US Could Target Iran / ଖାମେନିଙ୍କୁ ଖୋଜୁଛି ଆମେରିକା, ଅପହରଣ ପାଇଁ ଟ୍ରମ୍ପ କରୁଛନ୍ତି ପ୍ଲାନ...
·6 months ago·2 min read

Key Points
ତେହେରାନରେ ପଶି ଖାମେନିଙ୍କୁ ଅପହରଣ କରିବ ଆମେରିକା?
କାରଣ ଶୁଣିଲେ ଉଡ଼ିଯିବ ହୋସ୍
କାରଣ ଶୁଣିଲେ ଉଡ଼ିଯିବ ହୋସ୍
ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଅପହରଣ ପରେ ଏବେ ଆମେରିକା ଖୋଜୁଛି ଖାମେନିଙ୍କୁ। ଯାହା ପରେ ତାଙ୍କୁ ଅପହରଣ କରିବାକୁ ପ୍ଲାନ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ। ବିଶେଷଜ୍ଞଙ୍କ ଅନୁମାନ ଯେ, ୱାଲି-ଏ-ଆମର କେବଳ ଏକ ସୁରକ୍ଷା ବାହିନୀ ନୁହେଁ, ବରଂ ଇରାନର ଶକ୍ତିର ମେରୁଦଣ୍ଡ। ଯଦି ଖାମେନିଙ୍କ ସହିତ କିଛି ହୁଏ, ତେବେ ଏହି ବାହିନୀ କ୍ଷମତା ପରିବର୍ତ୍ତନକୁ ଶୀଘ୍ର ଏବଂ ନିୟନ୍ତ୍ରିତ ଉପାୟରେ ପରିଚାଳନା କରିବ।ଏହି କାରଣରୁ, ଯଦି ଏହା ଆମେରିକା ହୋଇଥାନ୍ତା, ତେବେ ତେହେରାନରେ ଅନୁପ୍ରବେଶ କରିବା ଏବଂ ଖାମେନିଙ୍କୁ ବନ୍ଦୀ କରିବା କାଗଜରେ ଯେତିକି ସହଜ ମନେ ହେବ, ଭୂମିରେ ସେତିକି ଅସମ୍ଭବ ମନେ ହେବ।ବିଶ୍ୱରେ ବଡ଼ ଚର୍ଚ୍ଚା। ରାତି ଅଧରେ ହୋଇଥିଲା ପ୍ଲାନ। ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଏମିତି କରିଥିଲେ ଅପହରଣ।
ନା ଗୁଳିଗୋଳା ଶବ୍ଦ ନା ଆଲର୍ଟ। ଆମେରିକାର ସେନା କୌଣସି ସତର୍କତା ବିନା ଭେନେଜୁଏଲାରେ କେମିତି ଏଣ୍ଟ୍ରି କଲେ? ମାତ୍ର ୫୯ ମିନିଟ୍ ମଧ୍ୟରେ ଦେଶର ରାଷ୍ଟ୍ରପତିଙ୍କୁ ତାଙ୍କ ଶୟନ କକ୍ଷରୁ ଅପହରଣ କରାଯାଏ । ଠିକ୍ ସେମିତି ଖାମେନିଙ୍କୁ ଖୋଜୁଛି ଆମେରିକା। ଘରୁ ଆସି ଉଠାଇନେବାକୁ କରୁଛି ପ୍ଲାନ। ଆମେରିକାର ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ତାଙ୍କ ନିଜ ଦେଶରୁ ଅଚାନକ ଗିରଫ କରିବା ଇରାନର ଶକ୍ତିମଣ୍ଡଳ ମଧ୍ୟରେ ବିପଦର ଘଣ୍ଟି ବାଜିଛି।ସରକାର ବିରୋଧୀ ନାରାରେ କମ୍ପୁଛି ଇରାନର ରାସ୍ତା । ବିକ୍ଷୋଭକାରୀମାନେ ଖୋଲାଖୋଲି ଭାବରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି । ଏମିତିକି ଅନ୍ତର୍ଜାତୀୟ ଚାପ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ, ସାମ୍ପ୍ରତିକ ଆମେରିକାର କାର୍ଯ୍ୟକଳାପ ତେହେରାନର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।
ଆୟାତୋଲ୍ଲା ଖାମେନିଙ୍କ ସୁରକ୍ଷା କୌଣସି ବେସାମରିକ ସେନା ଉପରେ ନ୍ୟସ୍ତ ନୁହେଁ । ଏହି ଦାୟିତ୍ୱ ଇରାନର କୁଖ୍ୟାତ ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ (IRGC)ର ସବୁଠାରୁ ସମ୍ଭ୍ରାନ୍ତ ଏବଂ ରହସ୍ୟମୟ ୟୁନିଟ୍ ସିପାହ-ଏ ଭାଲି-ୟେ ଆମ୍ର କିମ୍ବା ଭାଲି-ଏ ଆମ୍ର ଫୋର୍ସ ଦ୍ୱାରା ପରିଚାଳିତ।ଭାଲି-ଏ ଆମ୍ର ଅର୍ଥ ଯିଏ ନିର୍ଦ୍ଦେଶ ଦିଅନ୍ତି ତାଙ୍କ ସେନା। ଇରାନରେ, ଏହାର ସ୍ପଷ୍ଟ ଅର୍ଥ ସର୍ବୋଚ୍ଚ ନେତାଙ୍କ ଜୀବନର ସୁରକ୍ଷା। ଏହି ୟୁନିଟ୍ 1980 ଦଶକର ମଧ୍ୟଭାଗରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଆଜି ଏଥିରେ ପ୍ରାୟ ୧୨,୦୦୦ ମନୋନୀତ, ଉଚ୍ଚ ପ୍ରଶିକ୍ଷିତ କର୍ମଚାରୀ ଅଛନ୍ତି ।
ଏଥିସହ ପଢ଼ନ୍ତୁ: IPL ନଖେଳି ନିଲାମ ଫିସ୍ର କିଛି ଟଙ୍କା ପାଇବେ କି ମୁସ୍ତାଫିଜୁର ? 'ଆଇନଗତ' ଦିଗ କହୁଛି...
ରିପୋର୍ଟ ଅନୁଯାୟୀ, ଯଦି ଇରାନ ସେନା ସରକାର ବିରୋଧୀ ପ୍ରତିବାଦକୁ ନିୟନ୍ତ୍ରଣ କରିବାରେ ବିଫଳ ହୁଏ କିମ୍ବା ସୁରକ୍ଷା ବାହିନୀ ମଧ୍ୟରେ ବିଭାଜନ ହୁଏ । ତେବେ ଖାମେନି ତାଙ୍କ ପ୍ରାୟ ୨୦ ଜଣ ସହାୟକ ଓ ପରିବାର ସଦସ୍ୟଙ୍କ ସହିତ ଦେଶ ଛାଡି ଯାଇପାରନ୍ତି। ଏହି ଦାବି ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନରେ ପ୍ରତିବାଦ ପୁନର୍ବାର ଆରମ୍ଭ ହେଉଛି, ଯଦିଓ ଏହା ଏପର୍ଯ୍ୟନ୍ତ ୨୦୨୨-୨୩ର ମହସା ଆମିନୀ ଆନ୍ଦୋଳନ ପରି ବ୍ୟାପକ ହୋଇନାହିଁ । ଯାହା ସମଗ୍ର ଦେଶକୁ ଥରାଇ ଦେଇଥିଲା।
ଦେଶ ଭିତରେ ଯେତେବେଳେ ବିରୋଧ ପ୍ରଦର୍ଶନ ଚାଲିଛି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲାଖୋଲି ଭାବରେ ପ୍ରତିବାଦକାରୀଙ୍କ ସମର୍ଥନରେ ହସ୍ତକ୍ଷେପ କରିବାକୁ ଧମକ ଦେଇଛନ୍ତି । ବ୍ରିଟିଶ ଗଣମାଧ୍ୟମ ଦାବି କରିଛି ଯେ ଯଦି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଏ କିମ୍ବା ସୁରକ୍ଷା ବାହିନୀ ତାଙ୍କୁ ପରିତ୍ୟାଗ କରନ୍ତି । ତେବେ ୮୬ ବର୍ଷୀୟ ଖାମେନି ପୂର୍ବରୁ ରୁଷର ରାଜଧାନୀ ମସ୍କୋକୁ ପଳାଇଯିବା ପାଇଁ ଯୋଜନା ପ୍ରସ୍ତୁତ କରିସାରିଛନ୍ତି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: