Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ରାଷ୍ଟ୍ରପତି ନିର୍ବାଚନ ନେଇ ଆମେରିକା ରାଜନୀତି ସରଗରମ ‌

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଷ୍ଟ୍ରପତି ନିର୍ବାଚନ ନେଇ ଆମେରିକା ରାଜନୀତି ସରଗରମ ‌

ଅର୍ଗସ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ନେଇ ଆମେରିକା ରାଜନୀତି ସରଗରମ ‌ରହିଛି। ଆଜି ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ଓ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ଚଳିତ ନିର୍ବାଚନର ପ୍ରଥମ ‘ରାଷ୍ଟ୍ରପତି ବିତର୍କ’ ଅନୁଷ୍ଠିତ । ବହୁ ପ୍ରତିକ୍ଷିତ ଏହି ବିତର୍କ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ରହିଛି। ଏହା ସହ ପ୍ରଥମ ଥର  ବିନା ଦର୍ଶକ, ବିନା କୌଣସି ଲେଖାରେ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ଅନୁଷ୍ଠିତ ହେବ। ବିଶ୍ବର ଅନ୍ୟତମ ଜଣାଶୁଣା ଟେଲିଭିଜନ୍‌ ଚାନେଲ୍‌ ସିଏନ୍‌ଏନ୍‌ ଦ୍ବାରା ଆୟୋଜିତ ଏହି ବିତର୍କ ଜର୍ଜିଆର ଆଟଲାଣ୍ଟା ଠାରେ ଅନୁଷ୍ଠିତ ହେବ।

ବିତର୍କର ସମୟସୀମା ୯୦ ମିନିଟ ରହିଛି। ଏହି ବିତର୍କରେ, ଉଭୟ ଟ୍ରମ୍ପ୍‌ କିମ୍ବା ବାଇଡେନ୍‌ କୌଣସି ପୂର୍ବଲିଖିତ ଚିଠା କିମ୍ବା ଆଲେଖ୍ୟର ସହାୟତା ନେବେନାହିଁ।  ଏହି ବିତର୍କ ଜରିଆରେ ନିଜ ଉପରେ ଲାଗିଥିବା ସ୍ବାସ୍ଥ୍ୟ ଓ ମାନସିକ ଅବନତିର ଅଭିଯୋଗ ଭୁଲ ବୋଲି ପ୍ରମାଣିତ କରିବା ସୁଯୋଗ ୮୧ ବର୍ଷୀୟ ବାଇଡେନ୍‌ଙ୍କୁ ମିଳିବ। ଅପରପକ୍ଷରେ, ଟ୍ରମ୍ପ୍‌ ମଧ୍ୟ ନିଜ ଉପରେ ଚାଲିଥିବା ସମସ୍ତ ମାମଲା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ରାଜନୈତିକ ବୋଲି ପ୍ରମାଣିତ କରିବାର ସୁଯୋଗ ପାଇବେ। ଏହି ବିତର୍କର ପ୍ରଭାବ ନଭେମ୍ବର ୫ ରାଷ୍ଟ୍ରପତି ନିର୍ବାଚନର ମତଦାନ ଯାଏଁ ବଳବତ୍ତର ରହିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US politics is busy with the presidential election | Argus News