Iran Israel War / ଆକ୍ରମଣକୁ ସମର୍ଥନ ନ କରିବାରୁ... ପୂର୍ବତନ ସାଂସଦଙ୍କ ଏଭଳି ଅବସ୍ଥା କଲେ ଆମେରିକାର ସାଂସଦ
·4 months ago·2 min read

Key Points
ଠେଲାପେଲା ଓ ଧସ୍ତାଧସ୍ତି ମଧ୍ୟରେ ଆମେରିକାର ସାଂସଦ ପୂର୍ବତନ ଯବାନଙ୍କ ହାତ ଭାଙ୍ଗି ଦେଇଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଦ୍ରୁତ ଭାବରେ ଭାଇରାଲ୍ ହେଉଛି ।
ନୂଆଦିଲ୍ଲୀ: ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ର ଘନ ଘନ ଆକ୍ରମଣକୁ ଖୋଦ୍ ଆମେରିକାରେ ବିରୋଧ କରାଯାଉଛି । ଆମେରିକା ସଂସଦର ସଶସ୍ତ୍ର ସେବା ସମିତିର ଶୁଣାଣି ବେଳେ ଠେଲାପେଲା ଦେଖିବାକୁ ମିଳିଛି । ଇରାନ ଉପରେ ଆକ୍ରମଣକୁ ଜଣେ ପୂର୍ବତନ ଆମେରିକୀୟ ସୈନ୍ୟ ବିରୋଧ କରିଛନ୍ତି ।
ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଠେଲାପେଲା ଓ ଧସ୍ତାଧସ୍ତି ମଧ୍ୟରେ ଆମେରିକାର ସାଂସଦ ପୂର୍ବତନ ଯବାନଙ୍କ ହାତ ଭାଙ୍ଗି ଦେଇଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଦ୍ରୁତ ଭାବରେ ଭାଇରାଲ୍ ହେଉଛି । ଆହତ ପୂର୍ବତନ ଯବାନ ଜଣଙ୍କ ବ୍ରାୟନ ମ୍ୟାକଗିନେସ । ସେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଆମେରିକାର ସାମୁଦ୍ରିକ ସେନାରେ ସର୍ଜେଣ୍ଟ ଥିଲେ ।
ମ୍ୟାକଗିନେସ ଶୁଣାଣି ସମୟରେ ଇରାନ ବିରୋଧରେ ଆମେରିକୀୟ ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ । ବିରୋଧ ସମୟରେ ୟୁଏସ୍ କ୍ୟାପିଟଲ ପୋଲିସ ତାଙ୍କୁ ବାହାର କରିବାକୁ ପ୍ରୟାସ କରିଥିଲେ । ସେହି ସମୟରେ ସେ ଦ୍ଵାରବନ୍ଧକୁ ଜାବୁଡ଼ି ଧରିଥିଲେ । ସେହି ସମୟରେ ହାତ ଫସିଯିବାରୁ ଭାଙ୍ଗି ଯାଇଥିଲା ।
ଭାଇରାଲ୍ ଭିଡିଓରେ ଦେଖା ଯାଉଛି ଯେ, ପୋଲିସ ଅଧିକାରୀଙ୍କ ସହ ଆମେରିକୀୟ ସାଂସଦ ଶିହି ମଧ୍ୟ ପ୍ରଦର୍ଶନକାରୀ ପୂର୍ବ ସୈନିକଙ୍କୁ ବାହାରକୁ ବାହାର କରିବାରେ ସହାୟତା କରୁଛନ୍ତି । ଠେଲାପେଲା ଭିଡିଓରେ ମଧ୍ୟ ଲୋକଙ୍କ ପାଟି ମଧ୍ୟ ଶୁଭା ଯାଉଛି ।
ହଲ୍ ଭିତରେ ଥିବା ଲୋକ କହୁଛନ୍ତି, "ତାଙ୍କ ହାତ... ତାଙ୍କ ହାତ... ।" ଅନ୍ୟପଟେ ପୋଲିସ ଅଧିକାରୀ ବାରମ୍ବାର ପୂର୍ବତନ ଯବାନଙ୍କୁ କବାଟ ଛାଡ଼ିବାକୁ କହୁଛନ୍ତି । ଏହାରି ଭିତରେ ଭାଙ୍ଗି ଯାଉଛି ବ୍ରାୟନ ମ୍ୟାକଗିନେସଙ୍କ ହାତ ।

“We don’t want to fight a war with Iran for Israel.” — Former Marine Sgt. Brian McGuinness
— sarah (@sahouraxo) March 4, 2026
He said those words. They broke his arm.
pic.twitter.com/mOUKRFb0r1
ମ୍ୟାକଗିନେସ ଶୁଣାଣି ସମୟରେ ଇରାନ ବିରୋଧରେ ଆମେରିକୀୟ ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ । ବିରୋଧ ସମୟରେ ୟୁଏସ୍ କ୍ୟାପିଟଲ ପୋଲିସ ତାଙ୍କୁ ବାହାର କରିବାକୁ ପ୍ରୟାସ କରିଥିଲେ । ସେହି ସମୟରେ ସେ ଦ୍ଵାରବନ୍ଧକୁ ଜାବୁଡ଼ି ଧରିଥିଲେ । ସେହି ସମୟରେ ହାତ ଫସିଯିବାରୁ ଭାଙ୍ଗି ଯାଇଥିଲା ।
ଭାଇରାଲ୍ ଭିଡିଓରେ ଦେଖା ଯାଉଛି ଯେ, ପୋଲିସ ଅଧିକାରୀଙ୍କ ସହ ଆମେରିକୀୟ ସାଂସଦ ଶିହି ମଧ୍ୟ ପ୍ରଦର୍ଶନକାରୀ ପୂର୍ବ ସୈନିକଙ୍କୁ ବାହାରକୁ ବାହାର କରିବାରେ ସହାୟତା କରୁଛନ୍ତି । ଠେଲାପେଲା ଭିଡିଓରେ ମଧ୍ୟ ଲୋକଙ୍କ ପାଟି ମଧ୍ୟ ଶୁଭା ଯାଉଛି ।
ହଲ୍ ଭିତରେ ଥିବା ଲୋକ କହୁଛନ୍ତି, "ତାଙ୍କ ହାତ... ତାଙ୍କ ହାତ... ।" ଅନ୍ୟପଟେ ପୋଲିସ ଅଧିକାରୀ ବାରମ୍ବାର ପୂର୍ବତନ ଯବାନଙ୍କୁ କବାଟ ଛାଡ଼ିବାକୁ କହୁଛନ୍ତି । ଏହାରି ଭିତରେ ଭାଙ୍ଗି ଯାଉଛି ବ୍ରାୟନ ମ୍ୟାକଗିନେସଙ୍କ ହାତ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories