ପରମାଣୁ କାର୍ଯ୍ୟକ୍ରମ ବନ୍ଦ ନ କଲେ ସେନା କାର୍ଯ୍ୟାନୁଷ୍ଠାନ ନେଇ ଧମକ ଦେଲ ଟ୍ରମ୍ପ

ପୁଣି ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ । ଇରାନକୁ ଆମେରିକା ରାଷ୍ଟ୍ରପତି ଧମକାଇଛନ୍ତି । ବୁଧବାର ଟ୍ରମ୍ପ କରିଛନ୍ତି, ଯଦି ଇରାନ ତାର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବ ନାହିଁ ତ ଆମେରିକା ତା ଉପରେ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆଉ ଏଭଳି କୌଣସି ସୈନ୍ୟ କାର୍ଯ୍ୟାନୁଷ୍ଠାନରେ ଇସ୍ରାଏଲ୍ର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ସୂଚନାଯୋଗ୍ୟ, ଏବେ ଆମେରିକା ଗସ୍ତରେ ଅଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ଆଉ ଏହି ସମୟରେ ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଭଳି ଧମକ ଦେବା ବେଶ୍ ଗୁରୁତ୍ଵ ବହନ କରୁଛି । ଟ୍ରମ୍ପ କହିଛନ୍ତି, ପରମାଣୁ ଅସ୍ତ୍ରଶସ୍ତ୍ର ରଖିବା ଲାଗି ଇରାନକୁ ଅନୁମତି ଦିଆଯିବ ନାହିଁ । ଆଉ ଅସ୍ତ୍ରଶସ୍ତ୍ର ବିକଶିତ ପ୍ରୟାସକୁ ବନ୍ଦ ନ କଲେ ସୈନ୍ୟ କାରବାର କରାଯାଇ ପାରିବ ।
ନିକଟରେ ଟ୍ରମ୍ପର ଇରାନର ସର୍ବୋଚ୍ଚ ନେତା ଅଲୀ ଖାମେନେଈଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ଲାଗି ଚୁକ୍ତି ପ୍ରସ୍ତାବ ଦେଇଥିଲେ ଆମେରିକା ରାଷ୍ଟ୍ରପତି । ସିଧାସଳଖ ଆଲୋଚନା ଲାଗି ଇରାନକୁ ପ୍ରସ୍ତାବ ଦେଇଥିଲେ ଟ୍ରମ୍ପ । କିନ୍ତୁ ଇରାନ, ଆମେରିକାର ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲା ।
କୌଣସି ତୃତୀୟ ଦେଶର ମଧ୍ୟସ୍ଥତାରେ ଇରାନ, ଆମେରିକା ସହ ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା ପାଇଁ ରାଜି ରହିଛି । କିନ୍ତୁ ଟ୍ରମ୍ପ କୌଣସି ତୃତୀୟ ଦେଶ ନୁହେଁ ବରଂ ଇରାନ ସହ ସିଧାସଳଖ ଆଲୋଚନା ପାଇଁ ଆଗଭର ଅଛନ୍ତି ।
📱 Get Argus News App
✨
କେବଳ ଆମେରିକା ନୁହେଁ ଇରାନର ପରମାଣୁ କାର୍ଯ୍ୟକ୍ରମ ନେଇ ଇସ୍ରାଏଲ୍ ମଧ୍ୟ ସନ୍ଦେହ କରିବା ସହ ଚେତାବନୀ ଦେଇଛି । କହିଛି, ଇରାନକୁ ପରମାଣୁ ଅସ୍ତ୍ର ହାତେଇବାକୁ ଦେବୁ ନାହିଁ । ଏହାର ମୁଖ୍ୟ କାରଣ ହୁତି ବିଦ୍ରୋହୀ ଗୋଷ୍ଠୀ । ବିଭିନ୍ନ ସମ।ରେ ହୁତି ବିଦ୍ରୋହୀ ଲୋହିତ ସାଗର, ଆମେରିକା ଓ ଇସ୍ରାଏଲ୍ ଯୁଦ୍ଧ ଜାହାଜକୁ ଆକ୍ରମଣ କରୁଛନ୍ତି । କୁହାଯାଉଛି, ଇରାନ ହିଁ ହୁତି ବିଦ୍ରୋହୀଙ୍କୁ ସମର୍ଥନ କରୁଛି ।
ହୁତି ବିଦ୍ରୋହୀଙ୍କ ପାଇଁ ଆମେରିକା, ଇସ୍ରାଏଲ୍ ଓ ଅନ୍ୟ ପାଶ୍ଚାତ୍ୟଦେଶର କାର୍ଗୋ ଜାହାଜ ଓ ଅଏଲ ଟ୍ୟାଙ୍କର ଲୋହିତ ସାଗର ଦେଇ କାରବାର କରିବା ବନ୍ଦ କରି ଦେଇଛି । ଫଳରେ ପାଶ୍ଚାତ୍ୟ ରାଷ୍ଟ୍ରକୁ କ୍ଷତି ସହିବାକୁ ପଡ଼ୁଛି ।