Videos
|
International

China / ଭାରତୀୟଙ୍କୁ ଲୋଭ, ଚାଇନା ଆସ ଭାରତୀୟ...

Banajyotshna Ray
Browse all articles by Banajyotshna Ray
·10 months ago·2 min read
ଭାରତୀୟଙ୍କୁ ଲୋଭ, ଚାଇନା ଆସ ଭାରତୀୟ...

Key Points

ଭାରତୀୟଙ୍କୁ ଲୋଭ ଦେଖାଇଲା ଚାଇନା
ଟ୍ରମ୍ପ ନିୟମ ପରେ ଚାଇନାର ବଡ଼ ଅଫର
ଭାରତୀୟ ଇଞ୍ଜିନିୟର୍ସଙ୍କୁ କହିଲା ଚାଇନା ଆସ ଦେଖିବ କଣ ଦେବୁ

ବିବାଦ, ଚର୍ଚ୍ଚା ଏବଂ ବଡ଼ ବଡ଼ ଅଫର। ପ୍ରଥମେ ଆମେରିକା ଅରଉ ଏବେ ଚାଇନା। ଭିନ୍ନ ଭିନ୍ନ ଆଳ ଦେଖାଇ ଟାର୍ଗେଟ କରୁଛନ୍ତି ଅନ୍ୟ ଦେଶ। ହେଲେ ଭାରତ ନିଜ କଥାରେ ଅଟଳ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଟାରିଫ ପରେ H-୧B ଭିଜାକୁ ନେଇ ନୂଆ ନିୟମ ଲଗାଇ ଆଉ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଫଳରେ ଅନେକ ଭାରତୀୟଙ୍କ ଆମେରିକା ଯିବାର ସ୍ବପ୍ନ ମଉଳିଯାଇଛି। ଏହି ସୁଯୋଗର ଫାଇଦା ଉଠାଇବା ଲାଗି ଚାଇନା ବଡ଼ ଘୋଷଣା କରିଛି। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଭାରତୀୟ ଇଞ୍ଜିନିୟର୍ସମାନଙ୍କୁ ଚାଇନାକୁ ସ୍ବାଗତ। କ୍ୟାରିୟରରେ ପ୍ରଗତି ସହ ମାନବିକତାର ପ୍ରଗତି ଲାଗି ଚାଇନା ଆସନ୍ତୁ ବୋଲି ସେ କହିଛନ୍ତି।


ଗତ ଶୁକ୍ରବାର ଆମେରିକା H-୧B ଭିସା ଆବେଦନ ଫି’କୁ ବୃଦ୍ଧି କରିଛି। ଏହା ଏବେ ୬ ଲକ୍ଷରୁ ବଢ଼ି ୮୮ ଲକ୍ଷ ଟଙ୍କା ହୋଇଯାଇଛି। ଫଳରେ ଭାରତୀୟ ଇଞ୍ଜିନିୟର୍ସମାନଙ୍କ ଲାଗି ଆମେରିକାରେ ନିଯୁକ୍ତି ପାଇବା ଅଧିକ କଷ୍ଟକର ହୋଇଯାଇଛି। ତେବେ ନୂଆ ନିୟମ ନେଇ ଟ୍ରମ୍ପ ପ୍ରଶାସନ କହିଛି ଯେ ଏଭଳି ପଦକ୍ଷେପର ଲକ୍ଷ୍ୟ ହେଉଛି ଯେ ଆବେଦନକାରୀ ଉଚ୍ଚ କୂାଳୀ ହେବେ ଏବଂ ସେମାନେ ଆବେଦନକାରୀଙ୍କ ସ୍ଥାନ ନେବେ ନାହିଁ।ଭାରତରେ ଥିବା ଚାଇନା ଦୂତାବାସର ମୁଖପାତ୍ର ୟୁ ଜିଙ୍ଗ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଆଜିର ଗ୍ଲୋବାଲ ଦୁନିଆରେ ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥନୀତିର ବିକାଶ ଲାଗି ପ୍ରତିଭାଙ୍କର ସୀମା ଡେଇଁବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚାଇନା ବିଶ୍ୱର ପ୍ରତିଟି କ୍ଷେତ୍ର ସହ ଜଡ଼ିତ ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କୁ ସ୍ବାଗତ କରେ। ଏଠାକୁ ଆସି ସେମାନେ କେବଳ ମାନବିକତାର ପ୍ରଗତିରେ ଯୋଗଦେବେ ତାହା ନୁହେଁ ବରଂ କ୍ୟାରିୟରରେ ମଧ୍ୟ ସଫଳତାର ଶିଢ଼ୀ ଚଢ଼ିପାରିବେ। ଚାଇନା ସେମାନଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବା ଏବଂ ଗ୍ଲୋବାଲ୍‌ ଡେଭଲପ୍‌ମେଣ୍ଟର ଅଂଶ ହେବାର ସୁଯୋଗ ପ୍ରଦାନ କରେ। ହେଲେ ଭାରତୀୟମାନେ ଆମେରିକା ଏବଂ ଚାଇନାକୁ ଦେଖେଇଦେବେ ଯେ, ସେମାନେ କେତେ ପାରଙ୍ଗମ ଏବଂ ଦକ୍ଷ ତାହା ଆଗକୁ ଅନ୍ୟ ଦେଶକୁ ଜଣେଇଦେବେ। ଭାରତର ପ୍ରଧାନମନ୍ତ୍ରୀ ଆଗକୁ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।


Related Topics

Explore more stories