Videos
|
International

ଭାରତ ଯାତ୍ରା ସମୟରେ ସତର୍କତା ଅବଲମ୍ୱନ କରିବାକୁ ଆମେରିକାର ଚେତାବନୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭାରତ ଯାତ୍ରା ସମୟରେ ସତର୍କତା ଅବଲମ୍ୱନ କରିବାକୁ ଆମେରିକାର ଚେତାବନୀ

Key Points

ଭାରତ ପାଇଁ କଠୋର ଭ୍ରମଣ ଚେତାବନୀ ଜାରୀ କଲା ଆମେରିକା

ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସତର୍କତା


ହଠାତ୍ ଭାରତ ପାଇଁ କଠୋର ଭ୍ରମଣ ଚେତାବନୀ ଜାରି କରିଛି ଆମେରିକାର ବୈଦେଶିକ ମନ୍ତ୍ରଣାଳୟ । ଆମେରିକୀୟମାନଙ୍କୁ ଭାରତ ଯାତ୍ରା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଅପରାଧ, ଦୁଷ୍କର୍ମ ଓ ଆତଙ୍କବାଦ କାରଣରୁ ଜୁନ୍ ୧୬ତାରିଖରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା ଏବଂ କେତେକ ଅଞ୍ଚଳରେ ଅଧିକ ବିପଦ ଥିବା ଏଥିରେ ଦର୍ଶାଯାଇଛି। ଭାରତରେ ଦୁଷ୍କର୍ମ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଉଲ୍ଲେଖ କରିବା ସହ ପର୍ଯ୍ୟଟନସ୍ଥଳୀ ଓ ଅନ୍ୟାନ୍ୟ ସ୍ଥାନରେ ଯୌନ ନିର୍ଯାତନା ସମେତ ହିଂସାତ୍ମକ ଅପରାଧ ଘଟୁଥିବା କହିଛି ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ।


ଆତଙ୍କବାଦୀମାନେ ବିନା ଚେତାବନୀରେ ଆକ୍ରମଣ କରିପାରନ୍ତି। ସେମାନେ ବିଭିନ୍ନ ପର୍ଯ୍ୟଟନସ୍ଥଳ, ପରିବହନ କେନ୍ଦ୍ର, ବଜାର/ସପିଂ ମଲ୍ ଏବଂ ସରକାରୀ ପ୍ରତିଷ୍ଠାନକୁ ଟାର୍ଗେଟ କରୁଥିବାରୁ ଆମେରିକୀୟମାନେ ଏ ଦିଗରେ ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି। ଭାରତରେ ସାଟେଲାଇଟ୍ ଫୋନ୍ କିମ୍ବା ଜିପିଏସ୍ ଡିଭାଇସ୍ ରଖିବା ବେଆଇନ ଏବଂ ଏଥିପାଇଁ ଜରିମାନା କିମ୍ବା ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ ବୋଲି ମଧ୍ୟ ଯାତ୍ରା ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ଜମ୍ମୁ-କଶ୍ମୀର, ଭାରତ-ପାକିସ୍ତାନ ସୀମା, କେନ୍ଦ୍ରୀୟ ଏବଂ ପୂର୍ବ ଭାରତର କିଛି ଅଂଶକୁ ଭ୍ରମଣ ବେଳେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ଏବଂ ବିନା ଅନୁମତିରେ ଯାତ୍ରା ନକରିବାକୁ କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
us-sounds-alarm-against-travel-to-india-asks-women-to-be-cautions-in-new-advisory | Argus News