Videos
|
International

ଆମେରିକାରେ ରହୁଥିବା ଅବୈଧ ପ୍ରବାସୀଙ୍କ ବିରୋଧରେ କଠୋର ହେଲେ ଟ୍ରମ୍ପ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆମେରିକାରେ ରହୁଥିବା ଅବୈଧ ପ୍ରବାସୀଙ୍କ ବିରୋଧରେ କଠୋର ହେଲେ ଟ୍ରମ୍ପ

ଅର୍ଗସ ବ୍ୟୁରୋ:  ଆମେରିକାରେ ରହୁଥିବା ପ୍ରବାସୀଙ୍କ ବିରୋଧରେ ଟ୍ରମ୍ପ ସରକାରଙ୍କ କଠୋର ପଦକ୍ଷେପ । ଯେଉଁମାନେ ବିନା ତଥ୍ୟ ପ୍ରମାଣରେ ସେଠାରେ ରହୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆମେରିକା ସେନାର C-17 ଏୟାରକ୍ରାଫ୍ଟରେ ଭାରତର କିଛି ପ୍ରବାସୀଙ୍କୁ ସ୍ବଦେଶକୁ ପଠାଇ ଦିଆଯାଇଛି । ଆମେରିକାରେ ଏବେ ଏକ କୋଟିରୁ ଅଧିକ ପ୍ରବାସୀ ବିନା ତଥ୍ୟ ପ୍ରମାଣରେ ରହୁଛନ୍ତି । ସେମାନଙ୍କ ବିରୋଧରେ କଠୋର ହୋଇଛନ୍ତି ଟ୍ରମ୍ପ ପ୍ରଶାସନ । ଏହା ପୂର୍ବରୁ ଗୁଏଟମାଲା, ପେରୁ, ହଣ୍ଡୁରାସର ପ୍ରାୟ ୫ହଜାର ପ୍ରବାସୀ ମାନଙ୍କୁ ଟ୍ରମ୍ପ ପ୍ରଶାସନ ବିଦା କରିଛନ୍ତି ।


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପରେ ବିନା ତଥ୍ୟ ପ୍ରମାଣରେ ରହୁଥିବା ପ୍ରବାସୀଙ୍କୁ ବିତାଡିତ କରାଯିବ ବୋଲି ଘୋଷଣା କରିଥିଲେ । ଆମେରିକାରେ ଏବେ ୧୮ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ବିନା ତଥ୍ୟ ପ୍ରମାଣରେ ବେଆଇନ ଭାବେ ରହୁଥିବା ସୂଚନା ମିଳିଛି । ସେପଟେ ଆସନ୍ତା ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇପାରନ୍ତି। ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଶପଥ ନେବା ପରେ ଏହା ମୋଦିଙ୍କ ପ୍ରଥମ ଗସ୍ତ ହେବ । ଫେବୃଆରୀ ୧୦ରୁ ପ୍ୟାରିସରେ ହେବାକୁ ଥିବା ଦୁଇ ଦିନିଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆକ୍ସନ ସମିଟ୍ ରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଯାଇ ପାରନ୍ତି ବୋଲି ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ବିଦେଶ ଖବର:

US deports Indian migrants on C-17 military aircraft, first since Donald Trump's return update | Argus News