ଫ୍ଲୋରିଡ଼ାରେ ଆଖିବୁଜା ଗୁଳିମାଡ଼; 2 ମୃତ, 5 ଗୁରୁତର
·1 year ago

ଫ୍ଲୋରିଡ଼ାରେ ଆଖିବୁଜା ଗୁଳିମାଡ଼ । ଆମେରିକାର ଫ୍ଲୋରିଡ଼ା ୟୁନିଭର୍ସିଟିରେ ଆଖିବୁଜା ଗୁଳିମାଡ଼ । ଗୁଳିମାଡ଼ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ରହିଛନ୍ତି । ଆହତଙ୍କ ମଧ୍ୟରୁ ଅନେକ ସଂକଟାପନ୍ନ ଥିବା ସୂଚନା ରହିଛି । ୟୁନିଭର୍ସିଟି ମଧ୍ୟରେ ଜଣେ ପୂର୍ବତନ ଛାତ୍ର ଗୁଳିମାଡ଼ କରିଥିଲେ ।
ଫ୍ଲୋରିଡା ପୋଲିସ କହିଛି ଯେ ଜଣେ ସ୍ଥାନୀୟ ଡେପୁଟି ସେରିଫଙ୍କ ପୁଅ ଏକ ପୁରୁଣା ସର୍ଭିସ ବନ୍ଧୁକ ସାହାଯ୍ୟରେ ଫ୍ଲୋରିଡା ଷ୍ଟେଟ ୟୁନିଭରସିଟିରେ ଛାତ୍ରମାନଙ୍କ ଉପରେ ଗୁଳି ଚଳାଇଥିଲା। ଗୁଳିଚାଳନା ଆରମ୍ଭ ହେବା ପରେ, କ୍ୟାମ୍ପସକୁ ବନ୍ଦ କରିଦିଆଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆକ୍ରମଣକାରୀଙ୍କୁ ଫୋନିକ୍ସ ଇକନର ଭାବରେ ଚିହ୍ନଟ କରାଯାଇଛି। ତାଙ୍କୁ ହେପାଜତକୁ ନିଆଯାଇଛି ବୋଲି ପୋଲିସ କହିଛି। ଗୁଳିକାଣ୍ଡ ଘଟଣା ପରେ ପାଞ୍ଚ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: