|
logo
Live

Argus News - ଇରାନ୍ ର ଧମକି ର ଜବାବ ରେ ଆମେରିକାର ଧମାକା

International

ଇରାନ୍ ର ଧମକି ର ଜବାବ ରେ ଆମେରିକାର ଧମାକା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଇରାନ୍ ର ଧମକି ର ଜବାବ ରେ ଆମେରିକାର ଧମାକା

ଅର୍ଗସ ବ୍ୟୁରୋ:  କାଲି ଧମକି ..ଆଜି ଧମାକା...ଇରାନ୍ ସୁପ୍ରିମ୍ ଲିଡର୍ ଖୋମିନାଇ ଙ୍ଖର ଆଫଗାନ ରୁ ୟମନ ଯାଏ ମୁସଲମାନଙ୍କୁ ଏକାଠି ହେବାକୁ ଆହ୍ବାନ ର କିଛି ଘଣାଟା ଭିତରେ ୟମନ ଉପରେ ଆମେରିକା ଏବଂ ୟୁକେର ମିଳିତ ବମ୍ ବାରୀ....ଇସ୍ରାଏଲ୍ କୁ ସମର୍ଥନ ...ହୁତି ଆତଙ୍କୀ ଙ୍କ ସର୍ବନାଶ ଆମେରିକାର ଲକ୍ଷ୍ୟ...
 ଅନ୍ୟପଟେ ବଡ଼ ଆକ୍ରମଣ ପାଇଁ ଯୋଜନା କରୁଛି ଇସ୍ରାଏଲ। କୌଣସି ମୁହୁର୍ତ୍ତରେ ବଡ଼ ଆକ୍ରମଣ କରିପାରେ ଇସ୍ରାଏଲ। ଟାର୍ଗେଟରେ ଇରାନର ପରମାଣୁ କେନ୍ଦ୍ର। ୟୁରାନିଅମ୍ ଖଣି, ସାମରିକ ଘାଟିକୁ ଧ୍ୱଂସ କରିବାକୁ ଯୋଜନା କରିଛି ଆଇଡିଏଫ। ଇରାନ୍‌ ୨୦୦ରୁ ଅଧିକ ରକେଟ୍‌ ମାଡ଼ କରିବା ପରେ ରକ୍ତମୁଖା ହୋଇପଡିଛି ଇସ୍ରାଏଲ। ଏହାରି ଭିତରେ ଇରାନ୍‌ ବିରୋଧରେ ଇସ୍ରାଏଲକୁ ସମର୍ଥନ କରିଛନ୍ତି ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।ଏହାପର୍ବୂରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇରାନ୍‌ର ଆଣବିକ ସ୍ଥାନ ଉପରେ ଆକ୍ରମଣକୁ ସମର୍ଥନ କରିବେ ନାହିଁ ବୋଲି କହିଥିଲେ।

ଏପଟେ ବିରୁଟ୍ ରେ ଇସ୍ରାଏଲ ଜାରୀ ରଖିଛି ଦମନ ଲୀଳା....ଘର..ବିଲଡିଂ...ବଙ୍କର ସ ବୁକିଛି ଧ୍ବସ୍ତ ବିଧ୍ବସ୍ତ...ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡୋ ଙ୍କୁ ଢେର କରି ଚାଲିଛି....ମାଟିରୁ ଉଠାଇ ବାରୁଦ ଗଦାରେ ଆତଙ୍କୀ ଙ୍କୁ ପୋତୁଛି ଆଡିଏଫ୍. । ମଧ୍ୟ ପ୍ରାଚଯର ସ୍ଥିତି ଦିନକୁ ଦିନ ଅଧିକ ଗମ୍ଭୀର ହେଉଥିବା ବେଳେ ,ବିଶ୍ବର ବାକି ଦେଶ ମାନଙ୍କରେ ଏହାର ପ୍ରଭାବ କୁ ନେଇ ଚିନ୍ତା ଉପୁଜିଛି....ଭାରତ ପାଇଁ ନିଶ୍ଚିନ୍ତ ଭାବରେ ଏହା ଏକ ଚିନ୍ତାର ବିଷଯ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜଯଶଙ୍କର...ଏହି ସଂଘର୍ଷ ଜେତେ ବଢୁଛି ଚିନ୍ତା ସେତେ ଗଭୀର ହେଉଛି ...ଏହା ବିଶ୍ବ ଅର୍ଥବବସ୍ଥା କୁ ଅବଯବସ୍ତ କରିବ ବୋଲି ଜାହାର ପ୍ରଭାବ ଭାରତ ଉପରେ ମଧଯ ପଡିବ ବୋଲି କହିଛନ୍ତି ଜଯଶଙ୍କର ।

ହିଜବୁଲ୍ଲାକୁ ଧରାଶାଯୀ କରିବା ମୋଡ୍ ରେ ଇସ୍ରାଏଲ୍...ଅନପଟେ ଇରାନ୍ ରେ ପ୍ରତିଶୋଧର ନିଆଁ...ଇସ୍ରାଏଲ୍ କୁ ରୋକିବାକୁ ବଡ ପ୍ରଯାସ ଆରମ୍ବ କିନ୍ତୁ ଆମେରିକା ଯୁକେ ସମେତ ଅନେକ ପଶ୍ଚିମ ଦେଶ ର ଇସ୍ରାଏଲକୁ ଜୋରଦାର ସମର୍ଥନ ....ଆଗକୁ ମହାଜୁଦ୍ଧ ର ପରିଣାମ ଭୋଗିବା ଚିନ୍ତାରେ ବିଶ୍ବର ବଡ ରାଷ୍ଟ୍ର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର:

Sponsored
ଇରାନ୍ ର ଧମକି ର ଜବାବ ରେ ଆମେରିକାର ଧମାକା | Argus News