Donald Trump / ଏପଟେ ଶାନ୍ତି ଡାକରା ଦେଉଛନ୍ତି, ସେପଟେ ତୃତୀୟ ବିଶ୍ୱ ଯୁଦ୍ଧକୁ ଆମନ୍ତ୍ରଣ କରୁଛନ୍ତି !

Key Points
ଗୋଟିଏ ପଟେ ଆମେରିକା ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରୁଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ, ସେପଟେ ଭେନଜୁଆଲା ସହ ଆମେରିକାର ବଢ଼ୁଛି ତିକ୍ତତା । ଗୋଟିଏ ଦିନ ପୂର୍ବରୁ ଚେତାବନୀ ଶୁଣାଇଥିଲେ ଟ୍ରମ୍ପ । ସୀମା ରାସ୍ତା ଦେଇ ଭେନଜୁଆଲା ଡ୍ରଗ୍ସ କାରବାର ସମ୍ପୂର୍ଣ୍ଣ ବନ୍ଦ ନକଲେ ଲ୍ୟାଣ୍ଡ ଷ୍ଟ୍ରାଇକ କରିବାକୁ ଦେଇଥିଲେ ଧମକ ।
ଏହାର ଗୋଟିଏ ଦିନ ପରେ ଭେନଜୁଆଲାର ସୀମାବର୍ତ୍ତୀ ବ୍ୟୁଟୋ ରିକୋରେ ଦେଖିବାକୁ ମିଳିଛି ଆମେରିକୀୟ ବିମାନ । ଯାହାକୁ ନେଇ କାରବିୟାନ କ୍ଷେତ୍ରରେ ହଲଚଲ ଆରମ୍ଭ ହୋଇଛି । ସୀମାରୁ ୬ଟି ଭେନଜୁଆଲା ତୈଳ ଟ୍ୟାଙ୍କର ହଟାଇଛି ଆମେରିକା ସେନା । ଗତକାଲି ଆମେରିକାର ହ୍ବାଇଟ ହାଉସରେ ସାମ୍ବାଦିକ ସମ୍ମିଳନୀରେ ଆମେରିକାରେ ନିଶା କାରବାର ବୃଦ୍ଧି ପାଇଁ ଭେନଜୁଆଲାକୁ ଦାୟୀ କରିଥିଲେ ଟ୍ରମ୍ପ ।
ଅନ୍ୟପଟେ କାରିବିଆନ ସାଗରରେ କଥିତ ଡ୍ରଗ୍ସ ଡିଲର୍ଙ୍କ ନୌକା ଉପରେ ଆମେରିକା ମାସ ମାସ ଧରି ଆକ୍ରମଣ କରିଆସୁଛି । ଏହି ଅଞ୍ଚଳରେ ଆମେରିକା ସାମରିକ ଘାଟୀ ନିର୍ମାଣ କରିଛି । ଭେନେଜୁଏଲାରେ ଗୁପ୍ତ ସିଆଇଏ ଅପରେସନ ପାଇଁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି । ଭେନେଜୁଆଲାର ଡ୍ରଗ୍ସ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଆମେରିକା ଯୋଜନା କରିଛି ବୋଲି ପୂର୍ବରୁ ଟ୍ରମ୍ପ ସୂଚନା ଦେଇଥିଲେ ।
ସେପଟେ ଭୟଙ୍କର ହେଉଛି ଋଷ-ୟୁକ୍ରେନ୍ ଯୁଦ୍ଧ । କିଛି ଦିନର ବିରାମ ପରେ ପୁଣି ଭୟଙ୍କର ହେଲାଣି ଋଷ-ୟୁକ୍ରେନ୍ ଯୁଦ୍ଧ । ପୂର୍ବ ଅପେକ୍ଷା ଏଥର ଅଧିକ ଭୟଙ୍କର ହେଉଛି ଯୁଦ୍ଧ । ଘନ ଘନ ଆକ୍ରମଣ କରୁଛି ଋଷ । ଅନ୍ୟପଟେ ଏଭଳି ପରିସ୍ଥିତିକୁ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ ଏଥର ଯୁଦ୍ଧ ବନ୍ଧ ନକଲେ ବିଶ୍ୱ ଯୁଦ୍ଧ ହେବାର ଆଶଙ୍କା ଦେଖାଦେଲାଣି । କେବଳ ଶାନ୍ତି ଆଲୋଚନା ଏବଂ ଉଭୟ ପକ୍ଷର କିଛି ସାଲିସ୍ ଦ୍ୱାରା ହିଁ ଏହି ଯୁଦ୍ଧ ଶେଷ ହୋଇପାରିବ ବୋଲି କହିଛନ୍ତି ଟ୍ରମ୍ପ । ଆଉ ଏଥିରେ ବିଳମ୍ବ ହେଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।
ଅନ୍ୟପଟେ ଦେଖିବାକୁ ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ବାରମ୍ବାର ଏହି ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଦାବି କରୁଥିଲେ ମଧ୍ୟ ଫଳ ଶୂନ ରହିଛି । ସେ ପୁଟିନ୍ଙ୍କ ସହ ଥରେ ସାମ୍ନା ସାମ୍ନି ଆଲୋଚନା କରିସାରିଥିବା ବେଳେ ଜେଲେନ୍ସ୍କିଙ୍କ ସହ ମଧ୍ୟ ବାରମ୍ବାର ଆଲୋଚନା କରିଛନ୍ତି । କିନ୍ତୁ କେହି ବି ଟ୍ରମ୍ପଙ୍କ ସର୍ତ୍ତ ମାନିବାକୁ ନାରାଜ । ଉପରେ ଉପରେ ସମସ୍ତେ ଯୁଦ୍ଧ ବନ୍ଦ କରିବାକୁ ଆଗ୍ରହ ଦେଖାଉଥିଲେ ମଧ୍ୟ ଟ୍ରମ୍ପଙ୍କ ମଧ୍ୟସ୍ତିକୁ କେହି ପସନ୍ଦ କରୁନାହାନ୍ତି କିମ୍ବା ଟ୍ରମ୍ପ ରଖିଥିବା ସର୍ତ୍ତକୁ କେହି ଗୁରତ୍ୱ ଦେଉ ନାହାନ୍ତି । ଅନ୍ୟପଟେ ଟ୍ରମ୍ପ ୟୁକ୍ରେନ ସାମ୍ନାରେ ଯେଉଁଭଳି ସର୍ତ୍ତ ରଖିଛନ୍ତି, ତାହା ମାନିବା ମଧ୍ୟ କୌଣସି ଦେଶର ନେତା ପକ୍ଷେ ଗ୍ରହଣୀୟ ନୁହେଁ ବୋଲି କୁହାଯାଇପାରେ ।
ଏବେ ଟ୍ରମ୍ପ କହିଛନ୍ତି, ଆମେରିକା ଶୀଘ୍ର ଶାନ୍ତି ସ୍ଥାପନ ଦିଗରେ ନେତୃତ୍ୱ ନେଉଛି । କିନ୍ତୁ ଯୁଦ୍ଧ ଆଗକୁ ବଢ଼ିଲେ, ଆଣବିକ ଅସ୍ତ୍ର ବ୍ୟବହାର ହେବାର ଆଶଙ୍କା ମଧ୍ୟ ବଢ଼ିଯିବ । ଯାହା ତୃତୀୟ ବିଶ୍ୱଯୁଦ୍ଧର ସବୁଠାରୁ ବଡ଼ ଏବଂ ବିନାଶକାରୀ କାରଣ ହେବ ବୋଲି ଚେତାବନୀ ଦେଇଛନ୍ତି ।
📱 Get Argus News App
✨Related Topics
Explore more stories