US Green Card Lottery / ଆମେରିକାର ଗ୍ରୀନ୍ କାର୍ଡ ଲଟେରିରେ ସାମିଲ୍ ହୋଇ ପାରିବେନି ଭାରତୀୟ, ଜାଣନ୍ତୁ କାହିଁକି...

Key Points
ଡିଭି ଲଟେରିରୁ ଭାରତ ବାଦ୍ ପଡ଼ିବା ସହ ଆମେରିକା ଯିବା ଲାଗି ସ୍ଵପ୍ନ ଦେଖୁଥିବା ଭାରତୀୟଙ୍କ ଲାଗି ଆଉ ଏକ ରାସ୍ତା ବନ୍ଦ ହୋଇ ଯାଇଛି । ଫଳରେ H-1B ୱାର୍କ ଭିସା ଥିଲେ ବି ତା ସ୍ଥାୟୀ ବାସିନ୍ଦା ଭାବେ ପରିବର୍ତ୍ତନ କରାଯାଇ ପାରିବ ନାହିଁ ।
ନୂଆଦିଲ୍ଲୀ: ମଉଳିବ ଆମେରିକା ସ୍ଵପ୍ନ, ମିଳିବନି ସ୍ଥାୟୀ ବାସିନ୍ଦା ପାଇଁ ଅନୁମତି । ପ୍ରଥମେ ଟାରିଫ୍, H-1B Visa ପରେ ଭାରତୀୟଙ୍କୁ ଆଉ ଏକ ଝଟ୍କା ଦେଇଛି ଆମେରିକା । ସଂଯୁକ୍ତ ରାଷ୍ଟ୍ର ଆମେରିକାର ଡାଇଭରସିଟି ଭିସା (DV) ଲଟେରିରୁ ଭାରତ ବାଦ୍ ପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ସଂଯୁକ୍ତ ରାଷ୍ଟ୍ର ଆମେରିକାର ଡାଇଭରସିଟି ଭିସା ଲଟେରି ପାଇଁ ଭାରତୀୟ ନାଗରିକ ଆବେଦନ କରିପାରିବେ ନାହିଁ । ୨୦୨୮ ପର୍ଯ୍ୟନ୍ତ ଭାରତୀୟଙ୍କୁ ଅନୁମତି ମିଳିବ ନାହିଁ । ସଂଯୁକ୍ତ ରାଷ୍ଟ୍ର ଆମେରିକାର ଡାଇଭରସିଟି ଭିସା ପ୍ରୋଗ୍ରାମ ଗ୍ରୀନ୍ କାର୍ଡ ଲଟେରି ଭାବେ ମଧ୍ୟ ଜଣାଶୁଣା ।
ଏହି ଗ୍ରୀନ୍ କାର୍ଡ ଲଟେରି ମାଧ୍ୟମରେ ଆମେରିକା ବିଭିନ୍ନ ଦେଶର ପ୍ରବାସୀଙ୍କୁ ଚୟନ କରିଥାଏ । ବିଗତ ୫ ବର୍ଷ ଧରି ଯେଉଁ ଦେଶରୁ ଆମେରିକାକୁ କମ୍ ସଂଖ୍ୟକ ପ୍ରବାସୀ ଆସିଥାନ୍ତି, ସେହି ଅନୁସାରେ ଚୟନ କରିଥାଏ ଆମେରିକା ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ପୂର୍ବରୁ H-1B Visa ହାତେଇ ଥିଲେ ପଡ଼ିବ କି ନୂଆ ନିୟମର ପ୍ରଭାବ ?
୫ ବର୍ଷ ମଧ୍ୟରେ ୫୦ ହଜାରରୁ କମ୍ ପ୍ରବାସୀ ଆସିଥିବା ଦେଶର ଆବେଦନକାରୀଙ୍କୁ ଆମେରିକା ଗ୍ରୀନ୍ କାର୍ଡ ଲଟେରି ମାଧ୍ୟମରେ ବାଛି ଥାଏ । ଯେତେବେଳେ କି ଆମେରିକାକୁ ନିକଟ ବର୍ଷରେ ବହୁ ସଂଖ୍ୟକ ପ୍ରବାସୀ ଯାଇଛନ୍ତି । ଫଳରେ ଭାରତ ଏବେ ସ୍ଵୟଂ ଏହି ଲଟେରି ପ୍ରୋଗ୍ରାମରୁ ବାଦ୍ ପଡ଼ିଛି ।
ତଥ୍ୟ ଅନୁସାରେ, ୨୦୨୧ ମସିହାରେ ୯୩ ହଜାର ୪୫୦ ଜଣ ଭାରତୀୟ ଆମେରିକାକୁ ସ୍ଥାନାନ୍ତର ହୋଇଥିଲେ । ଯେତେବେଳେ କି ୨୦୨୨ରେ ଏହି ସଂଖ୍ୟା ୧ ଲକ୍ଷ ୨୭ ହଜାର ୧୦ ଥିଲା । ଯାହାକି ଦକ୍ଷିଣ ଆମିରାକର ୯୯, ୦୩୦ କିମ୍ବା ୟୁରୋପିଆନଙ୍କ ୭୫, ୬୧୦ ପ୍ରବାସୀଙ୍କ ସଂଖ୍ଯା ଠାରୁ ଢେର୍ ଅଧିକ ।
ସେହିଭଳି ୨୦୨୩ରେ ୭୮ ହଜାର ୭୦ ଜଣ ଭାରତୀୟ ଆମେରିକାକୁ ସ୍ଥାନାନ୍ତର ହୋଇଥିଲେ । ଫଳରେ ୨୦୨୮ ପର୍ଯ୍ୟନ୍ତ ଭାରତ, ଗ୍ରୀନ୍ କାର୍ଡ ପ୍ରୋଗ୍ରାମରୁ ବାଦ୍ ପଡ଼ିଛି । ଭାରତ ସହ ୨୦୨୬ ଡିଭି ଲଟେରିରୁ ଚୀନ, ଦକ୍ଷିଣ କୋରିଆ, କାନାଡ଼ା ଏବଂ ପାକିସ୍ତାନ ବାଦ୍ ପଡ଼ିଥିବା ଜଣାପଡ଼ିଛି ।
ବନ୍ଦ ହୋଇଗଲା ଆମେରିକାକୁ ଆଉ ଏକ ରାସ୍ତା
ଡିଭି ଲଟେରିରୁ ଭାରତ ବାଦ୍ ପଡ଼ିବା ସହ ଆମେରିକା ଯିବା ଲାଗି ସ୍ଵପ୍ନ ଦେଖୁଥିବା ଭାରତୀୟଙ୍କ ଲାଗି ଆଉ ଏକ ରାସ୍ତା ବନ୍ଦ ହୋଇ ଯାଇଛି । ଫଳରେ H-1B ୱାର୍କ ଭିସା ଥିଲେ ବି ତା ସ୍ଥାୟୀ ବାସିନ୍ଦା ଭାବେ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ଏଥିସହ ନିବେଶ ମାଧ୍ୟମରେ ସ୍ଥାନାନ୍ତର, ଆସଲମ ମଧ୍ୟ ସମ୍ଭବ ହେବ ନାହିଁ ।
ଏଥିସହ ପଢ଼ନ୍ତୁ: ୨୦୨୬ରେ ମାଟିରେ ମିଶିଯିବ ଆଇଫେଲ୍ ଟାୱାର ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଷ୍ଟ
ପ୍ରବାସୀ ନିୟନ୍ତ୍ରଣ
ଡୋନାଲ୍ଡ ଟ୍ରମ୍ପ ଦ୍ଵିତୀୟ ଥର ଆମେରିକା ରାଷ୍ଟ୍ରପତି ଦାୟିତ୍ଵ ନେବା ପର ଠାରୁ ପ୍ରବାସୀ ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦେଉଛନ୍ତି । ଷ୍ଟୁଡେଣ୍ଟ ଭିସାରୁ ନେଇ ପ୍ରବାସୀ ଦମନ ପର୍ଯ୍ୟନ୍ତ ସବୁଥିରେ ଟ୍ରମ୍ପ ପ୍ରଶାସନ କଠୋର ନିଷ୍ପତ୍ତି ନେଉଛି । ପ୍ରବାସୀଙ୍କ ସୋସିଆଲ୍ ମିଡିଆ ମନିଟରିଂ ସହ ଅନ୍ୟ ତଥ୍ୟ ଉପରେ ଆମେରିକା ନଜର ରଖିଛି ।
Related Topics
Explore more stories