Videos
|
International

Tariffକୁ ନେଇ Donald Trumpକୁ ଘେରିଲେ ଆମେରିକା କୋର୍ଟ, କହିଲେ 'ରାଷ୍ଟ୍ରପତିଙ୍କ ନାହିଁ ଅଧିକାର'

Sushanta Sahoo
Browse all articles by Sushanta Sahoo
·1 year ago·2 min read
Tariffକୁ ନେଇ Donald Trumpକୁ ଘେରିଲେ ଆମେରିକା କୋର୍ଟ, କହିଲେ 'ରାଷ୍ଟ୍ରପତିଙ୍କ ନାହିଁ ଅଧିକାର'

Key Points

ଟ୍ରମ୍ପଙ୍କ ଅଧିକାଂଶ ଟାରିଫ୍ ହେଉଛି ବେଆଇନ୍ । ରାଷ୍ଟ୍ରପତିଙ୍କ ନିକଟରେ ଟାରିଫ୍ କିମ୍ବା ଟିକସ ଲଗାଇବାର ଅଧିକାର ନଥିବା କୋର୍ଟ କହିଛନ୍ତି ।

ନୂଆଦିଲ୍ଲୀ: ଟାରିଫ୍ ଲାଗୁ କରି ବିଶ୍ଵକୁ ବିଚଳିତ କରିଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟ୍‌କା । ଆମେରିକାର କୋର୍ଟ କହିଲେ, ଟ୍ରମ୍ପଙ୍କ ଅଧିକାଂଶ ଟାରିଫ୍ ହେଉଛି ବେଆଇନ୍ । ରାଷ୍ଟ୍ରପତିଙ୍କ ନିକଟରେ ଟାରିଫ୍ କିମ୍ବା ଟିକସ ଲଗାଇବାର ଅଧିକାର ନଥିବା କୋର୍ଟ କହିଛନ୍ତି । କୋର୍ଟଙ୍କ ଏହି ଟିପ୍ପଣୀ ପରେ ଟ୍ରମ୍ପ କହିଛନ୍ତି, ଦେଶକୁ ଧ୍ଵଂସ କରିଦେବ ଏହି ନିଷ୍ପତ୍ତି ।


କ୍ଷମତାର ଦୁରୂପଯୋଗ କରୁଛନ୍ତି ଟ୍ରମ୍ପ


ଆମେରିକାର କୋର୍ଟ ଅଫ୍ ଅପିଲ୍ସ ଫର୍ ଦ ଫେଡରଲ ସର୍କିଟ ସିଧା ସିଧା କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପାଖେ ଥିବା ଜରୁରୀକାଳୀନ କ୍ଷମତାର ଅସଦ୍ ବ୍ୟବହାର କରିଛନ୍ତି । ଦୁନିଆର ପ୍ରତ୍ୟେକ ଦେଶ ଉପରେ ତାଙ୍କ ମନଇଚ୍ଛା ଟାରିଫ୍ ଲଗାଇବାର କୌଣସି ଅଧିକାର ରାଷ୍ଟ୍ରପତିଙ୍କର ନାହିଁ । ଟାରିଫ୍ ଲଗାଇବା ନେଇ ଅସୀମିତ ଅଧିକାର ରାଷ୍ଟ୍ରପତିଙ୍କୁ ଦିଆଯାଇ ପାରିବ ନାହିଁ । ତେବେ ଦେଶର ଅର୍ଥ ବ୍ୟବସ୍ଥାକୁ ଦୃଷ୍ଟିରେ ରକି କୋର୍ଟ ତତ୍କାଳ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇ ନାହାନ୍ତି ।


ଅକ୍ଟୋବର ପର୍ଯ୍ୟନ୍ତ ସମୟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଟାରିଫ୍ ବାହାନାରେ ଦୁନିଆକୁ ଧମକାଉଥିବା ଟ୍ରମ୍ପଙ୍କ ପାଇଁ ଏହା ଆଇନଗତ ଭାବେ ବଡ଼ ଝଟ୍‌କା । ଏହା ପୂର୍ବରୁ ନ୍ୟୁୟର୍କ ଫେଡରଲ ଟ୍ରେଡ୍ କୋର୍ଟ ମଧ୍ୟ ଟ୍ରମ୍ପଙ୍କ ଟାରିଫ୍ ନେଇ ଏଭଳି ନିଷ୍ପତ୍ତି ଶୁଣାଇଥିଲେ । ଏବେ କୋର୍ଟ ଅଫ୍ ଅପିଲ୍ସ ଫର୍ ଦ ଫେଡରଲ ସର୍କିଟ୍ ମଧ୍ୟ ଦୋହରାଇଛନ୍ତି । କୋର୍ଟ ବର୍ତ୍ତମାନ ଟାରିଫକୁ ତତ୍କାଳ ପ୍ରଭାବରେ ରୋକ୍ ଲଗାଇ ନାହାନ୍ତି ଏବଂ ସୁପ୍ରିମକୋର୍ଟ ଯିବାକୁ ଟ୍ରମ୍ପ ପ୍ରଶାସନକୁ ସମୟ ଦେଇଛନ୍ତି । ଅକ୍ଟୋବର ପର୍ଯ୍ୟନ୍ତ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପାରିବେ ଆମେରିକା ରାଷ୍ଟ୍ରପତି ।


କ'ଣ କହିଲେ ଟ୍ରମ୍ପ ?


କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଜାହିର୍ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । କହିଛନ୍ତି, କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଯଦି ଲାଗୁ ହେବାକୁ ଦିଆଯିବ, ତାହେଲେ ଏହା ଆମେରିକାକୁ ବରବାଦ କରି ଦେବ । ମାମଲାକୁ ନେଇ ହ୍ଵାଇଟ୍ ହାଉସର ମୁଖପାତ୍ର କୁଶ ଦେଶାଈ କହିଛନ୍ତି, ଆଇନ୍ ଅନୁଯାୟୀ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ ଏବଂ ଏହି ମାମଲାରେ ଆମର ବିଜୟ ହେବ ।


ଅନ୍ୟପଟେ ଆମେରିକାର ଆଇନ୍ ବିଶେଷଜ୍ଞଙ୍କ ଅନୁସାରେ, କୋର୍ଟଙ୍କ ଏହି ନିଷ୍ପତ୍ତି କ୍ଷତିରୁ ରକ୍ଷା କରି ପାରିବ । ଟ୍ରମ୍ପ ଲଗାଇଥିବା ଟାରିଫର ପ୍ରଭାବ କ'ଣ ପଡ଼ିବ ତାହା ଏବେ ସ୍ପଷ୍ଟ ନୁହଁ । ତେବେ ଆମେରିକା ବାଣିଜ୍ୟର ଭଲ ପାଇଁ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଯଦି ସୁପ୍ରିମକୋର୍ଟ ଏହି ରାୟକୁ ବଳବତ୍ତର ରଖନ୍ତି ତାହେଲେ ଟ୍ରମ୍ପଙ୍କ ପାଇଁ ଏହା ବଡ଼ ଚେତାବନୀ ହେବ ।


ବିଦେଶ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ