Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଲେ ପହଲଗାମ ଆକ୍ରମଣ ଅତି ଭୟଙ୍କର : ଏଭଳି ହେବାର ନ ଥିଲା

Ritu Das
Browse all articles by Ritu Das
·1 year ago·2 min read
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଲେ ପହଲଗାମ ଆକ୍ରମଣ ଅତି ଭୟଙ୍କର : ଏଭଳି ହେବାର ନ ଥିଲା

ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହେବା ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବା ପରେ ଲାଗିଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ସବୁବେଳେ ବିବାଦ ଲାଗି ରହିଛି। ଆତଙ୍କୀଙ୍କ ବର୍ବରତାକୁ କଠୋର ଭାଷାରେ ନିନ୍ଦା କଲେ ଟ୍ରମ୍ପ। ମୁଁ ଭାରତର ଅତି ନିକଟତର ଏବଂ ମୁଁ ପାକିସ୍ତାନର ମଧ୍ୟ ଅତି ନିକଟତର, ଯେପରି ଆପଣ ଜାଣନ୍ତି। କଶ୍ମୀର ପାଇଁ ସେମାନେ ୧୦୦୦ ବର୍ଷ ଧରି ଏହି ଲଢ଼େଇ କରି ଆସୁଛନ୍ତି। ବୋଧହୁଏ ଏହାଠାରୁ ଅଧିକ ସମୟ ହେବ ବୋଲି ସେ ଏୟାରଫୋର୍ସ ଓ୍ଵାନ୍ ରେ ଯାତ୍ରା କରିବା ସମୟରେ ସାମ୍ବାଦିକମାନଙ୍କୁ କହିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପ୍ରିଲ ୨୨ ତାରିଖରେ ଜମ୍ମୁ-କଶ୍ମୀରର ସବୁଠାରୁ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଛି। ପହଲଗାମ ନିକଟସ୍ଥ ବୈସାରଣ ଘାଟିରେ ମଙ୍ଗଳବାର ହୋଇଥିବା ଆକ୍ରମଣ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ଏହା ଏକ ଖରାପ ଏବଂ ନିନ୍ଦନୀୟ ଘଟଣା। ମୁଁ ନିଶ୍ଚିତ ଯେ ଦୁଇ ଦେଶ କୌଣସି ନା କୌଣସି ଉପାୟରେ ସମାଧାନ କରିବେ। କିନ୍ତୁ ଏଭଳି କାଣ୍ଡ ଘଟାଇବା ନିହାତି ନିନ୍ଦନୀୟ। ଏଭଳି ଭୟଙ୍କର ଆକ୍ରମଣ ହେବାର ନ ଥିଲା। ଆତଙ୍କବାଦୀ ହମଲାରେ ୨୫ଜଣ ନିରୀହ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ଲୋକ ପ୍ରାଣ ହରାଇବା ପରେ ଭାରତ-ପାକିସ୍ତାନ ମଧ୍ୟରେ ଏବେ ଆକ୍ରୋଶ ଏବଂ ପ୍ରତିଶୋଧର ନିଆଁ ଜଳୁଛି। ଏବଂ ଏହାର ପ୍ରତିଶୋଧ ନିଶ୍ଚିତ ଭାରତ ନେବ।

Sponsored
us-president-trump-says-pahalgam-attack-was-very-terrible-this-should-not-have-happened | Argus News