Videos
|
International

Indian Student Killed / ଆମେରିକାରେ ଅପରାଧ: ଭାରତୀୟ ଝିଅକୁ ମାରିଦେଲେ, ପରିବାରକୁ ଦେବେ ୨୬୦ କୋଟି

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଆମେରିକାରେ ଅପରାଧ: ଭାରତୀୟ ଝିଅକୁ ମାରିଦେଲେ, ପରିବାରକୁ ଦେବେ ୨୬୦ କୋଟି
Indian Student Killed

Key Points

ଭାରତୀୟ ଛାତ୍ରୀଙ୍କୁ ମାରିଥିଲେ
ଏବେ ପରିବାରକୁ ମିଳିବ ୨୬୦ କୋଟି ଟଙ୍କା
ଆମେରିକାରେ ଭାରତୀୟ ଛାତ୍ରୀଙ୍କୁ ମାରିଦେଲେ। ସେ ପୁଣି ଗାଡ଼ି ଚଢ଼େଇ। ଯେଉଁ ଖବର ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାରେ ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ରୀ ପ୍ରାଣ ହରାଇଛନ୍ତି। ତାଙ୍କୁ ଜଣେ ପୋଲିସ ଅଧିକାରୀ ଗାଡି ଚଢାଇ ମାରିଦେଇଥିଲେ । ଏହି ମାମଲାରେ ଛାତ୍ରୀଙ୍କ ପରିବାରକୁ ୨୬୦ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହି ଘଟଣାଟି ଘଟିଥିଲା, ୨୦୨୩ରେ ।ଘଟଣାକୁ ନେଇ ଆମେରିକାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ତଦନ୍ତ ଦାବି କରାଯାଇଥିଲା । ଏହାପରେ ପୋଲିସ ବିଭାଗ ଅଭିଯୁକ୍ତ ଡ୍ରାଇଭରଙ୍କୁ ଚାକିରିରୁ ସସପେଣ୍ଡ୍ କରିଥିଲେ । ଏହାସହ ୫ ହଜାର ଡଲାର ଫାଇନ ଭରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ଘଟଣାରେ ୨୦ ମିଲିୟନ ଡଲାର ବା ୨୬୦ କୋଟି ଟଙ୍କାର କ୍ଷତିପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି ।

ରିପୋର୍ଟ ଅନୁସାରେ, ମୃତ ଛାଚ୍ରୀ ହେଲେ ଜାହ୍ନବୀ କଣ୍ଡୁଲା। ତାଙ୍କୁ ପୋଲିସ ଅଧିକାରୀ କେବିନ୍ ଡେବ୍ ଗାଡି ଚଢାଇ ଦେଇଥିଲେ । କେଭିନ୍ ପ୍ରାୟ ଘଣ୍ଟା ପ୍ରତି ୧୧୯ କିଲୋମିଟର ଗତିରେ ଗାଡି ଚଳାଉଥିଲେ । ଏକ ନିଶା କାରବାର ମାମଲାରେ ଖବର ପାଇବା ପରେ ସେ ଏତେ ଜୋରରେ ଗାଡି ଚଳାଇ ଯାଉଥିଲେ । ସେ ପୋଲିସ କାରରେ ଜରୁରୀକାଳିନ ଲାଇଟ୍ ସହ ସାଇରନ୍ ମଧ୍ୟ ବ୍ୟବହାର କରିଥିଲେ । କିନ୍ତୁ ତାଙ୍କ ଗାଡି ଜାହ୍ନବୀଙ୍କୁ ଧକ୍କା ଦେଇଥିଲା । ଆଉ ସେ ପ୍ରାଣ ହରାଇଥିଲେ । ସମସ୍ତ ଘଟଣା ଆମେରିକାର ସିଟଲ ସହରରେ ଘଟିଥିଲା ।

ଏଥିସହ ପଢ଼ନ୍ତୁ: ବ୍ରିଜ ଉପରୁ ୨୦ ଫୁଟ୍‌ ତଳକୁ ଓଲଟିଲା ଲୁହା ଛଡ଼ ବୋଝେଇ ଟ୍ରଲର

ବୁଧବାର ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ସିଟଲର ଆଟର୍ଣ୍ଣି ଏରିକା ଇଭାନ୍ । ସେ କହିଛନ୍ତି ଯେ, ଜାହ୍ନବୀଙ୍କ ମୃତ୍ୟୁ ତାଙ୍କୁ ବ୍ୟଥିତ କରିଛି । ଏହା ଖୁବ୍ ହୃଦୟବିଦାରକ । ତାଙ୍କ ଜୀବନ ପରିବାର ଏବ ସାଙ୍ଗସାଥୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ଗତ ଶୁକ୍ରବାର ଏକ ସ୍ଥାନୀୟ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ପ୍ରଥମେ ଜାହ୍ନବୀଙ୍କ ପରିବାର କୌଣସି ମେଲ୍ କିମ୍ବା ଫୋନ୍ କଲର ଉତ୍ତର ଦେଇନଥିଲେ । ପରେ ତାଙ୍କ ଓକିଲ କୋର୍ଟରେ ହାଜର ହୋଇଥିଲେ । ଏହାପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଯାହା ପରେ ଆର୍ଥିକ ସହାୟତା ନେଇ ରାଶି ଘୋଷଣା ହୋଇଥିଲା ।

ମୃତ୍ୟୁ ପରେ ଆକ୍ରୋଶ:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜାହ୍ନବୀ କଣ୍ଡୁଲା ସିଟଲର ଉତ୍ତରପୂର୍ବ କ୍ୟାମ୍ପସରେ ମାଷ୍ଟର୍ ଡିଗ୍ରୀ କରୁଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ଅନେକ ଭିଡିଓ ସାମ୍ନାକୁ ଆସିଥିଲା । ପୋଲିସ ଅଧିକାରୀ ଏହି ଘଟଣାକୁ ଗୁରୁତର ସହ ନେଇନଥିଲେ । କିଛି ଅଧିକାରୀଙ୍କ ଶରୀରରେ ଲାଗିଥିବା କ୍ୟାମେରାରେ ସେମାନେ ହସୁଥିବା ଏବଂ ଜାହ୍ନବୀଙ୍କ ଜୀବନର ମୂଲ୍ୟ ଖୁବ୍ କମ୍ ବୋଲି କହୁଥିଲେ । ଯାହାକୁ ନେଇ ଆକ୍ରୋଶ ବଢିଥିଲା ।

ଅଧିକ ପଢ଼ନ୍ତୁ ବିଦେଶ ଖବର: