Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଭାରତ ସମେତ ଅଧା ବିଶ୍ବକୁ ଆସୀମ ମୁନିରଙ୍କ ପରମାଣୁ ଧମକକୁ ନେଇ ଆମେରିକାର ତୀବ୍ର ପ୍ରତିକ୍ରିୟା

Rashmita Mishra
Browse all articles by Rashmita Mishra
·11 months ago·1 min read
ଭାରତ ସମେତ ଅଧା ବିଶ୍ବକୁ ଆସୀମ ମୁନିରଙ୍କ ପରମାଣୁ ଧମକକୁ ନେଇ ଆମେରିକାର ତୀବ୍ର ପ୍ରତିକ୍ରିୟା

Key Points

ମୁନୀରଙ୍କ ଧମକୁ ନେଇ ଆମେରିକାରେ ତୀବ୍ର ପ୍ରତିକ୍ରିୟା
ଆମେରିକାରୁ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଥିଲେ ମୁନୀର
ପେଣ୍ଟାଗନ ଅଧିକାରୀ କହିଲେ, ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ
ଆସୀମ ମୁନିର ଏବେ ଓସାମା ବିନ ଲାଦେନର ଭାଷା କହୁଛନ୍ତି

ଆମେରିକାର ଫ୍ଲୋରିଡାରରେ ଅସୀମ ମୁନିର ଭାରତକୁ ପରମାଣୁ ଆକ୍ରମଣ ଧମକ ଦେଇଥିଲେ। ଅସୀମ ମୁନିର ଦେଇଥିବା ଧମକକୁ ନେଇ ଆମେରିକାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆମେରିକାର ପୂର୍ବତନ ପେଣ୍ଟାଗନ ଅଧିକାରୀ ମାଇକେଲ ରୁବିନ ଏପରି ଭାଷା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ସେ ପାକିସ୍ତାନକୁ ଏକ ଦାୟିତ୍ବବାନ ଦେଶ ଭାବେ ତିଷ୍ଠି ରହିବ ନା ଏହାର ଅନ୍ତ ହେବାର ସମୟ ଆସିଗଲାଣି ବୋଲି ପ୍ରଶ୍ନ କରିଛନ୍ତି।


ଏଥିସହ ସେ ଆମୀମ ମୁନିରଙ୍କ ତୁଳନା ଓସମା ବିନ ଲାଦେନ ସହ କରିଛନ୍ତି। ମାଇକେଲ ଆହୁରୀ କହିଛନ୍ତି ମୁନୀରଙ୍କ ମନ୍ତବ୍ୟ ଓସମା ବିନ ଲାଦେନର ଭାଷଣକୁ ମନେ ପକାଇଦେଉଛି। ଏହାସହ ମାଇକେଲ ରୁବିନ ଆହୁରୀ କହିଛନ୍ତି, ଆମେରିକାରେ ମୁନୀର ଏପରି ମନ୍ତବ୍ୟ ଦେବା ବେଳେ ସେଠାରେ ଉପସ୍ଥିତ ଥିବା ଆମେରିକୀ ଜେନେରାଲ କାହିଁକି ୱାକ୍ ଆଉଟ କରିନଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Strongly Reacts to Asim Munir’s Nuclear Threat Affecting Half the World Including India | Argus News | Argus News