Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆମେରିକା ନିର୍ବାଚନ : ଏକଜିଟ୍‌ ପୋଲ କହିଲା ଜିତିବେ ଟ୍ରମ୍ପ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଆମେରିକା ନିର୍ବାଚନ : ଏକଜିଟ୍‌ ପୋଲ କହିଲା ଜିତିବେ ଟ୍ରମ୍ପ

Key Points

  • ଆମେରିକା ରାଷ୍ଟ୍ରପତି ନିର୍ବାଚନ
  • ଏକଜିଟ୍‌ ପୋଲ୍‌ ରିପୋର୍ଟ : ଟ୍ରମ୍ପଙ୍କୁ ଅଧିକ ସମର୍ଥନ
  • ଚିନ୍ତାରେ କମଳା ହାରିସ୍‌

ଅର୍ଗସ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଥମୁନି ଚର୍ଚ୍ଚା । କାରଣ ନିର୍ବାଚନ ପୂର୍ବରୁ ଯେଉଁପରି ଭାବରେ ରେକର୍ଡ ସଂଖ୍ୟାରେ ଭୋଟ୍‌ ଦେଲେ ଆମେରିକାବାସୀ ଏବଂ ଯେଉଁପରି ଭାବରେ ଏକଜିଟ୍‌ ପୋଲ ରିପୋର୍ଟ ଦେଉଛି ତାହାକୁ ନେଇ କେବଳ ଆମେରିକା ନୁହେଁ ବରଂ ପୁରା ବିଶ୍ଵରେ ଚର୍ଚ୍ଚା ବଢୁଛି । କାରଣ ଏକଜିଟ୍‌ ପୋଲର ରିପୋର୍ଟ ଅନୁସାରେ ଏଥର ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପ । ତାଙ୍କୁ ଆମେରିକାବାସୀ ଦେଇପାରନ୍ତି ଅଭୂତପୂର୍ବ ସମର୍ଥନ ।

ନିର୍ବାଚନ ଦେବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଆମେରିକାବାସୀ । ଏହାରି ଭିତରେ ସାମ୍ନାକୁ ଆସିଛି ଏକଜିଟ ପୋଲର ରିପୋର୍ଟ । ରିପୋର୍ଟରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହିଁ ବିଜୟ ହେବେ ବୋଲି ଆକଳନ କରାଯାଇଛି । ମୋଟ୍‌ ୭ ରାଜ୍ୟରୁ ୬ଟି ରାଜ୍ୟରେ ଟ୍ରମ୍ପ ଆଗରେ ରହିଥିବା ଏକଜିଟ ପୋଲ କହିଛି । କେବଳ ଗୋଟିଏରେ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ ଆଗରେ ଥିବା ଉଲ୍ଲେଖ ରହିଛି । ଉତ୍ତର କାରଲିନା, ଜର୍ଜିଆ, ଆରିଜୋନା, ନେଭାଡା, ମିଚିଗାନ, ପେନସାଭନିଆ ଅଞ୍ଚଳରେ ଟ୍ରମ୍ପ ଆଗରେ ଥିବା ନେଇ ସି ଭୋଟର ସର୍ଭେରେ ରିପୋର୍ଟ  ତଥ୍ୟ ପ୍ରକାଶ କରିଛି । ଠିକ୍‌ ସେହିପରି କେବଳ ୱିସକନସିନ୍ ଅଞ୍ଚଳରୁ କମଳା ହାରିସ ଆଗରେ ଅଛନ୍ତି । ଯାହାକୁ ନେଇ ଏବେଠୁ ଆମେରିକାରେ ଚର୍ଚ୍ଚା ବଢିଛି ।

ବିଶ୍ଵର ବୃହତ୍ତ ଗଣତନ୍ତ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେଉଛି । ତେଣୁ କିଏ ଦେଶର ସର୍ବୋଚ୍ଚ ସ୍ଥାନରେ ବସିବେ ତାହାକୁ ନେଇ ଚର୍ଚ୍ଚା ହେବା ସ୍ଵାଭାବିକ କଥା । କିନ୍ତୁ ଏକଜିଟ ପୋଲର ରିପୋର୍ଟ ଆସିବା ପରେ ଟ୍ରମ୍ପଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି । ଅନେକ ଏକଜିଟ ପୋଲ କହିଛନ୍ତି କି ଉଭୟଙ୍କ ମଧ୍ୟରେ ଭୋଟ୍‌ ବ୍ୟବଧାନ ଏତେ କମ ରହିବ ଯେ କିଏ ଜିତିବ କହିବା ମୁସ୍କିଲ ହେବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ, ନିର୍ବାଚନ ପୂର୍ବରୁ ଭୋଟ୍‌ ଦେଇ ଆମେରିକାବାସୀ ଯେଉଁ ରେକର୍ଡ କରିଛନ୍ତି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । ଭୋଟର୍‌ଙ୍କ ବଦଳୁଥିବା ମନୋଭାବ ଏବଂ ଆଗୁଆ ମତଦାନ ପାଇଁ ଅହେତୁକ ଆଗ୍ରହ ଡେମୋକ୍ରାଟିକ୍‌ ଦଳ ପ୍ରାର୍ଥୀ କମଳା ହାରିସ ଏବଂ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ମହଲରେ ଦ୍ବନ୍ଦ୍ବ ବଢ଼ାଇ ଦେଇଛି । ନଭେମ୍ବର ୫ ତାରିଖ ନିର୍ବାଚନ ପୂର୍ବରୁ ପ୍ରାରମ୍ଭିକ ମତଦାନରେ ନ୍ୟୁୟର୍କ ଏକ ରେକର୍ଡ ସୃଷ୍ଟି କରିସାରିଛି ଏବଂ ଏହା ଏବେ ବି ଜାରି ରହିଛି ବୋଲି କୁହାଯାଇଛି । 
 

Sponsored
us-election-2024 | Argus News