ଚୀନ୍ ଉପରେ ଆମେରିକାର ଟାରିଫ୍ ପେ ଟାରିଫ୍ ଆଟାକ୍

ଚୀନ୍ ଉପରେ ଆମେରିକାର ଟାରିଫ୍ ପେ ଟାରିଫ୍ ଆଟାକ୍ । ୫୨ ପ୍ରତିଶତ ରୁ ୨୪୫ ପ୍ରତିଶତକୁ ବୃଦ୍ଧି । ଚୀନ୍ ର ୮୪ ପ୍ରତିଶତକୁ ଆମେରିକାର କାଉଣ୍ଟର ଟାରିଫ୍ । ପ୍ରଥମେ ୩୪ ପରେ ୧୦୪ ପୁଣି ୧୪୫ ଶେଷରେ ୨୪୫% ଟାରିଫ୍ ମାଡରେ ଘାଇଲା ବେଜିଂ । ଆମେରିକା-ଚୀନ ଶୁଳ୍କ ଯୁଦ୍ଧ ଏବେ ବିଶ୍ବ ବାଣିଜ୍ୟ ମୈଦାନରେ ବଜାଇଛି ଯୁଦ୍ଧର ବିଗୁଲ । ଚୀନ୍ ଉପରେ ଟାରିଫ୍ ପ୍ରତିଶତ ବଢାଇବାରେ ଲାଗିଛନ୍ତି ଟ୍ରମ୍ଫ । କୈାଣସି ବି ପରିସ୍ଥିତିରେ ଚୀନ୍ ଉପରେ ଟାରିଫ୍ କୋହଳ କରାଜିବ ନାହିଁ ବୋଲି ଟ୍ରମ୍ଫଙ୍କ ଖେୋଲା ଖୋଲି ଧମକ ।
ଏବେ ମୁହାଁ ମୁହିଁ ଚୀନ୍ ଓ ଆମେରିକା । ପ୍ରଥମେ ୫୨ ପ୍ରତିଶତ ଟାରିଫ୍ ଲଗାଇବା ପରେ ଚୀନ୍ ଓଲଟା ଆମେରିକା ଉପରେ ଟାରିଫ୍ ଲଗାଇ କାଉଣ୍ଟର କରିଥିଲା । ଜାହା ଟ୍ରମ୍ଫ ଆଡମିନିଷ୍ଟ୍ରେସନ୍ କୁ ହଜମ ହୋଇନଥିଲ । ଆଉ ପରେ ଚୀନ୍ ଉପରେ ଟାରିଫ୍ ଆଟାକ୍ କୁ ବଢାଇ ୧୪୫ ପ୍ରତିଶତ କରିଥିଲେ ଟ୍ରମ୍ଫ। ତେବେ ବର୍ତ୍ତମାନ ଆମେରିକା ଚୀନ୍ ର ଜିଦ୍ ରେ ୨୪୫ ପ୍ରତିଶତ ଟାରିଫ୍ ଲଗାଇଛି ।