Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨ ଜଣ ଜିହାଦୀଙ୍କୁ ନିଜ ପରାମର୍ଶଦାତା ଭାବେ ରଖିଲେ ଆମେରିକା ରାଷ୍ଟ୍ରପତି

International

୨ ଜଣ ଜିହାଦୀଙ୍କୁ ନିଜ ପରାମର୍ଶଦାତା ଭାବେ ରଖିଲେ ଆମେରିକା ରାଷ୍ଟ୍ରପତି

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
୨ ଜଣ ଜିହାଦୀଙ୍କୁ ନିଜ ପରାମର୍ଶଦାତା ଭାବେ ରଖିଲେ ଆମେରିକା ରାଷ୍ଟ୍ରପତି

Key Points

ଟ୍ରମ୍ପଙ୍କ ଆତଙ୍କୀ ପରାମର୍ଶଦାତା
ଏବେ ଆତଙ୍କବାଦୀଙ୍କ ପରାମର୍ଶ ନେବେ ଡୋନାଲ୍ଡ ଟ୍ରମ୍ପ
2 ଜଣ ଜିହାଦୀଙ୍କୁ ନିଜ ପରାମର୍ଶଦାତା ରଖିଲେ ଆମେରିକା ରାଷ୍ଟ୍ରପତି
ଶେଖ୍ ହମଜା ୟୁସୁଫ ଓ ଇସ୍ମାଏଲ ରୟର ଟ୍ରମ୍ପଙ୍କ ପରାମର୍ଶଦାତା ନିଯୁକ୍ତ

ଏବେ ଆତଙ୍କବାଦୀଙ୍କ ପରାମର୍ଶ ନେବେ ଡୋନାଲ୍ଡ୍ ଟ୍ରମ୍ପ । ଯେଉଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆତଙ୍କବାଦ ବିରୋଧରେ ହୁଙ୍କାର ଦେଉଥିଲେ, ଜିହାଦୀଙ୍କ ମୂଳୋତ୍ପାଟନ କଥା କହୁଥିଲେ, ସେହି ଟ୍ରମ୍ପ୍ ଏବେ 2 ଜଣ ଜିହାଦୀଙ୍କୁ ନିଜର ପରାମର୍ଶଦାତା ରଖିଛନ୍ତି । ଏ ଦୁଇ ଜଣ ହେଲେ ଶେଖ୍ ହମଜା ୟୁସୁଫ ଓ ଇସ୍ମାଏଲ ରୟର । ହ୍ବାଇଟ୍ ହାଉସର ପ୍ରମୁଖ ପରାମର୍ଶଦାତା ବୋର୍ଡର ସଦସ୍ୟ ଭାବେ ଏ ଦୁଇ ଜଣଙ୍କୁ ସ୍ଥାନ ମିଳିଛି । ଆତଙ୍କବାଦ ସହ ଏ ଦୁହିଁଙ୍କର ରହିଛି ଦୀର୍ଘ ବର୍ଷର ସମ୍ପର୍କ। ଇସ୍ମାଏଲ ରୟର ଆତଙ୍କୀ କାର୍ଯ୍ୟକଳାପ ପାଇଁ 13 ବର୍ଷ ଜେଲ୍ ରେ ବି ରହିଥିଲା ।


ଅଭିଯୋଗ ଥିଲା, ଆମେରିକା ବିରୋଧରେ ଷଡ଼ଯନ୍ତ୍ର, ଅଲକାଏଦା ଓ ଲସ୍କରକୁ ସହଯୋଗ କରିଥିଲା ଇସ୍ମାଏଲ । 2000 ମସିହାରେ ସେ ପାକିସ୍ତାନ ବି ଯାଇଥିଲା । 2004ରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକର ବ୍ୟବହାର କଥାକୁ ବି ସେ ମାନିଥିଲା । ଆଉ ଜଣେ ଜିହାଦୀ ଶେଖ୍ ହମଜାର ବି ରହିଛି ଆତଙ୍କୀ ବ୍ୟାକଗ୍ରାଉଣ୍ଡ । 9-11 ଆକ୍ରମଣର 2 ଦିନ ପୂର୍ବରୁ ଆତଙ୍କୀ ସଂଗଠନ ଜମୀଲ-ଅଲ୍-ଅମିନ ପାଇଁ ଫଣ୍ଡ୍ ରେଜର ଇଭେଣ୍ଟ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US President appoints two terrorist as his advisors | Argus News