America Attack Siriya / ୨ ଜଣଙ୍କୁ ମାରି ଭୁଲ କରିଦେଲା ISIS, ପୁରା ବଂଶ ବୁଡ଼ାଇଦେଲା ଆମେରିକା !

Key Points
ଅପରେସନ୍ ହାଁକ୍ ଆଇ ଷ୍ଟ୍ରାଇକ୍ । ସିରିଆ ଉପରେ ଆମେରିକାର ଜୋରଦାର ଆକ୍ରମଣ । ଦୁଇ ସୈନିକ ଓ ଜଣେ ଅନୁବାଦକଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଆମେରିକା । ସିରିଆରେ ବ୍ୟାପକ ଆକ୍ରମଣ କରି ଆମେରିକା ୭୦ରୁ ଅଧିକ ISIS ଆଡ୍ଡା ଧ୍ବଂସ କରିଛି । ଅପରେସନ୍ ହାଁକ୍ ଆଇରେ ଘାଇଲା ହୋଇଛି ISIS ।
ପାଲମିରା ନିକଟରେ ହୋଇଥିବା ଆକ୍ରମଣର ସିଧାସଳଖ ଜବାବ ଦେଇ ୧୦୦ରୁ ଅଧିକ ସ୍ଥାନକୁ ଟାର୍ଗେଟ୍ କରିଛି ଆମେରିକା ସେନା । ତୁହାକୁତୁହା ଲଢ଼ୁଆ ବିମାନ ଓ ମିସାଇଲ ମାଡ଼ରେ ଘାଇଲା ହେଉଛି ଆଇଏସଆଇଏସ୍ ।
ମାତ୍ର ୨ ଜଣ ସୈନିକଙ୍କ ମୃତ୍ୟୁ ହେଲା ବୋଲି ଏତେ ହିଂସ୍ର ହୋଇପଡ଼ିଲା ଆମେରିକା । ୨ ଜଣ ସୈନିକଙ୍କ ପ୍ରତିଶୋଧ ପାଇଁ ସିରିଆ ଉପରେ ଆକାଶରୁ ନିଆଁ ବର୍ଷା କଲା, ଏକାଥରକେ ୭୦ ISIS ଅଡ୍ଡା ଉଡ଼ାଇଦେଲା । କିନ୍ତୁ ଅନ୍ୟକୌଣସି ଦେଶ ଯଦି ଏମିତି ପ୍ରତିହିଂସା ପରାୟଣ ହୋଇଥାନ୍ତା ତେବେ ଆମେରିକା ନିଜେ ପ୍ରଥମେ ପ୍ରଶ୍ନ କରିବା ଆରମ୍ଭ କରିଥାନ୍ତା ।
ପେଣ୍ଟାଗନ୍ ମୁଖ୍ୟ ପିଟ୍ ହେଗସେଥ୍, ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛନ୍ତି ଯେ, ଡିସେମ୍ବର ୧୩ ତାରିଖରେ ସିରିଆରେ ଏକ ଆମେରିକୀୟ ସାମରିକ ଘାଟି ଉପରେ ହୋଇଥିବା ଆକ୍ରମଣରେ ଦୁଇ ଆମେରିକୀୟ ସୈନିକ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ତିନି ଜଣ ସୈନିକ ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣର ଜବାବରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମେରିକା ଏହାର ନାଗରିକ ଏବଂ ସୈନିକଙ୍କ ଉପରେ ଆକ୍ରମଣକୁ ସହ୍ୟ କରିବ ନାହିଁ ଏବଂ ଯିଏ ବିଶ୍ୱର ଯେକୌଣସି ସ୍ଥାନରେ ଆମେରିକୀୟମାନଙ୍କୁ ଟାର୍ଗେଟ କରିବ ତାଙ୍କୁ ପିଛା କରି ନଷ୍ଟ କରାଯିବ।
ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ଅଭିଯାନରେ କେନ୍ଦ୍ରୀୟ ସିରିଆରେ ପ୍ରାୟ ୭୦ଟି ISIS-ସଂଯୁକ୍ତ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ଆତଙ୍କବାଦୀ ଆଡ୍ଡା, ଅସ୍ତ୍ରଶସ୍ତ୍ର ସଂରକ୍ଷଣ ସୁବିଧା ଏବଂ ତାଲିମ ଘାଟି ଅନ୍ତର୍ଭୁକ୍ତ। ପରିସ୍ଥିତି ଉପରେ ନିର୍ଭର କରି ଆଗାମୀ ଦିନରେ ଆହୁରି ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇପାରେ ବୋଲି ପେଣ୍ଟାଗନ ସୂଚିତ କରିଛି ।
ଏହି ଅଭିଯାନରେ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକର ସାମରିକ ଶକ୍ତି ପ୍ରଦର୍ଶନ କରାଯାଇଥିଲା। ଆକ୍ରମଣରେ F-୧୫ ଇଗଲ୍ ଯୁଦ୍ଧ ବିମାନ, A-୧୦ ଥଣ୍ଡରବୋଲ୍ଟ ଆକ୍ରମଣ ବିମାନ, AH୬୪ ଆପାଚେ ହେଲିକପ୍ଟର ଏବଂ HIMARS ରକେଟ୍ ସିଷ୍ଟମ ବ୍ୟବହାର କରାଯାଇଥିଲା। ଜୋର୍ଡାନ F-୧୬ ଯୁଦ୍ଧ ବିମାନ ମଧ୍ୟ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲା।
📱 Get Argus News App
✨Related Topics
Explore more stories