Videos
|
International

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୋବେଲ ମୋହ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୋବେଲ ମୋହ

Key Points

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୋବେଲ ମୋହ
ବିଭିନ୍ନ ଦେଶରେ ଯୁଦ୍ଧ ବନ୍ଦ ପାଇଁ ପ୍ରୟାସ କରୁଥିବା ଦାବି
ଭାରତ-ପାକ୍ ଅସ୍ତ୍ରବିରତିର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି ଟ୍ରମ୍ପ
ଅସ୍ତ୍ରବିରତି ପାଇଁ ମଧ୍ୟସ୍ଥତା କରିଥିବା ଟ୍ରମ୍ପଙ୍କ ପୁଣି ଦାବି

ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ନୋବେଲ ମୋହ । ଶାନ୍ତି ପାଇଁ ତାଙ୍କୁ ନୋବେଲ ପୁରସ୍କାର ଦେବାକୁ ସେ ବିଭିନ୍ନ ସମୟରେ ଚାପ ପକାଇ ଆସୁଥିଲେ । ଏବେ କିନ୍ତୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବନି ବୋଲି ସେ କଟାକ୍ଷ କରିଛନ୍ତି । ଭାରତ ଅପରେସନ ସିନ୍ଦୂର ଜରିଆରେ ପହଲଗାମ୍ ଆତଙ୍କୀ ଆକ୍ରମଣର ଜବାବ ଦେଇଥିଲା । ପାକିସ୍ତାନର ଅନୁରୋଧରେ ଡିଜିଏମଓ ସ୍ତରୀୟ ଆଲୋଚନା ହୋଇ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା ।


ଏଥିପାଇଁ କିନ୍ତୁ ଟ୍ରମ୍ପ ବାରମ୍ବାର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ଏପରିକି ଅସ୍ତ୍ରବିରତି ପାଇଁ ସେ ମଧ୍ୟସ୍ଥତା କରିଥିବା ଦାବି କରି ଆସୁଛନ୍ତି । ସର୍ବିଆ- କସୋଭୋ, ଇଜିପ୍ଟ- ଇଥିଓପିଆ ଯୁଦ୍ଧ ତାଙ୍କ ଉଦ୍ୟମରେ ଶେଷ ହୋଇଥିବା ଟ୍ରମ୍ପ ଦାବି କରିଛନ୍ତି । ଏଥିସହ ରୁଷିଆ- ୟୁକ୍ରେନ୍ ଓ ଇସ୍ରାଏଲ -ଇରାନ ଯୁଦ୍ଧର ପରିସମାପ୍ତି ପାଇଁ ସେ ଚେଷ୍ଟା କରୁଥିବା ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
us-president-donald-trumps-nobel-peace-prize | Argus News