୍ଷା ଦେବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ଗତ ଡିସେମ୍ବର ୧୩ ତାରିଖରେ ସିରିଆର ପାଲମିରାରେ ଆମେରିକୀୟ ଓ ସିରିଆ ସେନା ଉପରେ ISIS ଆକ୍ରମଣ କରିଥିଲା । ଯାହାର ପ୍ରତିବାଦରେ ଡିସେମ୍ବର ୧୯ ତାରିଖରେ ଅପରେସନ ହକ୍ ଆଇ ଷ୍ଟ୍ରାଇକ୍ ଆରମ୍ଭ ସଂପର୍କରେ ଘୋଷଣା କରାଯାଇଥିଲା । ୧୯ ତାରିଖ ଆକ୍ରମଣରେ ୭୦ରୁ ଅଧିକ ଆତଙ୍କବାଦୀ କ୍ୟାମ୍ପ ଓ ଅସ୍ତ୍ରଶସ୍ତ୍ର ଭଣ୍ଡାର ଧ୍ୱଂସ କରିଥିଲା ଆମେରିକା ସେନା ।
📱 Get Argus News App
✨Related Topics
Explore more stories