Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଟ୍ରମ୍ପଙ୍କ ଜନ୍ମଗତ ନାଗରିକତା ନିର୍ଦ୍ଦେଶକୁ କାହିଁକି ରୋକିଲେ ଆମେରିକାର ଅଦାଲତ ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଟ୍ରମ୍ପଙ୍କ ଜନ୍ମଗତ ନାଗରିକତା ନିର୍ଦ୍ଦେଶକୁ କାହିଁକି ରୋକିଲେ ଆମେରିକାର ଅଦାଲତ ?

Key Points

ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟ୍‌କା

ଜନ୍ମଗତ ନାଗରିକତା ନିଷ୍ପତ୍ତି ଉପରେ ରୋକ୍

ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଲେ କୋର୍ଟ

ଅର୍ଗସ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟ୍‌କା ଲାଗିଛି । ରାଷ୍ଟ୍ରପତି ଭାବେ ଶପଥ ନେଉ ନେଉ ଟ୍ରମ୍ପ ଜନ୍ମଗତ ନାଗରିକତା ଶେଷ କରିବା ଲାଗି ଏକ ନିର୍ଦ୍ଦେଶନାମାରେ ହସ୍ତାକ୍ଷର କରିଥିଲେ । ଆଗାମୀ ମାସରୁ ଅନେକ ନବଜାତ ଆମେରିକୀୟ ନାଗରିକତା ପାଇ ନଥାନ୍ତେ । ଯେଉଁମାନଙ୍କ ପିତାମାତା ଆମେରିକୀୟ ହୋଇ ନଥିଲେ ମଧ୍ୟ ସେଠାରେ ଜନ୍ମ ପାଇଁ ଆମେରିକୀୟ ନାଗରିକତା ମିଳୁଥିଲା । ସେମାନଙ୍କୁ ଆଉ ଆମେରିକୀୟ ନାଗରିକତା ମିଳି ନ ଥାଆନ୍ତା । ତେବେ ଆମେରିକାର ଏକ କୋର୍ଟ ଟ୍ରମ୍ପଙ୍କ ଏହି ଆଦେଶକୁ ଅସାମ୍ବିଧାନିକ କହି ରୋକ୍ ଲଗାଇଛନ୍ତି ।


ଟ୍ରମ୍ପଙ୍କ ଜନ୍ମଗତ ନାଗରିକତା ନିଷ୍ପତ୍ତି ବିରୋଧରେ ଡେମୋକ୍ରାଟ୍ସ ନେତୃତ୍ଵାଧିନ ୪ଟି ରାଜ୍ୟ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ମାମଲାର ଶୁଣାଣି ପରେ ୟୁଏସ୍ ଜିଲ୍ଲା ଜଜ୍ ଜନ୍ କାଫନର ଟ୍ରମ୍ପଙ୍କ ନିର୍ଦ୍ଦେଶ ଲାଗୁ କରିବା ଉପରେ ରୋକ୍ ଲଗାଇଛନ୍ତି । ଏବେ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି କୋର୍ଟ ।


ଜାନୁଆରୀ ୨୦ରେ ଦ୍ଵିତୀୟ ଥର ଲାଗି ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ଆଉ ଶପଥ ଗ୍ରହଣ ପରେ ଜନ୍ମଗତ ନାଗରିକତା ସହ ଅନେକ ନିର୍ଦ୍ଦେଶନାମା ଜାରି କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜନ୍ମଗତ ନାଗରିକତାକୁ ନେଇ ଟ୍ରମ୍ପ ଜାରି କରିଥିବା ନିର୍ଦ୍ଦେଶନାମା ଫେବ୍ରୁଆରୀ ୨୦ରୁ ଲାଗୁ ହୋଇଥାଆନ୍ତା । ଏହାଦ୍ଵାରା ଆମେରିକାର ନାଗରିକ ହୋଇ ନଥିବା ଦମ୍ପତିଙ୍କ ଛୁଆ ସେଠାରେ ଜନ୍ମ ପରେ ଆଉ ଆମେରିକୀୟ ନାଗରିକତା ପାଇ ନଥାନ୍ତେ । ଅର୍ଥାତ୍ ଫେବ୍ରୁଆରୀ ୧୯ ପରେ ଆମେରିକାରେ ଜନ୍ମ ନବଜାତଙ୍କୁ ମିଳି ନଥାନ୍ତା ନାଗରିକତା ।


ୱାଶିଂଟନ, ଏରିଜୋନା, ଇଲିନୋଇସ ଓ ଓରେଗନ ଭଳି ଡେମୋକ୍ରେଟିକ ଶାସିତ ରାଜ୍ୟ କୋର୍ଟରେ ଟ୍ରମ୍ପଙ୍କ ଆଦେଶକୁ ଆମେରିକା ସମ୍ବିଧାନର ୧୪ତମ ସଂଶୋଧନରେ ନାଗରିକଙ୍କ ଅଧିକାରର ଉଲ୍ଲଂଘନ ଦର୍ଶାଇଥିଲେ ।

Sponsored
US judge blocked Donald Trump's birthright citizenship order | Argus News