Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Donald Trump vs Nicolas Maduro / ଏମିତି ଅସ୍ତ୍ର ବିଶ୍ୱରେ କାହା ପାଖରେ ନାହିଁ ! ଅନ୍‌ କଲେ ନାକ-କାନରୁ ବାହୁଛି ରକ୍ତ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଏମିତି ଅସ୍ତ୍ର ବିଶ୍ୱରେ କାହା ପାଖରେ ନାହିଁ ! ଅନ୍‌ କଲେ ନାକ-କାନରୁ ବାହୁଛି ରକ୍ତ
Donald Trump vs Nicolas Maduro

Key Points

ରାଷ୍ଟ୍ରପତି ମାଦୁରୋଙ୍କୁ ଉଠାଇ ଆଣିଛି ଆମେରିକା ସେନା ।
ଅପରେସନରେ 'ସୋନିକ ୱେପନ୍' ବ୍ୟବହାର କରିଥିବା ଚର୍ଚ୍ଚା ।

ନିକୋଲାସ ମାଦୁରୋ ଏବେ ଆମେରିକା ସେନା ହେପାଜତରେ ଅଛନ୍ତି । ସେପଟେ ସୋସିଆଲ ମିଡିଆ 'ଟ୍ରୁଥ୍'ରେ ନିଜ ଷ୍ଟାଟସ୍ ପରିବର୍ତ୍ତନ କରିଛନ୍ତି ଆମେରିକା ରାଷ୍ଟ୍ରପତି । ନିଜକୁ ଭେନେଜୁଏଲାର ଆକ୍ଟିଂ ପ୍ରେସିଡେଣ୍ଟ ବୋଲି ଦର୍ଶାଇଛନ୍ତି । ଯାହା ବିଶ୍ବବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି । ପୁଣି ଜଣାପଡ଼ିଛି ଯେ, ଭେନେଜୁଏଲାରେ ଆକ୍ରମଣ ବେଳେ ଏକ ରହସ୍ୟମୟ ଅସ୍ତ୍ର ବ୍ୟବହାର କରିଥିଲା ଆମେରିକା ସେନା । ଯାହାକୁ କୁହାଯାଉଛି 'ସୋନିକ ୱେପନ୍'। ଏହି ଅସ୍ତ୍ର ଏତେ ଜୋରରେ ଶବ୍ଦ ତରଙ୍ଗ ସୃଷ୍ଟି କରେ ଯେ, ପ୍ରତିପକ୍ଷ ସୈନିକଙ୍କ ନାକ ଓ ପାଟିରୁ ରକ୍ତଶ୍ରାବ ହୁଏ । ପାରମ୍ପରିକ ଯୁଦ୍ଧରେ ଏଭଳି ଅତ୍ୟାଧୁନିକ ଅସ୍ତ୍ର କେବେ ବ୍ୟବହାର ହୋଇନଥିଲା, ଯାହା ଆମେରିକା ପାଖରେ ଅଛି ।

ଆମେରିକା ସେନା ହେପାଜତରେ ଅଛନ୍ତି ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ । 'ଡ୍ରଗ୍ସ ଆତଙ୍କବାଦ' ଅଭିଯୋଗରେ ତାଙ୍କ ବିରୋଧରେ ଆମେରିକା କୋର୍ଟରେ ମାମଲା ଚାଲିଛି । ତାଙ୍କୁ ଡିଟେନସନ୍ ସେଣ୍ଟରରେ ରଖି ନିର୍ଯାତନା ଦେଉଛି ଆମେରିକା ସେନା । ଏତିକି ବେଳେ ସାମ୍ନାକୁ ଆସିଛି ୩ ଜାନୁଆରୀରେ ଭେନେଜୁଏଲା ଉପରେ ଆମେରିକା ଆକ୍ରମଣର ଏକ ସାଂଘାତିକ ଦିଗ । ବେଡରୁମରେ ଶୋଇଥିବା ବେଳେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ କିଲିଆ ଫ୍ଲୋରେସଙ୍କୁ ଉଠାଇ ଆଣିଥିଲା ଆମେରିକା ସେନା ।

ଚର୍ଚ୍ଚା ହେଉଛି, ଆମେରିକା ସେନାର କୌଣସି କ୍ଷତି ହୋଇନଥିବା ବେଳେ ବିଦେଶ ମାଟିରେ ଏତେ ବଡ଼ ଅପରେସନକୁ କେମିତି ସଫଳ କଲା ଆମେରିକା ? ଭେନେଜୁଏଲା ସେନାର କେତେକ ପ୍ରତ୍ୟକ୍ଷଦର୍ଶୀ ସୈନିକଙ୍କ ବାୟନ ଆଧାରରେ ରିପୋର୍ଟ ପ୍ରକାଶ ପାଇଛି ।

ଭେନେଜୁଏଲା ବିରୋଧରେ ଏକ ରହସ୍ୟମୟ ଅସ୍ତ୍ର ବ୍ୟବହାର କରିଥିଲା ଆମେରିକା । ଏହି 'ସୋନିକ ଅସ୍ତ୍ର' ଦ୍ବାରା ରକ୍ତାକ୍ତ ହୋଇଥିଲେ ଭେନେଜୁଏଲାର ସୁରକ୍ଷାକର୍ମୀ । ସବୁଠୁ ବଡ଼ କଥା ହେଉଛି ଆମେରିକା ବ୍ୟବହାର କରିଥିବା ଅସ୍ତ୍ର ଦ୍ବାରା ଅତି ତୀବ୍ର ଶବ୍ଦ ତରଙ୍ଗ ସୃଷ୍ଟି ହୋଇଥିଲା । ଫଳରେ ଭେନେଜୁଏଲାର ସୁରକ୍ଷାକର୍ମୀଙ୍କ ନାକ ଓ ପାଟିରୁ ରକ୍ତ ବାହାରିଥିଲା । ଏମିତିକି କିଛି ସୁରକ୍ଷାକର୍ମୀ ରକ୍ତ ବାନ୍ତି କରିବା ସହ ଘଟଣା ସ୍ଥଳରେ ଟଳିପଡ଼ିଥିଲେ । ଏହାପରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆମେରିକାର ସେନା ରାଷ୍ଟ୍ରପତି ମାଦୁରୋଙ୍କୁ ଉଠାଇ ନେଇଥିଲା ।

ଏହି ଆକ୍ରମଣ ଦ୍ବାରା ଭେନେଜୁଏଲାର ରାଡାର ସିଷ୍ଟମ ମଧ୍ୟ ଅକାମୀ ହୋଇଯାଇଥିଲା । ତେଣୁ ଆମେରିକା ସେନାର ମୁକାବିଲା କରିପାରିନଥିଲେ ଭେନେଜୁଏଲା ସୁରକ୍ଷାକର୍ମୀ । ଏଭଳି ଯୁଦ୍ଧାସ୍ତ୍ର ସେମାନେ ପୂର୍ବରୁ କେବେ ଦେଖିନଥିବା କହିଛନ୍ତି । ପାରମ୍ପରିକ ଯୁଦ୍ଧରେ ଏଭଳି ଅତ୍ୟାଧୁନିକ ଅସ୍ତ୍ରର ବ୍ୟବହାର କେବେ ହୋଇନଥିଲା । ଆମେରିକା ପକ୍ଷରୁ ଏଭଳି ଅସ୍ତ୍ର ବ୍ୟବହାର ନେଇ ମଧ୍ୟ କୌଣସି ସ୍ପଷ୍ଟୀକରଣ ଆସିନାହିଁ ।

ଏହାରି ଭିତରେ ନିଜକୁ ଭେନେଜୁଏଲାର ଆକ୍ଟିଂ ପ୍ରେସିଡେଣ୍ଟ, ଅର୍ଥାତ କାର୍ଯ୍ୟକାରୀ ରାଷ୍ଟ୍ରପତି ଘୋଷଣା କରିଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରୁଥ୍ ସେସିଆଲ ମିଡିଆରେ ଆମେରିକା ରାଷ୍ଟ୍ରପତି ଏଭଳି କିଛି ଲେଖିଛନ୍ତି । ସେ ଆମେରିକାର ୪୫ ଓ ୪୭ତମ ରାଷ୍ଟ୍ରପତି ସହ ଜାନୁଆରୀ ୨୦୨୬ରୁ ଭେନେଜୁଏଲାର ଆକ୍ଟିଂ ପ୍ରେସିଡେଣ୍ଟ ଥିବା ଏଥିରେ ଦର୍ଶାଇଛନ୍ତି । ତେଲ ଓ ଖଣିଜ ସଂପଦରେ ଭରପୁର ଦକ୍ଷିଣ ଆମେରିକୀୟ ଦେଶ ଉପରେ କର୍ତୃତ୍ବ ଜାହିର କରିଛି ୱାସିଂଟନ୍ । ଯାହା ବିଶ୍ବବ୍ୟାପୀ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Donald Trump vs Nicolas Maduro | US Army Used Secret Sonic Weapon In Venezuela? 'Soldiers Fell On Knees, Had Nosebleed' | Argus News