Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଫସର ଫାଟିଲା ଚୀନର ଚକ୍ରାନ୍ତ

Smruti Parija
Browse all articles by Smruti Parija
·12 months ago·2 min read
ଫସର ଫାଟିଲା ଚୀନର ଚକ୍ରାନ୍ତ

Key Points

TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା

ଲସ୍କର ଏ ତୋଇବାର ଛାମୁଆ ସଂଗଠନ ହେଉଛି TRF

ଫସର ଫାଟିଲା ଚୀନର ଚକ୍ରାନ୍ତ

ପଦାରେ ପଡିଲା ପାକିସ୍ତାନର ଅସଲ ମୁଖା ପାକ୍ ସମର୍ଥିତ ସଂଗଠନ TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା ଲସ୍କର ଏ ତୋଇବାର ଛାମୁଆ ସଂଗଠନ ହେଉଛି TRF କୂଟନୈତିକ ସ୍ତରରେ ଭାରତର ବଡ ବିଜୟ TRF ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିବନ୍ଧକ ସାଜିଥିଲା ଚୀନ TRF ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜାତିସଂଘ ସୁରକ୍ଷା ପରିଷଦ ଅପିଲ୍ କରିବ ଭାରତ ।


ଫସର ଫାଟିଲା ଚୀନର ଚକ୍ରାନ୍ତ । ପହଲଗାମ ଆକ୍ରମଣ ପାଇଁ ଦାୟୀ କରିଥିବା ପାକ୍ ସମର୍ଥିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)କୁ ସୁରକ୍ଷା ଦେବାକୁ ଚୀନର ଚାଲ ଫେଲ ମାରିଲା । TRFକୁ ଆମେରିକା ବିଦେଶୀ ଆତଙ୍କୀ ସଂଗଠନ ତାଲିକାରେ ରଖିଛି। ଆମେରିକାର ବିଦେଶ ସଚିବ ମାର୍କ ରୁବିଓ କହିଛନ୍ତି ଯେ TRF ହେଉଛି ପାକିସ୍ତାନ ସମର୍ଥିତ ଲସ୍କର-ଏ-ତୈବାର ଏକ ‘ପ୍ରକ୍ସି’, ଯାହାକୁ ପୂର୍ବରୁ ଜାତିସଂଘ ଦ୍ୱାରା ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଛି । ଯାହାର ମୁଖ୍ୟାଳୟ ପାକିସ୍ତାନରେ ଅବସ୍ଥିତ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଘୋଷଣା ଦ୍ୱାରା TRFର ଆର୍ଥିକ କାରବାର ଉପରେ ଆମେରିକାର କଟକଣା ଲାଗୁ ହେବ ଏବଂ ଏହାକୁ ଆତଙ୍କବାଦର ବିଶ୍ୱ ପ୍ରାୟୋଜକ ଘୋଷଣା କରାଯାଇପାରେ । ଭାରତ ମଧ୍ୟ ଟିଆରଏଫ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଅପିଲ୍ କରିବ । ଟିଆରଏଫକୁ ନେଇ ଆମେରିକାର ଆଭିମୁଖ୍ୟକୁ ସ୍ବାଗତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସାରନ ଘାଟିରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ । TRF ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । .. ଏବେ ନଜର ପକାଇବା TRFର ଆତଙ୍କୀ କାର୍ଯ୍ୟକଳାପ ଉପରେ । 2008 ମୁମ୍ବାଇ ଆଟାକ୍ ପଛରେ ଥିଲା ଲସ୍କର ଗ୍ରୁପ୍ । ଆଉ ତାର ଛାମୁଆ ସଂଗଠନଭାବେ କାଶ୍ମୀରରେ ଆତଙ୍କ ସୃଷ୍ଟି ପାଇଁ ୨୦୧୯ରେ ଗଠନ ହୋଇଥିଲା TRF । ସାଧାରଣ ଲୋକଙ୍କୁ ଟାର୍ଗେଟ୍ କିଲିଂ ଥିଲା ଲକ୍ଷ୍ୟ । ସୋସିଆଲ ମିଡିଆ ମାଧ୍ୟମରେ ମେମ୍ବର କରିବା ପରେ ଯୁବକମାନଙ୍କୁ ଧର୍ମ ନାଁରେ ବ୍ରେନ ୱାସ କରି ଉସକାଉଥିଲା । 2023ରେ ଭାରତ ପକ୍ଷରୁ TRFକୁ ଆତଙ୍କୀ ସଂଗଠନ ଭାବେ ଘୋଷଣା କରାଯାଇଥିଲା ।


ସେପଟେ ଭାରତରେ ଅନେକ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ଜୈସ ଇ ମହମ୍ମଦ ମୁଖ୍ୟ ମାସୁଦ ଆଝାର ଏବେ ପାକ୍ ଅଧିକୃତ କାଶ୍ମୀରରେ ରହିଥିବା ଦେଖିବାକୁ ମିଳିଛି । ବାହାବଲପୁର ଆତଙ୍କୀ ଆଡ୍ଡା ଛାଡି ହଜାରେ କିମି ଦୂର ପିଓକେର ସ୍କାର୍ଡୁରେ ଆତ୍ମଗୋପନ କରିଛି । ମାସୁଦ୍ ୨୦୧୬ ପଠାନ୍ କୋଟ୍ ଏୟାରବେସ୍ ଆଟାକ୍ ଓ ୨୦୧୯ରେ ପୁଲଓ୍ବାମାରେ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିଲା ।

Sponsored
us-declares-trf-a-terrorist-organization | Argus News